ପ୍ରମୂଖ ଖବର
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

ଜଗତସିଂହପୁରରେ ହସ୍‌ପିଟାଲ୍‌କୁ ଆଲର୍ଟ, ଡାକ୍ତରଙ୍କ ଛୁଟି ବାତିଲ୍‌

Published By : Prameya | October 24, 2024 10:57 AM

ପାରାଦୀପ,୨୪/୧୦: ବାତ୍ୟା ଦାନା ପାଇଁ ଜଗତସିଂହପୁର ଜିଲ୍ଲାର ବିଭିନ୍ନ  ହସ୍‌ପିଟାଲ୍‌ ଗୁଡ଼ିକରେ ସମସ୍ତ ପ୍ରକାର ବ୍ୟବସ୍ଥା  କରାଯାଇଛି । ଆବଶ୍ୟକତାଠାରୁ ଅଧିକ  ପରିମାଣରେ ସାପ କାମୁଡ଼ା ଇଞ୍ଜେକସନ୍‌,  ହାଲୋଜିନ୍‌ ବଟିକା, ବ୍ଲିଚିଂ, ଝାଡ଼ା ବାନ୍ତି, ଔଷଧ  ଆଦି ପର୍ଯ୍ୟପ୍ତ ପରିମାଣରେ ରଖାଯାଇଛି । ଡାକ୍ତର ମାନଙ୍କ ଛୁଟି ବାତିଲ୍‌ କରାଯାଇଛି ।  ପ୍ରାଥମିକ ସ୍ୱାସ୍ଥ୍ୟ ସେବା ଯୋଗାଇ ଦେବା ପାଇଁ  ଆଶାକର୍ମୀ ଓ ଅଙ୍ଗନବାଡ଼ି କର୍ମୀଙ୍କୁ ନିୟୋଜିତ  କରାଯାଇଥିବା ଜିଲ୍ଲା ମୁଖ୍ୟ ଚିକିତ୍ସାଧିକାରୀ ଡ.  ଶତ୍ରୁଘ୍ନ ଦାଶ ସୂଚନା ଦେଇଛନ୍ତି । 

ସେହିପରି ଆଶ୍ରୟସ୍ଥଳୀରେ ୧୫ ହଜାର ପାଣି ବୋତଲ୍‌  ବ୍ୟବସ୍ଥା ରହିଛି । ୧ଟି ମୋବାଇଲ୍‌ ଟ୍ରିଟ୍‌ମେଣ୍ଟ  ୟୁନିଟ୍‌, ୨୯ଟି ପାଣି ଟ୍ୟାଙ୍କ, ପ୍ରତ୍ୟେକ ବ୍ଲକ ନିକଟରେ ଗୋଟିଏ ଜେସିବି ରହିଛି ବୋଲି  ଜିଲ୍ଲାପାଳ ସୂଚନା ଦେଇଥିଲେ । ଏରସମା  ବ୍ଲକଠାରେ ଯୋଡ଼ି ହୋଇ ବରିଷ୍ଠ ପ୍ରଶାସନିକ ଅଧିକାରୀ ଯାମିନୀ ଷଡଙ୍ଗୀ ଜିଲ୍ଲାର ସମସ୍ତ  ପ୍ରସ୍ତୁତି ସଠିକ୍‌ ସମୟ ଅନୁସାରେ ରହିଛି  ବୋଲି ମତ ଦେଇଥିଲେ । କୁଜଙ୍ଗରେ  ବିଭିନ୍ନ ବାତ୍ୟା ଆଶ୍ରୟସ୍ଥଳୀକୁ ପ୍ରାୟ ୧୫  ଶହ ଲୋକଙ୍କୁ ଥାଇଥାନ କରାଯାଇଥିବା  କୁଜଙ୍ଗ ବିଡିଓ ସୂଚନା ଦେଇଛନ୍ତି ।  ସେମାନଙ୍କୁ ବୁଧବାର ଶୁଖିଲା ଖାଦ୍ୟ ଦିଆଯାଇଛି । ଏରସମାରେ ଗୁରୁବାର ଲୋକଙ୍କୁ ବାତ୍ୟା  ଆଶ୍ରୟସ୍ଥଳୀକୁ ସୁବିଧା ଅନୁସାରେ ପଠା ଯିବ  ବୋଲି ପ୍ରଶାସନ ପକ୍ଷରୁ ସୂଚନା ମିଳିଛି । 

କୁଜଙ୍ଗ, ପାରାଦୀପ ଏବଂ ଏରସମାକୁ  ୩ଟି ଓଡ୍ରାଫ୍‌ ଟିମ୍‌ ପଠା ଯାଇଛି । ଶୁଖିଲା  ଖାଦ୍ୟ ପ୍ୟାକେଟ୍‌ ମଧ୍ୟ ପ୍ରସ୍ତୁତ ହୋଇ  ସାରିଛି । ଆବଶ୍ୟକୀୟ ପରିମାଣର ଗୁଡ,  ବିସ୍କୁଟ, ଦିଆସିଲ, ମହମବତୀ ମଧ୍ୟ  ଗଛିତ ରଖାଯାଇଛି । ଶିବିରକୁ ଆସିଥିବା  ଲୋକଙ୍କୁ ରନ୍ଧା ଖାଦ୍ୟ ଯୋଗାଇ ଦେବାକୁ  ପ୍ରଶାସନ ବ୍ୟବସ୍ଥା କରିଛି । ରିଲିଫ ସାମଗ୍ରୀ,  ପାନୀୟ ଜଳ, ଔଷଧ ଏବଂ ଅନ୍ୟାନ୍ୟ  ଆବଶ୍ୟକୀୟ ସାମଗ୍ରୀକୁ ମହଜୁଦ୍‌ ରଖିବା  ସହ ଭୟଭୀତ ନହୋଇ ବାତ୍ୟା ମୁକାବିଲା  ପାଇଁ ଉଚିତ ପଦକ୍ଷେପ ଗ୍ରହଣ କରିବାକୁ  ପ୍ରଶାସନ ନିର୍ଦ୍ଦେଶ ଦେଇଛି । ଜ୍ୱର, ଝାଡ଼ା,  ବାନ୍ତି ଏବଂ ସାପ କାମୁଡ଼ା ପାଇଁ ଯଥେଷ୍ଟ  ପରିମାଣରେ ଔଷଧ ମହଜୁଦ ରହିଛି ।  ବୟସ୍କ, ଦିବ୍ୟାଙ୍ଗ, ଶିଶୁ, ଗର୍ଭବତୀ, ନବ  ପ୍ରସୂତି, ନବଜାତ ଶିଶୁଙ୍କୁ ସୁରକ୍ଷିତ ସ୍ଥାନକୁ  ଅଣାଯିବା ପାଇଁ ପ୍ରଶାସନ ଦିନରାତି ଏକ କରି  ଦେଇଛି । ଜିଲ୍ଲାର ୧୧୭ ଗର୍ଭବତୀ ମହିଳାଙ୍କୁ  ବିଭିନ୍ନ ହସ୍‌ପିଟାଲ୍‌କୁ ଅଣାଯାଇ ସାରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.