ନୂଆଦିଲ୍ଲୀ,୦୮/୧୧: ନୂଆଦିଲ୍ଲୀ,୦୮/୧୧: ଜମ୍ମୁ ଓ କାଶ୍ମୀରର କୁପୱାଡାରେ ଅପରେସନ୍ ପିମ୍ପଲ୍ର ସଫଳତା । ଆତଙ୍କବାଦୀଙ୍କ ଅନୁପ୍ରବେଶ ଉଦ୍ୟମ ହେଲା ପଣ୍ଡ । ସେନା ଗୁଳିରେ ଟଳିଲେ ୨ ଆତଙ୍କବାଦୀ । ଏନେଇ ସ୍ଥାନୀୟ ଅଞ୍ଚଳରେ ସର୍ଚ୍ଚ ଅପରେସନ୍ ଜାରି ରହିଥିବା ବେଳେ ସମସ୍ତ ଆତଙ୍କବାଦୀଙ୍କ କାର୍ଯ୍ୟକଳାପ ଉପରେ ନଜର ରଖାଯାଇଛି।
ରିପୋର୍ଟ ଅନୁଯାୟୀ, କୁପୱାଡ଼ାର କେରନ ସେକ୍ଟରରେ ଏକ ମିଳିତ ଅପରେସନ ଆରମ୍ଭ କରାଯାଇଥିଲା। ସୁରକ୍ଷା ବାହିନୀ ମାନେ ସନ୍ଦେହଜନକ କାର୍ଯ୍ୟକଳାପ ଦେଖି ଆତଙ୍କବାଦୀମାନଙ୍କୁ ଚ୍ୟାଲେଞ୍ଜ କରିଥିଲେ, ଯାହା ଫଳରେ ଆଖିବୁଜା ଗୁଳିଚାଳନା ହୋଇଥିଲା। ପାଲଟା ଗୁଳିଚାଳନାରେ ଦୁଇ ଜଣ ଆତଙ୍କବାଦୀଙ୍କ ମୃତ୍ୟୁ ହୋଇଛି। ସେହିପରି ନିକଟରେ, ଶ୍ରୀନଗର ପୁଲିସ ଗୁରୁବାର ବିଳମ୍ବିତ ରାତିରେ ଡାଲଗେଟର କୋନାଖାନ୍ର ମମତା ଚୌକ ନିକଟରୁ ତିନି ଜଣ ଆତଙ୍କବାଦୀଙ୍କୁ ଗିରଫ କରିଛି। ଗୁରୁବାର ବିଳମ୍ବିତ ରାତିରେ ଏହି ଗିରଫଦାରୀ କରାଯାଇଛି। ସେମାନେ ହେଲେ କୁଲିପୋରା ଖାନୟାରର ବାସିନ୍ଦା ଶାହ ମୁତାୟବ , କୁଲିପୋରା ଖାନୟାରର ବାସିନ୍ଦା କାମରାନ ହାସନ ଶାହ ଏବଂ ମିରଟ ନିବାସୀ ମହମ୍ମଦ ନଦୀମ ବୋଲି ଜଣାପଡିଛି। ଏଥିସହ ସେମାନଙ୍କଠାରୁ ଏକ ଦେଶୀ ନିର୍ମିତ ପିସ୍ତଲ ଏବଂ ନଅଟି ଜୀବନ୍ତ କାର୍ଟୁସ୍ ଜବତ କରାଯାଇଛି।