ନୂଆଦିଲ୍ଲୀ,୦୪/୦୯: ଚେନ୍ନାଇରେ ନଭେମ୍ବର ୨୮ରୁ  ଆୟୋଜିତ ହେବାକୁ ଯାଉଥିବା  ଏଫ୍‌ଆଇଏଚ୍‌ ପୁରୁଷ ଜୁନିୟର ବିଶ୍ୱକପ୍‌। ଏହି ଟୁର୍ଣ୍ଣାମେଣ୍ଟରେ ପାକିସ୍ତାନ ଖେଳିବ  ନାହିଁ । ପୂର୍ବରୁ ଏସିଆ କପ୍‌  ହକିରୁ ମଧ୍ୟ ଓହରି ଯାଇଥିଲା ।  ପାକିସ୍ତାନ ହକି ସଂଘର  ସଭାପତି ତାରିକ ବୁଗତି  କହିଛନ୍ତି, ‘ଭାରତରେ ଆୟୋଜିତ  ହେବାକୁ ଯାଉଥିବା ବିଶ୍ୱକପ୍‌ରେ  ପାକିସ୍ତାନ ଜୁନିୟର ଦଳ ଭାଗ  ନେବ ନାହିଁ । ବର୍ତ୍ତମାନ ଯେଉଁ  ସ୍ଥିତି ଭାରତ ଗସ୍ତରେ ଯିବା ଆମ  ପାଇଁ ଅସମ୍ଭବ । ଭବିଷ୍ୟତରେ  ବି ସମ୍ଭବ ନୁହେଁ । ଯଦି ଭାରତୀୟ ଦଳ ପାକିସ୍ତାନ ଆସୁ ନାହିଁ,  ତେବେ ପାକିସ୍ତାନ ଦଳ ମଧ୍ୟ  ଭାରତ ଗସ୍ତରେ ଯିବ ନାହିଁ ।’ 

ରାଜଗିରରେ ଚାଲିଛି ପୁରୁଷ  ଏସିଆ କପ୍‌ । ଭାରତ ଗସ୍ତରେ  ନଆସି ପାକିସ୍ତାନ ନିରପେକ୍ଷ  ଭେନ୍ୟୁରେ ଖେଳିବାର ପ୍ରସ୍ତାବ ଦେଇଥିଲା । ମାତ୍ର ତାହା ଗ୍ରହଣୀୟ  ନହେବାରୁ ଟୁର୍ଣ୍ଣାମେଣ୍ଟରୁ  ଓହରି ଯାଇଥିଲା । ପାକିସ୍ତାନ ସ୍ଥାନରେ ବାଂଲାଦେଶକୁ ନିମନ୍ତ୍ରଣ  କରାଯାଇଥିଲା । ସେମିତି ଓମାନ  କୌଣସି କାରଣରୁ ନଆସିବାରୁ  କାଜାଖସ୍ତାନ ସାମିଲ ହୋଇଥିଲା ।