ନୂଆଦିଲ୍ଲୀ,୧୫/୧୨: ଓମାନ ଠାରେ ଚାଲିଥିବା ଜୁନିୟର ମହିଳା ଏସିଆ କପ୍ ହକିରେ ଭାରତ ବିଜୟ ଜାରି ରଖି ଫାଇନାଲ୍ରେ ପ୍ରବେଶ କରିଛି । ଆଜି ଭାରତ ଓ ଚୀନ୍ ମଧ୍ୟରେ ଫାଇନାଲ୍ ମୁକାବିଲା ଖେଳାଯିବ। ଉଭୟ ଟିମ୍ ଟାଇଟଲ୍ ପାଇଁ ଲଢ଼େଇ କରିବେ।
ଶନିବାର ଅନୁଷ୍ଠିତ ସେମି ଫାଇନାଲ୍ରେ ଦଳ ୩-୧ ଗୋଲ୍ରେ ଜାପାନକୁ ପରାସ୍ତ କରିଥିଲା । ଅନ୍ୟ ଏକ ସେମିରେ ଚୀନ ୪-୧ ଗୋଲ୍ରେ ଦକ୍ଷିଣ କୋରିଆକୁ ପରାଜିତ କରିଥିଲା ।
ଭାରତ-ଜାପାନ ମ୍ୟାଚ୍ ଏକତରଫା ହୋଇଥିଲା । ପ୍ରଥମ କ୍ୱାର୍ଟରରେ ଭାରତ ୫ମିନିଟ୍ ମଧ୍ୟରେ ୨ଟି ଗୋଲ୍ କରିଥିଲା । ଚତୁର୍ଥ ମିନିଟ୍ରେ ମମ୍ତାଜ୍ ଖାନ୍ ଓ ପଞ୍ଚମ ମିନିଟ୍ରେ ସାକ୍ଷୀ ରାଣା ଗୋଲ୍ କରି ଦଳକୁ ୨-୦ରେ ଆଗୁଆ କରାଇଥିଲେ । ସେହିପରି ଦୀପିକା ୧୩ମିନିଟ୍ରେ ଦଳ ପକ୍ଷରୁ ତୃତୀୟ ଗୋଲ୍ କରିଥିଲେ । ଦ୍ୱିତୀୟ କ୍ୱାର୍ଟରରେ ଜାପାନ ଗୋଟିଏ ଗୋଲ୍ ପରିଶୋଧ କରିଥିଲା । ୨୩ମିନିଟ୍ରେ ନିକୋ ମାରୁୟାମା ଏହି ଗୋଲ୍ କରିଥିଲେ । ଶେଷ ୨ଟି କ୍ୱାର୍ଟରରେ ଉଭୟ ଦଳ କେହି କାହାରିକୁ ଗୋଲ୍ ଦେଇ ପାରିନଥିଲେ ।