ପ୍ରମୂଖ ଖବର
  • ‘ଡୋନାଲ୍ଡ ଟ୍ରମ୍ପଙ୍କ ଉପରେ ହୋଇପାରେ ଡ୍ରୋନ୍ ଆକ୍ରମଣ’: ଆମେରିକା ରାଷ୍ଟ୍ରପତିଙ୍କୁ ଇରାନର ଧମକ
  • ||
  • ଗଗନଯାନ ମିଶନକୁ ବଡ଼ ସଫଳତା, ଇଞ୍ଜିନର ହଟ୍ ଟେଷ୍ଟ ସଫଳ; ସୂଚନା ଦେଲା ଇସ୍ରୋ
  • ||
  • ଡଙ୍କି ରୁଟ୍ ମାମଲାରେ ଇଡିର ବଡ଼ କାର୍ଯ୍ୟାନୁଷ୍ଠାନ, ହରିୟାଣା ଓ ପଞ୍ଜାବର ୧୧ ଠିକଣାରେ ଚଢ଼ାଉ
  • ||
  • ପଞ୍ଚମ , ଅଷ୍ଟମ ଶ୍ରେଣୀ ପିଲାଙ୍କ ପାଇଁ ନୂଆ ନିୟମ : ଫେଲ ହେଲେ ଆଉ ଥରେ ପରୀକ୍ଷା ଦେବେ
  • ||
  • ଆଇପିଏସ୍ ସ୍ତରରେ ଅଦଳ ବଦଳ: ସଞ୍ଜୀବ ପଣ୍ଡା ହେଲେ ADG ନକ୍ସଲ ବିରୋଧୀ ଅପରେସନ୍
  • ||
  • ରାଜସ୍ଥାନରେ ଫାଇଟର ଜେଟ୍ କ୍ରାସ୍, ୨ ମୃତ
  • ||
  • ମୟୂରଭଞ୍ଜ : ବୁଢ଼ାବଳଙ୍ଗରେ ଗାଧୋଇବା ବେଳେ ଅଘଟଣ, ନଦୀରେ ଭାସି ଯୁବକ ମୃତ
  • ||
  • BMC ଅଧିକାରୀଙ୍କୁ ମାଡ଼ ମାମଲା; ଜଗନ୍ନାଥ ପ୍ରଧାନଙ୍କୁ ମିଳିଲା ଜାମିନ
  • ||
  • ପୁରୀ : ସର୍ବଭାରତୀୟ ଧର୍ମଘଟର ପ୍ରଭାବ; ସୂର୍ଯ୍ୟମନ୍ଦିର ବନ୍ଦ କଲା ଶ୍ରମିକ ସଂଗଠନ
  • ||
  • କଳାହାଣ୍ଡି : ବିଦ୍ୟୁତ ସଂସ୍ପର୍ଶରେ ଆସି ଦାଦନ ଶ୍ରମିକ ମୃତ, ଭିଟାମାଟିକୁ ଫେରୁଛି ମୃତଦେହ
  • ||
  • ଟାର୍ଗେଟରେ ଚୀନ-ପାକ୍‌; ଆତଙ୍କବାଦ ଉପରେ ଡବଲ୍‌ ଷ୍ଟାଣ୍ଡାର୍ଡ କାମ କରିବ ନାହିଁ, ବ୍ରାଜିଲରୁ ପ୍ରଧାନମନ୍ତ୍ରୀଙ୍କ କଡ଼ା ସନ୍ଦେଶ
  • ||
  • ଜଳ ପ୍ରଳୟରେ ବେହାଲ ଟେକ୍ସାସ, ମୃତ୍ୟୁ ସଂଖ୍ୟା ୧୦୯କୁ ବୃଦ୍ଧି
  • ||
  • ୧୫ ଜିଲ୍ଲାରେ ଆଜି ପ୍ରବଳ ବର୍ଷା ସମ୍ଭାବନା, ଗୁରୁବାରଠୁ କମିବ
  • ||
  • ସର୍ବଭାରତୀୟ ଧର୍ମଘଟ : ବିଜେଡିର ସମର୍ଥନ, ସାମିଲ ହେବ କଂଗ୍ରେସ
  • ||

