ତିଗିରିଆ,୦୯/୦୫: ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କୁ ଅବମାନନା । ଇଟା ଠେସା ଦେଇ ସ୍କାଏଲାଇଟ୍‌ରେ ଜଗତର  ନାଥ ଶ୍ରୀଜଗନ୍ନାଥଙ୍କୁ ରଖାଯିବା ଭଳି ଏକ ଅଭାବନୀୟ  ଘଟଣା ବଡ଼ମ୍ବା ବ୍ଲକ୍‌ କୁଆଁରପାଳ ପଞ୍ଚାୟତ ଶବର ସାହିରେ  ଦେଖିବାକୁ ମିଳିଛି । ସାହିର ପ୍ରଭାକର ଦେହୁରୀଙ୍କ ପକ୍‌କା  ଘରର ସ୍କାଏଲାଇଟ୍‌ରେ ଓଡ଼ିଶାର ଆରାଧ୍ୟ୍ୟ ଦେବତା  ମହାପ୍ରଭୁ ଶ୍ରୀ ଜଗନ୍ନାଥଙ୍କୁ ଇଟା ଠେସା ଦେଇ ରଖାଯାଇଛି ।  ଏନେଇ ଜଗନ୍ନାଥ ପ୍ରେମୀ କ୍ଷୋଭ ପ୍ରକାଶ କରିଛନ୍ତି । ଦୀର୍ଘ  ୧୦ ବର୍ଷ ହେବ ଏହି ସ୍କାଏଲାଇଟ୍‌ରେ ଠାକୁର ରହିଥିବା  ସ୍ଥାନୀୟ ଲୋକେ ପ୍ରକାଶ କରି କାର୍ଯ୍ୟାନୁଷ୍ଠାନ ଦାବି କରିଛନ୍ତି ।