ପୁରୀ ୨୩/୧୨ : ମହାପ୍ରଭୁଙ୍କ ପ୍ରେମରେ ବିଭୋର ହୋଇ ପଡିଛନ୍ତି ଜାପାନୀ  ପର୍ଯ୍ୟଟକ  । ସୁଦୂର ବିଦେଶ ଜାପାନରୁ ଆସିଥିବା ୧୦ ରୁ ଉର୍ଦ୍ଧ ପର୍ଯ୍ୟଟକ  ମହାପ୍ରଭୁଙ୍କୁ ଦର୍ଶନ ଲାଗି ଇଚ୍ଛା ପ୍ରକାଶ କରିଥିଲେ। ମାତ୍ର ସେମାନଙ୍କୁ ଶ୍ରୀମନ୍ଦିର ପ୍ରବେଶ ଉପରେ ବାରଣ ରହିଥିବାରୁ ଭିତରକୁ ଯାଇ ପାରି ନଥିଲେ। 

 ତେଣୁ ଇଣ୍ଡିଆ- ଜାପାନ ଫ୍ରେଣ୍ଡସିପ ସେଣ୍ଟର ତରଫରୁ ସମସ୍ତଙ୍କୁ ମହାପ୍ରଭୁ ଜଗନ୍ନାଥଙ୍କ ଶ୍ରୀମୁଖ ଥିବା ଗଞ୍ଜି ପିନ୍ଧିଯାଇ ଶ୍ରୀ ପରିକ୍ରମା ମାର୍ଗ ପରିଭ୍ରମଣ  କରାଯାଇଥିଲା ।ଏଥି ସହ ସିଂହଦ୍ୱାର ସମ୍ମୁଖରେ ପତିତପାବନଙ୍କୁ ଦର୍ଶନ କରିଥିଲେ। ମହାପ୍ରଭୁ ଜଗନ୍ନାଥଙ୍କ  ମହିମା ସମ୍ପକରେ ସେମାନଙ୍କୁ ଜପାନୀ ଭାଷାରେ ଅନୁବାଦ କରି ଅବଗତ କରାଯାଇଥିଲା। ଫଳରେ ଠାକୁରଙ୍କ ଭକ୍ତିରେ ବିଭୋର ହୋଇ ପଡିବା ସହ ଶ୍ରୀ ମନ୍ଦିର ନିର୍ମାଣ ଶୈଳୀ ଦେଖି ଖୁସିପ୍ରକଟ କରିଥିବା ନେଇ ସେଣ୍ଟରର ସଭାପତି ଶ୍ରୀମନ୍ତ କୁମାର ଦାଶ କହିଛନ୍ତି।