ଶ୍ରୀନଗର,୧୪।୨: ଜମ୍ମୁ-କଶ୍ମୀର ପୁଲିସ ଆତଙ୍କବାଦ ନିରୋଧି ଅଭିଯାନ ବଢାଇ ଦେଇଛି। ଡୋଡା ଜିଲ୍ଲାରେ ସକ୍ରିୟ ଆତଙ୍କବାଦୀଙ୍କ ବିଷୟରେ ସୂଚନା ଦେବା ସମ୍ପର୍କରେ ଗୁରୁତ୍ବପୂର୍ଣ୍ଣ ସ୍ଥାନ ଗୁଡିକରେ ପୋଷ୍ଟର ଲଗାଯାଇଛି। ଅଧିକାରୀମାନେ ଶନିବାର କହିଛନ୍ତି, ଏଥିରେ ଜୈଶ-ଇ-ମହମ୍ମଦର ପାକିସ୍ତାନୀ କମାଣ୍ଡର ସୈଫୁଲ୍ଲାର ନାଁ ମଧ୍ୟ ରହିଛି। ନିକଟରେ ସଂଘର୍ଷ ବେଳେ ସ୍ଥାନୀୟ ଅଞ୍ଚଳରେ ଆତଙ୍କବାଦୀଙ୍କ ଉପସ୍ଥିତି ବିଷୟରେ ଗୁଇନ୍ଦା ସୂଚନା ମିଳିବା ପରେ ଜମ୍ମୁର ବହୁ ଅଞ୍ଚଳରେ ସୁରକ୍ଷା ଅଭିଯାନ ବାଧ୍ୟତାମୂଳକ କରି ଦିଆଯାଇଛି। ଏହି କ୍ରମରେ ଏଭଳି ଏକ ପଦକ୍ଷେପ ଉଠାଯାଇଛି। ପୋଷ୍ଟର ସବୁ ଡୋଡାର ପ୍ରବେଶ ପଥରେ ଗଣପତ ବ୍ରିଜ,ନାଗରି,ଡେସା ଓ ଠାଠରି ସମେତ ପ୍ରମୁଖ ପୋଷ୍ଟ ଓ ସାର୍ବଜନୀନ ସ୍ଥାନରେ ଲଗାଯାଇଛି।
ଅଧିକାରୀଙ୍କ କହିବା ଅନୁସାରେ, ଜନସହଭାଗିତା ବଢାଇବା ପାଇଁ ସମ୍ବେଦନଶୀଳ ଅଞ୍ଚଳରେ ମଧ୍ୟ ଆହୁରି ନୋଟିସ୍ ଲଗାଯାଇଛି। ଏହା ଭିତରେ ଶନିବାର ସକାଳେ ସୁରକ୍ଷାବଳ ଡୋଡାର ଗାନ୍ଦେ ଅଞ୍ଚଳର ଚିଲ୍ଲୀ ଜଙ୍ଗଲରେ ଆତଙ୍କବାଦୀଙ୍କ ଏକ ଆଡ୍ଡାକୁ ଧ୍ବଂସ କରିଦେଇଛନ୍ତି। ସେଠାରେ ଖାଦ୍ୟ-ପେୟ ଜିନିଷ ଓ କମ୍ବଳ ଜବତ କରାଯାଇଛି। ଅଧିକାରୀଙ୍କ କହିବା ଅନୁସାରେ ଆଖପାଖର ଜଙ୍ଗଲରେ ତଲାସୀ ଅଭିଯାନ ଆହୁରି ବଢାଇ ଦିଆଯାଇଛି।
ସନ୍ଦିଗ୍ଧଙ୍କ ଫଟୋ ଓ ସଂକ୍ଷିପ୍ତ ବିବରଣୀ ଥିବା ପୋଷ୍ଟର ଜରିଆରେ ସାଧାରଣ ଲୋକଙ୍କୁ ସଚେତନ କରାଯାଇଛି। କୌଣସି ବିଶ୍ବାସନୀୟ ସୂଚନାକୁ ପୁଲିସ ସହ ସେୟାର କରିବାର ଅପିଲ କରାଯାଇଛି। ଏହା ସହ ସୂଚନା ଦେଇଥିବା ଲୋକଙ୍କର ପରିଚୟନ ଗୋପନ ରଖିବା ଓ ସୁରକ୍ଷା ସୁନିଶ୍ଚିତ କରିବାର ଆଶ୍ବାସନା ମଧ୍ୟ ଦିଆଯାଇଛି। ଅଧିକାରୀମାନେ କହିଛନ୍ତି, ଏହି ପୋଷ୍ଟର ଅଭିଯାନ ଚେନାବ ଘାଟିରେ ସକ୍ରିୟ ଆତଙ୍କୀ ନେଟଓ୍ବର୍କକୁ ଧ୍ବଂସ କରିବାର ବ୍ୟାପକ ଚେଷ୍ଟାର ଅଂଶ ପାଲଟିଛି। ଡୋଡା ଓ ପଡୋଶୀ କିଶତଓ୍ବାଡା ଜିଲ୍ଲାରେ ନିକଟରେ କିଛି ବର୍ଷରେ ସଂଘର୍ଷ ଚାଲିଛି। କାରଣ ଆତଙ୍କବାଦୀମାନେ ଜମ୍ମୁର ସେହି ଅଞ୍ଚଳରେ ପୁଣିଥରେ ହିଂସା ଗତିବିଧି ବଢାଇବାର ଚେଷ୍ଟା କରିଛନ୍ତି। ସେଠାରେ ପୂର୍ବରୁ ଆତଙ୍କବାଦୀ ଗତିବିଧି ବଢି ରହିଥିଲା,କିନ୍ତୁ ଏବେ ସେହି ସବୁ ସ୍ଥାନରେ ବହୁମାତ୍ରାରେ ଏହାକୁ ନିୟନ୍ତ୍ରଣ କରିହୋଇଛି।
ଆହୁରି ପଢନ୍ତୁ : ଉଠିଲା ଜାତିଭେଦର ପ୍ରାଚୀର, ‘ନିଜକୁ ‘ଜାତିମୁକ୍ତ’ ଗାଁ ଘୋଷଣା କଲା ସୌଣ୍ଡଲା’ : ସ୍କୁଲରେ ନାଁ ଲେଖିଲେ ରହିବନି ସରନେମ୍