ନୂଆଦିଲ୍ଲୀ,୩୦/୦୪; ପାକିସ୍ତାନରୁ ଭାରତର ଆଉ ଜଣେ ଶତ୍ରୁର ମୃତ୍ୟୁ ଖବର ଆସିଛି । ରିପୋର୍ଟ ଅନୁଯାୟୀ, ପାକିସ୍ତାନର ବାହାୱଲପୁରରେ ଜୈଶ-ଏ-ମହମ୍ମଦର ଜଣେ ବରିଷ୍ଠ କମାଣ୍ଡର ମୌଲାନା ସଲମାନ ଆଝାରଙ୍କୁ ସନ୍ଦେହଜନକ ପରିସ୍ଥିତିରେ ହତ୍ୟା କରାଯାଇଛି । ସୂତ୍ରଗୁଡ଼ିକ ଦାବି କରୁଛନ୍ତି ଯେ ତାଙ୍କୁ ଏକ ଅଜଣା ଗାଡ଼ି ଧକ୍କା ଦେଇଥିଲା, ଯାହା ଫଳରେ ତାଙ୍କର ମୃତ୍ୟୁ ହୋଇଥିଲା । ଏହି ଘଟଣାକୁ ପାକିସ୍ତାନ ପକ୍ଷରୁ ଏପର୍ଯ୍ୟନ୍ତ ସରକାରୀ ଭାବରେ ନିଶ୍ଚିତ କରାଯାଇ ନାହିଁ । ନିହତ କମାଣ୍ଡର ସଲମାନ ଆଝାର ସଂଗଠନର ମୁଖ୍ୟ ମାସୁଦ ଆଝାରଙ୍କ ନିକଟତର ଥିଲେ ଏବଂ ତାଙ୍କ କାର୍ଯ୍ୟରେ ପ୍ରମୁଖ ଭୂମିକା ଗ୍ରହଣ କରିଥିଲେ ।

​​​​​​​ଏହା ପାକିସ୍ତାନରେ ଜଣେ ଆତଙ୍କବାଦୀଙ୍କ ଲଗାତାର ଦ୍ୱିତୀୟ ହତ୍ୟା ଘଟଣା । ପୂର୍ବରୁ ଜୁନ୍ ୨୦୨୫ରେ ସମାନ ଘଟଣା ଘଟିଥିଲା, ଯେତେବେଳେ ଜୈଶ-ଏ-ମହମ୍ମଦର ଅନ୍ୟ ଜଣେ ବରିଷ୍ଠ କମାଣ୍ଡର ମୌଲାନା ଅବଦୁଲ ଅଜିଜ ଇସାରଙ୍କର ପାକିସ୍ତାନର ପଞ୍ଜାବ ଅଞ୍ଚଳରେ ରହସ୍ୟମୟ ପରିସ୍ଥିତିରେ ମୃତ୍ୟୁ ହୋଇଥିଲା । କିଛି ରିପୋର୍ଟରେ କୁହାଯାଇଛି ଯେ, ତାଙ୍କର ହୃଦଘାତରେ ମୃତ୍ୟୁ ହୋଇଥିଲା, କିନ୍ତୁ ମୃତ୍ୟୁର ସଠିକ୍ କାରଣ ଅସ୍ପଷ୍ଟ । ଅବଦୁଲ ଅଜିଜ ଇସାରଙ୍କ ବିରୁଦ୍ଧରେ ଭାରତରେ ଅନେକ ଆତଙ୍କବାଦୀ କାର୍ଯ୍ୟକଳାପର ଷଡ଼ଯନ୍ତ୍ର ରଚନା କରିବାର ଅଭିଯୋଗ ଥିଲା। ସେ ୨୦୧୬ ନାଗ୍ରୋଟା ଆକ୍ରମଣ ସମେତ ଅନେକ ମାମଲାରେ ଜଡିତ ଥିଲେ । ମୌଲାନା ସଲମାନ ଆଝାର ଭାରତ ବିରୋଧରେ ଅନେକ ବଡ଼ ଆତଙ୍କବାଦୀ ଷଡ଼ଯନ୍ତ୍ରର ମାଷ୍ଟରମାଇଣ୍ଡ ଥିଲା । ମାସୁଦ ଆଝାରର ସବୁଠାରୁ ବିଶ୍ୱସ୍ତ ଲେପ୍ଟନାଣ୍ଟଙ୍କ ମଧ୍ୟରେ ଜଣେ ଥିଲେ ।

ଏହା ବି ପଢନ୍ତୁ...Operation Sindoor:'ଲମ୍ବା ଯୁଦ୍ଧ ପ୍ରସ୍ତୁତିରେ ଥିଲା ଭାରତ'...ରାଜନାଥ ସିଂହ ଖୋଲିଲେ 'ସିନ୍ଦୂର'ର ବଡ଼ ରାଜ୍   

ମୌଲାନା ସଲମାନ ଆଝାର କିଏ ?  ଜୈଶ-ଏ-ମହମ୍ମଦ ଭିତରେ ସଲମାନ ଆଝାର ଜଣେ ପ୍ରଭାବଶାଳୀ ଏବଂ ବିପଜ୍ଜନକ ନାମ ଥିଲା । ମାସୁଦ ଆଝାରର  ରାଇଟ୍ ହ୍ୟାଣ୍ଡ ମଧ୍ୟରୁ ଜଣେ ଥିଲେ । ସଂଗଠନର ଅନେକ ବଡ ନିଷ୍ପତ୍ତି ତାଙ୍କ ପରାମର୍ଶରେ ନିଆଯାଉଥିଲା । ସଲମାନ ଆଝାର ମୁଖ୍ୟ କାମ ଥିଲା ଭାରତ ବିରୋଧରେ ଆତଙ୍କବାଦୀ ଷଡ଼ଯନ୍ତ୍ର ରଚନା କରିବା, ନୂଆ ଆତଙ୍କବାଦୀଙ୍କୁ ନିଯୁକ୍ତ କରିବା ସେମାନଙ୍କୁ ତାଲିମ ଦେବା ଏବଂ ପାଣ୍ଠି ସଂଗ୍ରହ କରିବା । ସଲମାନ ଆଝାରଙ୍କ ହତ୍ୟା କୌଣସି ବିଚ୍ଛିନ୍ନ ଘଟଣା ନୁହେଁ । ଏହା ପାକିସ୍ତାନର ଏକ ଧାରା ଯାହା ସେଠାରେ ଆଶ୍ରୟ ନେଉଥିବା ଆତଙ୍କବାଦୀଙ୍କ ରାତିର ନିଦ ହଜାଇ ଦେଇଛି । ଏହି ଘଟଣା ଜୈଶ-ଏ ମହମ୍ମଦକୁ ଏକ ବଡ଼ ରଣନୈତିକ ଏବଂ ମାନସିକ ଆଘାତ ଦେଇଛି ।