ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ପାକିସ୍ତାନୀ ଗଣମାଧ୍ୟମର ଦାବି, ଅପହୃତ ଟ୍ରେନରେ ଉପସ୍ଥିତ ଥିବା ସମସ୍ତ BLA ଆତଙ୍କୀଙ୍କୁ ହତ୍ୟା କରିଛି ପାକ୍ ସୁରକ୍ଷାବାହିନୀ…

Published By : Ladu Kishor | March 12, 2025 7:43 PM

ନୂଆଦିଲ୍ଲୀ: ପାକିସ୍ତାନର ବାଲୁଚିସ୍ତାନରେ ମଙ୍ଗଳବାର ବାଲୁଚ୍ ଲିବରେସନ୍ ଆର୍ମି (BLA) ଜାଫର ଏକ୍ସପ୍ରେସକୁ ଅପହରଣ କରିଥିଲା। ପାକିସ୍ତାନୀ ନ୍ୟୁଜ୍ ଚ୍ୟାନେଲ ଡନ୍ ଅନୁଯାୟୀ, ପାକିସ୍ତାନୀ ସୁରକ୍ଷା ବାହିନୀ ଟ୍ରେନରେ ଥିବା ସମସ୍ତ BLA ଆତଙ୍କୀଙ୍କୁ ହତ୍ୟା କରିଛନ୍ତି। କୁହାଯାଉଛି ଯେ ବନ୍ଧକ ମାନଙ୍କୁ ବାହାରକୁ ଆଣିବା ପାଇଁ ଏବେ ଉଦ୍ଧାରକାର୍ଯ୍ୟ ଜାରି ରହିଛି।

ସୂଚନାଥାଉକି, ଜାଫର ଏକ୍ସପ୍ରେସ ଟ୍ରେନଟି କ୍ୱେଟାରୁ ପେଶାୱାରକୁ ଯାଉଥିବା ବେଳେ ଆତଙ୍କବାଦୀ ମାନେ ବିସ୍ଫୋରକ ବ୍ୟବହାର କରି ଟ୍ରେନଟିକୁ ଲାଇନଚ୍ୟୁତ କରି ଏହାକୁ କବଜାକୁ ନେଇ ଯାଇଥିଲେ। ଟ୍ରେନର ୯ଟି ବଗିରେ ପ୍ରାୟ ୫୦୦ ଜଣ ଯାତ୍ରୀ ଥିଲେ। ସୁରକ୍ଷାବାହିନୀର ସୂତ୍ର ଅନୁଯାୟୀ, ସୁରକ୍ଷା ବାହିନୀ ମହିଳା ଏବଂ ଶିଶୁ ସମେତ ବହୁ ସଂଖ୍ୟକ ବନ୍ଧକଙ୍କୁ ଉଦ୍ଧାର କରିଛନ୍ତି। ଉଦ୍ଧାର ହୋଇଥିବା ସାଧାରଣ ନାଗରିକଙ୍କୁ ଆତଙ୍କବାଦୀ ମାନେ ବନ୍ଧକ ଭାବରେ ବ୍ୟବହାର କରୁଥିଲେ।

ଏହି ଘଟଣାରେ କେତେ ଯାତ୍ରୀଙ୍କ ମୃତ୍ୟୁ ହୋଇଛି ତାହା ନିର୍ଣ୍ଣୟ କରାଯାଉଛି। ଅଧିକାରୀମାନେ କହିଛନ୍ତି ଯେ ଘଟଣାସ୍ଥଳରେ ଉପସ୍ଥିତ ସମସ୍ତ ଆତଙ୍କବାଦୀ ନିହତ ହୋଇଛନ୍ତି। BLA ଆତ୍ମଘାତୀ ବିସ୍ଫୋରଣକାରୀ ମାନେ ତିନୋଟି ଭିନ୍ନ ସ୍ଥାନରେ ମହିଳା ଏବଂ ପିଲାମାନଙ୍କୁ ବନ୍ଧକ ରଖିଥିଲେ। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.