କଟକ/ହରଭଙ୍ଗା (ଚିତ୍ତରଞ୍ଜନ ସିଂ )୨୮/୦୯ : ଆସନ୍ତା ୱେଷ୍ଟଇଣ୍ଡିଜ୍ ବିପକ୍ଷ ୨ମ୍ୟାଚ୍ ବିଶିଷ୍ଟ ଘରୋଇ ଟେଷ୍ଟ ସିରିଜ ପାଇଁ ଯୁଗଳ କିଶୋର ସାମଲ ଭାରତୀୟ ଦଳର ମ୍ୟାନେଜର ନିଯୁକ୍ତ ହୋଇଛନ୍ତି । ପ୍ରଥମ ଟେଷ୍ଟ ଆସନ୍ତା ଅକ୍ଟୋବର ୨ରୁ ୬ତାରିଖ ମଧ୍ୟରେ ଅହମ୍ମଦାବାଦ୍ରେ ଏବଂ ଦ୍ୱିତୀୟ ଟେଷ୍ଟ ଅକ୍ଟୋବର ୧୩ରୁ ୧୭ତାରିଖ ପର୍ଯ୍ୟନ୍ତ ଦିଲ୍ଲୀରେ ଖେଳାଯିବ । ଏଥିରେ ମ୍ୟାନେଜର ଭଳି ଗୁରୁତ୍ୱପୂର୍ଣ୍ଣ ଭୂମିକା ତୁଲାଇବେ ଶ୍ରୀ ସାମଲ ।
🎉 Congratulations! 🎉
— Odisha Cricket Association (@cricket_odisha) September 27, 2025
Best wishes to Mr. Jugal Kishor Samal (Member, OCA) on his appointment as Team Manager of the Indian Men's Cricket Team for the West Indies Tour of India 2025. 🏏🇮🇳#congratulations #team #manager #odishacricketassociation #indiancricketteam #cricket… pic.twitter.com/ItKzQb0ATK
ପୂର୍ବରୁ ସେ ଓଡ଼ିଶା ରଣଜୀ ଦଳର ମ୍ୟାନେଜର ରହିବା ସହ ଦିନିକିଆ ଅନ୍ତର୍ଜାତୀୟ ମ୍ୟାଚରେ ବିସିସିଆଇ ପର୍ଯ୍ୟବେକ୍ଷକ ଭାବେ ମଧ୍ୟ କାର୍ଯ୍ୟ କରିଛନ୍ତି । ଶ୍ରୀ ସାମଲଙ୍କ ଏହି ସଫଳତା ପାଇଁ ଓଡ଼ିଶା କ୍ରିକେଟ ଆସୋସିଏସନ୍ର ସଭାପତି ପଙ୍କଜଲୋଚନ ମହାନ୍ତି, ସମ୍ପାଦକ ସଞ୍ଜୟ ବେହେରାଙ୍କ ସମେତ ଅନ୍ୟ କାର୍ଯ୍ୟକର୍ତ୍ତା ମାନେ ଶୁଭେଚ୍ଛା ଜଣାଇଛନ୍ତି ।