ପ୍ରମୂଖ ଖବର
  • ମୟୂରଭଞ୍ଜ : ବରଯାତ୍ରୀ ବସ୍‌ - କଣ୍ଟେନର ଟ୍ରକ୍‌ ମୁହାଁମୁହିଁ ଧକ୍କା: ହେଲପର୍‌ ଗୁରୁତର, ୧୦ ରୁ ଉର୍ଦ୍ଧ୍ୱ ଆହତ
  • ||
  • ଘୋର ଆର୍ଥିକ ସଂକଟରେ ପାକ୍‌ ଅର୍ଥନୀତି: ଆଜି ପାକ୍‌କୁ ଋଣ ପ୍ରଦାନ ନେଇ ସମୀକ୍ଷା କରିବ ଆଇଏମ୍‌ଏଫ, ଭାରତର ବିରୋଧ
  • ||
  • ଅମୃତସର ବାସିନ୍ଦାଙ୍କୁ ଘରେ ରହିବାକୁ ନିର୍ଦ୍ଦେଶ, ଝରକା ଠାରୁ ଦୂରରେ ଏବଂ ଲାଇଟ୍ ବନ୍ଦ ରଖିବାକୁ ନିର୍ଦ୍ଦେଶାବଳୀ ଜାରି
  • ||
  • ଭାରତୀୟ ସେନାକୁ ସଫଳତା , ଧରାପଡିଲା ପାକିସ୍ତାନୀ ପାଇଲଟ୍
  • ||
  • ସମୀକ୍ଷା କରିବେ ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, CDS ଏବଂ ୩ ସେନା ମୁଖ୍ୟଙ୍କ ସହ ଯୁଦ୍ଧ ସ୍ଥିତି ନେଇ କରିବେ ଆଲୋଚନା
  • ||
  • ଭାରତ-ପାକ୍ ଯୁଦ୍ଧ ନେଇ ସସପେନ୍ସ: ଆଇପିଏଲ୍‌ ଆୟୋଜନ ଉପରେ ହୋଇପାରେ ବଡ଼ ନିଷ୍ପତ୍ତି
  • ||
  • ବାଲେଶ୍ବର ଚାନ୍ଦିପୁର କ୍ଷେପଣାସ୍ତ୍ର ଘାଟିରେ ବଢ଼ିଲା ସୁରକ୍ଷା, ଅପରାହ୍ନ ୨ଟାରେ ବସିବ ଗୁରୁତ୍ୱପୂର୍ଣ୍ଣ ବୈଠକ
  • ||
  • ପାକିସ୍ତାନ ଉପରେ ଆକ୍ରମଣକୁ ନେଇ ବିସ୍ତୃତ ତଥ୍ୟ ଦେବ ବୈଦେଶିକ ମନ୍ତ୍ରଣାଳୟ,ସକାଳ ୯ଟାରେ ପ୍ରେସ ମିଟ୍
  • ||
  • ରାଜ୍ୟରେ ଆହୁରି ବଢ଼ିବ ଗରମ ପ୍ରକୋପ, ୧୦ରୁ ୧୪ ପ୍ରଚଣ୍ଡ ତାତି,ପଶ୍ଚିମରେ ହିଟ୍‌ୱେଭ୍‌, ଉପକୂଳରେ ଗୁଳୁଗୁଳି ଆଶଙ୍କା
  • ||