ତେଜିଲା ଦଳବଦଳ ବୟାନବାଜି : ଅତନୁଙ୍କ ପରେ ଜୟନାରାୟଣଙ୍କ ବାକ୍ୟବାଣ, "ବିଜେଡି ଆୟୁଷ ବହୁତ କମ୍"

Published By : Rasmita Pradhan | November 12, 2024 1:55 PM

ଭୁବନେଶ୍ଵର, ୧୨/୧୧ : ଦଳବଦଳ ରାଜନୀତି ଓ ରାଜନେତାଙ୍କ ବୟାନବାଜିରେ ପଡ଼ୁନି ପୂର୍ଣ୍ଣଛେଦ। ବିଜେଡି ବରିଷ୍ଠ ନେତା ଅତନୁଙ୍କ ବାକ୍ୟବାଣ ପରେ ଆଜି ତାଙ୍କୁ କାଉଣ୍ଟର କରିଛନ୍ତି ବିଜେପି ନେତା ଜୟନାରାୟଣ ମିଶ୍ର। ସେ କହିଛନ୍ତି ଯେ, 'ଅତନୁ ବାବୁ କଂଗ୍ରେସ ସହ ମିଶି ବିଜେଡି ସରକାର ଗଢିବେ ବୋଲି ଯେଉଁ ଦାବି କରିଛନ୍ତି ତାକୁ ସ୍ଵାଗତ, କିନ୍ତୁ ବିଜେଡି ରହିଲେତ ? ବିଜେଡିର ଆୟୁଷ ବହୁତ କମ୍। ଏବେ ତ ବିଜେଡି ସାଲାଇନ୍ ଓ ଆଇସିୟୁରେ ଚାଲିଛି। ବିଜେଡିରେ ନେତୃତ୍ଵ କାହିଁ ? ବିଜେଡି ଲିଜ୍‌ରେ ଚାଲିଥିଲା। କେତେବେଳେ ପ୍ୟାରୀ ତ ଆଉ କେତେବେଳେ ପାଣ୍ଡିଆନ୍ ଲିଜ୍ ନେଲେ। କୌଣସି କର୍ମୀଙ୍କ କଥା ରହିଲାନି। ବିଜେଡି ଯେହେତୁ ଭାଙ୍ଗିଯାଉଛି ତାକୁ ବଞ୍ଚାଇବାକୁ ଅତନୁ ବାବୁ ଏଭଳି କହିଛନ୍ତି।' 

ସେପଟେ ଜୟନାରାୟଣଙ୍କୁ କାଉଣ୍ଟର କରି ବିଜେଡି ନେତା ଧୃବ ସାହୁ କହିଛନ୍ତି ଯେ, "ବିଜେପିର ୪ମାସ ସରକାର ଏବେ ବି ଆଇସିୟୁରେ ଅଛି। ତେଣୁ ଜନସାଧାରଣ କହିବେ ଏ ଦଳର ଭବିଷ୍ୟତ କ'ଣ ?" 

ଦଳବଦଳ ବୟାନବାଜିକୁ ନେଇ ସରଗରମ ଅଛି ରାଜ୍ୟ ରାଜନୀତି। ମୁନା ଖାଁ, ଦେବାଶିଷ ସାମନ୍ତରାୟଙ୍କ ପରେ ବିତର୍କରେ ସାମିଲ ହୋଇଥିଲେ ବିଜେଡିର ବରିଷ୍ଠ ନେତା ଅତନୁ ସବ୍ୟସାଚୀ ନାୟକ। କହିଥିଲେ ବିଜେଡି ପୁଣି ସରକାରକୁ ଫେରିବା ନେଇ ଯୋଜନା କରୁଛି । କଂଗ୍ରେସକୁ ସାଥିରେ ନେଇ ବିଜେଡି ସରକାର ଗଢ଼ିବ ଏବଂ ସ୍ଵାଧୀନ ବିଧାୟକ ସମର୍ଥନ କରିବେ। ଅତନୁଙ୍କ ମନ୍ତବ୍ୟ ଉପରେ ଆଜି ଟିପ୍ପଣୀ କରିଛନ୍ତି ଜୟନାରାୟଣ। ତେବେ ରାଜ୍ୟରେ କଣ ସତରେ ବିଜେଡି ସରକାରକୁ ଫେରିବ, ତାହା ସମୟ କହିବ।  


 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.