ପ୍ରମୂଖ ଖବର
  • ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସିବେ ଅମିତ ଶାହ,୨୨ରେ ବିଭିନ୍ନ ପ୍ରକଳ୍ପର ଶିଳାନ୍ୟାସ କରିବେ
  • ||
  • ବଲାଙ୍ଗୀର : ଟିକ୍ରାପଡ଼ା-ଝିଙ୍କିଡୁଙ୍ଗୁରି ରାସ୍ତାରେ ବାଇକ୍‌ ଦୁର୍ଘଟଣା, ବାଇକ୍‌ ଆରୋହୀ ମୃତ
  • ||
  • ଆନନ୍ଦପୁର : ୨୫୦ ଲିଟର ଦେଶୀ ମଦ ଜବତ, ଜଣେ ଗିରଫ
  • ||
  • ଗୁଜରାଟ ମଡେଲରେ ଓଡ଼ିଶାରେ ହେବ ପୋଷଣ କେନ୍ଦ୍ର, ହିତାଧିକାରୀଙ୍କୁ ମିଳିବ ସ୍ୱତନ୍ତ୍ର କାର୍ଡ
  • ||
  • ମୟୂରଭଞ୍ଜ : ପାରିବାରିକ ଅସନ୍ତୋଷରୁ ସ୍ତ୍ରୀକୁ ପିଟିପିଟି ହତ୍ୟା ,ସ୍ୱାମୀ ଫେରାର
  • ||
  • ଜଳେଶ୍ୱରରେ ଲଜ୍ଜ୍ୟା : ସ୍ବାମୀକୁ ନିଶା ଖୁଆଇ ସ୍ତ୍ରୀକୁ ଦୁଷ୍କର୍ମ ଅଭିଯୋଗ, ସମ୍ପର୍କୀୟ କାକା ଫେରାର
  • ||
  • ଶାନ୍ତିପଲ୍ଲୀ ବସ୍ତିରେ ହତ୍ୟା ଘଟଣା: ୩ ଅଭିଯୁକ୍ତକୁ ଚିହ୍ନଟ କଲା ପୋଲିସ
  • ||
  • ଏଆର ରେହମାନ ଅସୁସ୍ଥ, ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ହସ୍ପିଟାଲରେ ଭର୍ତ୍ତି
  • ||
  • ଗୁଲୁମୀ ଜଳପ୍ରପାତରେ ବୁଡ଼ି ଛତିଶଗଡ଼ର ଦୁଇ ଯୁବକ ନିଖୋଜ, ଉଦ୍ଧାର କାର୍ଯ୍ୟ ଜାରି
  • ||
  • ଗଡଗୋବିନ୍ଦପୁର ପୂର୍ବତନ ସରପଞ୍ଚ କେ ହରିବନ୍ଧୁ ରେଡ୍ଡୀଙ୍କୁ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • କନ୍ଧମାଳ : ଯୁବକଙ୍କୁ ସଂଘବଦ୍ଧ ଭାବେ ମରଣାନ୍ତକ ଆକ୍ରମଣ, ଗୁରୁତର ଅବସ୍ଥାରେ ଡାକ୍ତରଖାନାରେ ଭର୍ତ୍ତି
  • ||
  • ଚିରନିଦ୍ରାରେ ପଦ୍ମଭୂଷଣ ରମାକାନ୍ତ ରଥ, ୯୧ ବୟସରେ ତ୍ୟାଗ କଲେ ଶେଷ ନିଶ୍ବାସ
  • ||
  • ଲସ୍କର ଆତଙ୍କୀ ଅବୁ କତାଲ ନିହତ; NIAର ମୋଷ୍ଟ ୱାଣ୍ଟେଡ ତାଲିକାରେ ଥିଲା
  • ||
  • ଭୁବନେଶ୍ୱର : କାର୍‌-ସ୍କୁଟର୍‌ ମୁହାଁମୁହିଁ ଧକ୍କା, ୨ ଗୁରୁତର
  • ||
  • ଓଡ଼ିଶାରେ ଉପରମୁହାଁ ତାତି, ୩ ଦିନ ପାଇଁ ହିଟ୍‌ଓ୍ବେଭ୍ ଆଲର୍ଟ, ୩ ଜିଲ୍ଲାକୁ ରେର୍ଡ ଏବଂ ୪ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||

ଲଣ୍ଡନରେ ଜୟଶଙ୍କର ସୁରକ୍ଷାରେ ତ୍ରୁଟି ଘଟଣା; ଚରମପନ୍ଥୀଙ୍କ ସହ କଥା ହେବାକୁ ଭାରତର ଯୋଜନା

Published By : Bijay Swain | March 7, 2025 11:20 PM

ନୂଆଦିଲ୍ଲୀ: ଇଂଲଣ୍ଡ ଗସ୍ତରେ ଥିବା ବିଦେଶ ମନ୍ତ୍ରୀ ଏସ ଜୟଶଙ୍କରଙ୍କ ସୁରକ୍ଷାରେ ତ୍ରୁଟି ପରିଲକ୍ଷିତ ହେବା ପରେ ଇଂଲଣ୍ଡ ସରକାର ଏନେଇ ଦୁଃଖ ପ୍ରକାଶ କରିଛନ୍ତି। ତେବେ ଏହି ଘଟଣାରେ ଅଭିଯୁକ୍ତ ଯୁବକଙ୍କ ବିରୁଦ୍ଧରେ ବ୍ରିଟେନ ସରକାର କୌଣସି କାର୍ଯ୍ୟନୁଷ୍ଠାନ ଗ୍ରହଣ କରିନଥିବାରୁ ଭାରତ ସରକାରଙ୍କ ପକ୍ଷରୁ ଏନେଇ କ୍ଷୋଭ ପ୍ରକାଶ ପାଇଛି। 