ବିଧାୟକଙ୍କୁ ଗୃହରୁ ନିଲମ୍ଵନ ଘଟଣା ନିନ୍ଦନୀୟ, ୨୭ରେ ଜବାବ ଦେବ କଂଗ୍ରେସ : ଜୟଦେବ ଜେନା

Published By : Prameya | March 26, 2025 12:36 PM

ଭୁବନେଶ୍ଵର, ୨୬/୦୩ : କଂଗ୍ରେସ ବିଧାୟକଙ୍କୁ ଗୃହରୁ ନିଲମ୍ଵନ ଘଟଣାକୁ ଦୃଢ ନିନ୍ଦା କଲେ କଂଗ୍ରେସ ନେତା ଜୟଦେବ ଜେନା। ସେ କହିଛନ୍ତି ଯେ, କଂଗ୍ରେସ ବିଧାୟକଙ୍କୁ ଯେପରି ନିଲମ୍ଵିତ କରାଗଲା, ତାହା ନିନ୍ଦନୀୟ। ନିଲମ୍ବିତ ହେବା ପରେ ରାତି ଦୁଇଟାରେ ଆଣି ମାଷ୍ଟରକ୍ୟାଣ୍ଟିନରେ ଫୋପାଡ଼ି ଦିଆଗଲା। ଆକ୍ରମଣ କରି ଲହୁଲୁହାଣ କରାଗଲା। ମୁଖ୍ୟମନ୍ତ୍ରୀ ଉତ୍ତର ଦେଲେନି, ହାଉସ କମିଟି ଗଢ଼ା ହେଲାନି। ନାରୀଙ୍କ ସହିତ ଅତ୍ୟାଚାର ବଢ଼ି ଚାଲିଛି। ନାରୀଙ୍କୁ ନ୍ୟାୟ ଦିଆଯିବ କହି କ୍ଷମତାକୁ ଆସିଛନ୍ତି। ହେଲେ କ୍ଷମତାକୁ ଆସିବା ପରେ ପ୍ରତାରଣା କରିଛନ୍ତି। ଯାହାର ପ୍ରତିବାଦରେ ଆସନ୍ତାକାଲି କଂଗ୍ରେସ ଯେକୌଣସି ସୀମା ଟପିଯିବ। କାଲିର ଆନ୍ଦୋଳନରେ ରାଜ୍ୟର କୋଣ ଅନୁକୋଣରୁ ସ୍ୱତଃସ୍ପୃତ ଭାବରେ ବହୁ ମହିଳା, ଚାଷୀ, ସାଧାରଣ ଜନତା ଯୋଗ ଦେବେ। କଂଗ୍ରେସ ନୀରବ ରହିବ ନାହିଁ। ଆସନ୍ତାକାଲି ତାର ଜବାବ ଦେବ।

ଏହି ଖବରଟିକୁ ପଢନ୍ତୁ-କଂଗ୍ରେସର ସବୁ ବିଧାୟକ ସସପେଣ୍ଡ୍, ତାରା ବାହିନୀପତି ଓ ରମେଶ ଜେନା ୭ ଦିନ ପାଇଁ ଗୃହରୁ ନିଲମ୍ଵିତ

ସୂଚନାନୁଯାୟୀ, କଂଗ୍ରେସର ସମସ୍ତ ୧୪ ବିଧାୟକ ବିଧାନସଭାରୁ ନିଲମ୍ଵିତ ହୋଇଛନ୍ତି। ବିଶୃଙ୍ଖଳିତ ଆଚରଣ ପାଇଁ ବାଚସ୍ପତି ସମସ୍ତଙ୍କୁ ସସପେଣ୍ଡ୍ କରିଛନ୍ତି। ଗତକାଲି କଂଗ୍ରେସର ୧୨ ବିଧାୟକ ଓ ଆଜି ୨ ବିଧାୟକ ନିଲମ୍ଵିତ ହୋଇଛନ୍ତି। 

ମଙ୍ଗଳବାର ବିଧାନସଭାରୁ କଂଗ୍ରେସର ୧୨ ବିଧାୟକଙ୍କୁ ସସ୍‌ପେଣ୍ଡ କରାଯାଇଥିଲା। ଯାହାକୁ ବିରୋଧ କରି କଂଗ୍ରେସ ନେତା ଓ କର୍ମୀ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ରାତିସାରି ଧାରଣାରେ ବସିଥିଲେ। ବୁଧବାର ବିଧାନସଭା ଆରମ୍ଭ ହେବା ମାତ୍ରେ ନିଲମ୍ବିତ ବିଧାୟକମାନେ ବିଧାନସଭା ପରିସରକୁ ପ୍ରବେଶ କରିବାକୁ ଉଦ୍ୟମ କରିଥିଲେ। ଏହି ସମୟରେ ପୋଲିସ ଏବଂ କଂଗ୍ରେସ ନେତାଙ୍କ ମଧ୍ୟରେ ଧସ୍ତାଧସ୍ତି ହୋଇଥିଲା । ଠିକ୍‌ ଏହି ସମୟରେ ବିଜେଡ଼ି ବିଧାୟକମାନେ ଗେଟ୍‌ ଭାଙ୍ଗି ବାହାରକୁ ଆସିଥିଲେ, ଆଉ କଂଗ୍ରେସ ବିଧାୟକମାନଙ୍କୁ ବିଧାନସଭା ପରିସରକୁ ନେଇଥିଲେ । ସେଠାରେ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ତଳେ ଧାରଣା ଦେଇଥିଲେ । ହେଲେ ପୋଲିସ ପହଞ୍ଚି ସମସ୍ତଙ୍କୁ ଗିରଫ କରି ହେପାଜତକୁ ନେଇଥିଲା। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.