ନୂଆଦିଲ୍ଲୀ : ସୋମବାର ଜଣାଶୁଣା ଗାୟିକା ଆଶା ଭୋସଲେଙ୍କ ଶେଷକୃତ୍ୟ ସମ୍ପନ୍ନ ହୋଇଛି । ଏହି ଅବସରରେ ବହୁ ବଲିଉଡ ସେଲିବ୍ରିଟିଙ୍କଠାରୁ ଆରମ୍ଭ କରି ରାଜନୈତିକ ବ୍ୟକ୍ତିବିଶେଷ ଏବଂ ମାନ୍ୟଗଣ୍ୟ ବ୍ୟକ୍ତିମାନେ ଯୋଗ ଦେଇଥିଲେ । ତେବେ ଆଶାଙ୍କ ଅନ୍ତିମ ଦର୍ଶନ ପାଇଁ ପହଞ୍ଚିଥିଲେ ବଲିଉଡ ଅଭିନେତା ଜ୍ୟାକି ଶ୍ରଫ୍ । ତେବେ ସେଠାରୁ ଏକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ ସେ କହିଛନ୍ତି କି, ଭାଇ ଘରକୁ ଯାଅ । ଦୁଃଖର ସହ ଆଶାଙ୍କ ସମ୍ପର୍କରେ ମଧ୍ୟ ଏହି ଭିଡିଓରେ କହିଥିବା ଦେଖିବାକୁ ମିଳିଛି ।

 

 
 
 
 
 
 
 
 
 
 
 
 
 
 
 

A post shared by Snehkumar Zala (@sneyhzala)

ଏହି ଭିଡିଓରେ ଦେଖିବାକୁ ମିଳିଛି କି, ସାମ୍ବାଦିକମାନେ ଜ୍ୟାକିଙ୍କୁ ପ୍ରଶ୍ନ କରିଛନ୍ତି କି, ଆଶା ଚାଲିଯିବା ପରେ ଆପଣଙ୍କୁ କେମିତି ଲାଗୁଛି ? ଏହାପରେ ସେ ଦେଇଥିବା ଉତ୍ତର ବେଶ ଭାଇରାଲ ହୋଇଛି । ସେ କହିଛନ୍ତି କି, "ମୋ ମାଆ ଚାଲିଗଲେ, ଏବଂ ତୁମେ ମୋତେ ପଚାରୁଛନ୍ତି ଯେ ମୁଁ କିପରି ଅନୁଭବ କରୁଛି। ତୁମର କହିବାର ଅର୍ଥ ହେଉଛି, ତୁମେ କିପରି ଅନୁଭବ କରୁଥିଲ? ଯେତେବେଳେ ଜଣେ ମାଆ ଚାଲିଯାଏ ସେତେବେଳେ କିପରି ଅନୁଭବ ହୁଏ?" ଏହାର ଉତ୍ତରରେ, ଜଣେ ପାପାରାଜି ଉତ୍ତର ଦିଅନ୍ତି, "ଏହା ଦୁଃଖଦ।" "ଏପରି କଥା କହିବାର ଏହା ସମୟ ନୁହେଁ। ଭାଇ ଛାଡ଼, ଘରକୁ ଯାଅ।"

ଏହାସହ ପଢ଼ନ୍ତୁ : ରାଜ୍ୟସଭା ନିର୍ବାଚନରେ ଘୋଡ଼ାବେପାର ପ୍ରସଙ୍ଗ: ପ୍ରଣବ-ପ୍ରଭାତ ମୁହାଁମୁମୁହଁ