ନୂଆଦିଲ୍ଲୀ,୧୪/୦୫; ରୋମାଞ୍ଚକ ମୋଡରେ ପହଞ୍ଚିଛି ଇଣ୍ଡିଆନ୍ ପ୍ରମିୟର ଲିଗରେ ସିଜିନ ୧୯ । ପ୍ଲେ ଅଫ୍ ପାଇଁ ଜୋରଦାର କସରତ ଭିତରେ ଚେନ୍ନାଇ ସୁପର କିଙ୍ଗ୍ସକୁ ବଡ଼ ଝଟକା ଲାଗିଛି । ପ୍ରାରମ୍ଭିକ ବିପର୍ଯ୍ୟୟ ପରେ, ପ୍ଲେଅଫ୍ ଆଡ଼କୁ ଦୃତ ଗତିରେ ଅଗ୍ରଗତି କରୁଥିବା ସିଏସକେର ଷ୍ଟାର ପେସ୍ ବୋଲର ଜେମି ଓଭରଟନ ଡାହାଣ ଜଙ୍ଘରେ ଆହତ ସମସ୍ୟାରୁ ସ୍ୱଦେଶ ଇଂଲଣ୍ଡ ଫେରିଛନ୍ତି । ଯାହା ଦଳକୁ ଚିନ୍ତାରେ ପକାଇଛି । ତାଙ୍କ ଅନୁପସ୍ଥିତି ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ ।

ଆହତ ସମସ୍ୟା ଭିତରେ ଚେନ୍ନାଇ ପ୍ରଥମରୁ ବିପର୍ଯ୍ୟର ସମ୍ମୁଖୀନ ହୋଇଥିଲା । ସିଜିନ ଆରମ୍ଭରୁ ଧୋନି ଖେଳୁନାହାନ୍ତି । ଆୟୂଷ ମାହାତ୍ରେ, ଅହମ୍ମଦ ଖଲିଲ ଆଇପିଏଲ ମଝିରୁ ବାଦ ପଡିଛନ୍ତି । ଏହା ପରେ ବି ଦଳ ଜବରଦସ୍ତ କମବ୍ୟାକ କରିଛି । ବର୍ତ୍ତମାନ ପଏଣ୍ଟ ଟେବୁଲରେ ପଞ୍ଚମ ସ୍ଥାନରେ ଅଛି । ୧୧ଟି ମ୍ୟାଚ ଖେଳି ୬ଟି ମ୍ୟାଚ ଜିତିଛି ଚେନ୍ନାଇ ସୁପର କିଙ୍ଗସ୍ । ପ୍ଲେ ଅଫରେ ପହଞ୍ଚିବାର ଆଶା ଏବେ ବି ଉଜ୍ଜିବୀତ । ଲିଗ୍ ପର୍ଯ୍ୟାୟରେ ଦଳ ଆଉ ୩ଟି ମ୍ୟାଚ ଖେଳିବ । ଗୋଟିଏ ମ୍ୟାଚ ହାରିଲେ ଦଳ ପ୍ଲେ ଅଫ୍ ଆଶାକୁ ବିପଦ ପଡିଯିବ । ଏହି ଗୁରୁତ୍ୱପୂର୍ଣ୍ଣ ସମୟରେ ଜେମି ଓଭରଟନ ଆହତ ହେବା ଦଳ ପାଇଁ ମହଙ୍ଗା ସାବ୍ୟସ୍ତ ହୋଇପାରେ ।

​​​​​​​ଏହା ବି ପଢନ୍ତୁ...MI VS PBKS: ଏକୁଟିଆ ଅଭ୍ୟାସ କଲେ ହାର୍ଦ୍ଦିକ ପାଣ୍ଡ୍ୟା, ୨ଟି ମ୍ୟାଚ୍‌ରୁ ବାହାରେ ଥିବା କ୍ୟାପ୍ଟେନ୍ ପଞ୍ଜାବ ବିପକ୍ଷରେ ଫେରିବେ କି ?

କେତେ ଦିନ ପାଇଁ ଓଭଲଟନ୍ ଉପଲବ୍ଧ ରହିବେ ନାହିଁ ତାହା କହିନାହିଁ ଚେନ୍ନାଇ ସୁପର କିଙ୍ଗସ । ସେ ଲିଗ୍ ପର୍ଯ୍ୟାୟରେ ଦଲର ବାକି ୩ଟି ମ୍ୟାଚ ଖେଳିପାରିବେ କି ନାହିଁ  ସେ ସିଜିନର ବାକି ସମୟ ପାଇଁ ବାହାରେ ଅଛନ୍ତି । ଶୁକ୍ରବାର ଲକ୍ଷ୍ନୌ ସୁପର ଜିଆଣ୍ଟସ ବିପକ୍ଷରେ ସିଏସକେ ଖେଳିବ । ଏହା ନିଶ୍ଚିତ ଯେ  ସେହି ମ୍ୟାଚ୍ ଜେମି ଓଭରଟନ୍ ଉପଲବ୍ଧ ହେବେ ନାହିଁ । ଜେମି ଓଭରଟନ୍ ଚଳିତ ସିଜିନରେ ୧୦ଟି ମ୍ୟାଚ ଖେଳି ୧୪ଟି ୱିକେଟ ନେଇଛନ୍ତି । ଦଳର ଦ୍ୱିତୀୟ ସର୍ବାଧିକ ୱିକେଟର ହାସଲକାରୀ ବୋଲର ହୋଇଛନ୍ତି । ମେ ୧୧ ତାରିଖରେ ଲକ୍ଷ୍ନୌକୁ ହରାଇଥିଲା ଚେନ୍ନାଇ । ଜେମି ଓଭରଟନ ୩୬ ରନ ଦେଇ ୩ଟି ୱିକେଟ ନେଇଥିଲେ । ପ୍ଲେୟାର ଅଫ୍ ଦି ମ୍ୟାଚ ବିବେଚିତ ହୋଇଥିଲେ । ତାଙ୍କ ଅନୁପସ୍ଥିତି ଦଳ ପାଇଁ ଏକ ବଡ଼ ଧକ୍କା ।