ବୈଦେଶିକ ବ୍ୟାପାର ମନ୍ତ୍ରଣାଳୟ ପକ୍ଷରୁ ଏନେଇ ଏକ ବିବୃତି ଜାରି କରାଯାଇ କୁହାଯାଇଛି ଯେ “ଏହି ମାମଲାରେ ବ୍ରିଟେନ ବୈଦେଶିକ କାର୍ଯ୍ୟାଳୟ ଦ୍ୱାରା ଜାରି କରାଯାଇଥିବା ବିବୃତ୍ତି ଆମ ପାଖରେ ପହଞ୍ଚିଛି। ତେବେ ଏତେ ବଡ ଘଟଣା ପରେ ବି ଅଭିଯୁକ୍ତ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନିଆଯାଇ ପାରିନାହିଁ। ଆମର ଲକ୍ଷ୍ୟ ସମ୍ପୂର୍ଣ୍ଣ ଭାବେ ଏହା ଉପରେ ରହିଛି।”

ସୂଚନା ମୁତାବକ, ବ୍ରିଟେନର ଥିଙ୍କ ଟ୍ୟାଙ୍କ ଚାତ୍ଥମ ହାଉସର ଏକ କାର୍ଯ୍ୟକ୍ରମରେ ଯୋଗ ଦେବାକୁ ବିଦେଶ ମନ୍ତ୍ରୀ ଏସ ଜୟଶଙ୍କର ବର୍ତ୍ତମାନ ଲଣ୍ଡନ ଗସ୍ତରେ ରହିଛନ୍ତି। ସେ ନିଜ ବୈଠକ ସାରି ନିଜ କାରକେଡକୁ ଫେରୁଥିବା ସମୟରେ ଖଲିସ୍ତାନି ଚରମପନ୍ଥୀ ମାନେ ଭାରତ ବିରୋଧି ସ୍ଲୋଗାନ ଦେଉଥିଲେ। ସେମାନଙ୍କ ଭିତରୁ ଜଣେ ଯୁବକ ହଠାତ୍ ତାଙ୍କ କାରକେଡ ନିକଟକୁ ଧସେଇ ପଶିଆସିଥିଲେ। ଏହା ପରେ ଉକ୍ତ ଯୁବକ ଜଣଙ୍କ ନିଜ ହାତରେ ଧରିଥିବା ଏକ ତ୍ରିରଙ୍ଗା ପତାକାକୁ ଫାଢି ଦେଇଥିଲେ। ସବୁଠୁ ବଡ କଥା ହେଉଛି ଘଟଣାସ୍ଥଳରେ ପୋଲିସ ଉପସ୍ଥିତ ଥିଲେ ମଧ୍ୟ ଏତେସବୁ କଥା ଘଟିଯାଇଥିଲା। 

ଭାରତ ପକ୍ଷରୁ ଏହି ଘଟଣାକୁ ପ୍ରବଳ ବିରୋଧ କରାଯାଇଥିଲା। ତେବେ ଗୁରୁବାର ବ୍ରିଟେନ ପ୍ରଧାନମନ୍ତ୍ରୀ କେଇର ଷ୍ଟାମରଙ୍କ ସରକାର ଏହି ଘଟଣାକୁ ନିନ୍ଦନିୟ କହିବା ସହ ଏଭଳି ଅପରାଧ ଆଦୈ ଗ୍ରହଣଯୋଗ୍ୟ ନୁହେଁ ବୋଲି ମନ୍ତବ୍ୟ ଦେଇଥିଲେ। କିନ୍ତୁ ଏହା ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ ନକରାଯିବାରୁ ଦିଲ୍ଲି ପକ୍ଷରୁ କେତେକ ବିଚ୍ଛିନତାବାଦିଙ୍କ ଦ୍ୱାରା ସମ୍ୱିଧାନ ସ୍ୱାଧିନତାର ଅପବ୍ୟବହାର ବୋଲି କୁହାଯାଇଥିଲା।

ଦେଖିବାକୁ ଗଲେ ଏହା ଖଲିସ୍ତାନ ସମର୍ଥକଙ୍କ ଦ୍ୱାରା ପ୍ରଥମ ସୁରକ୍ଷା ଉଲ୍ଲଂଘନ ନୁହେଁ ଏହା ପୁର୍ବରୁ ମଧ୍ୟ ଏପରି ଅନେକ ଥର ହୋଇଛି। ମାର୍ଚ୍ଚ ମାସ ୨୦୨୩ରେ କିଛି ପ୍ରଦର୍ଶନକାରୀ ଲଣ୍ଡନରେ ଥିବା ଭାରତ ହାଇ କମିଶନରଙ୍କ ଭବନରେ ଲାଗିଥିବା ଭାରତୀୟ ପତାକାକୁ ତଳକୁ ଟାଣି ଦେଇଥିଲେ। ଏହାର ଜବାବରେ ଭାରତ ପକ୍ଷରୁ କଡ଼ା ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ଏହି ଘଟଣା ପରେ, ଭାରତ ଦିଲ୍ଲୀରେ ଥିବା ବରିଷ୍ଠ ବ୍ରିଟିଶ କୂଟନୀତିଜ୍ଞଙ୍କୁ ଡକାଇ ଏହି ଘଟଣା ପାଇଁ ସ୍ପଷ୍ଟୀକରଣ ଦାବି କରିଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.