ପୁରୀ, ୨୦/୧୧ : ତାମିଲନାଡୁଠାରେ ଚଳିତ ମାସ ୨୮ତାରିଖଠାରୁ ଆରମ୍ଭ ହୋଇ ଡିସେମ୍ବର ୧୦ତାରିଖରେ ଶେଷ ହେବ ଏଫଆଇଏଚ ଜୁନିୟର ପୁରୁଷ ହକି ବିଶ୍ବ କପ୍ । ଏହି ହକିର ଟ୍ରଫିକୁ ଆଜି ଅପରାହ୍ନରେ ସିଂହଦ୍ବାର ନିକଟରେ ସମର୍ପିତ ଓ ଉନ୍ମୋଚିତ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ପ୍ରଶାସନ ଶରତ ଚନ୍ଦ୍ର ବେହରା ଏହି ଟ୍ରଫିକୁ ଅନାବରଣ କରିବା ସହ ବିଶ୍ବ କପ୍ ହକିର ସଫଳତା କାମନା କରିଥିଲେ।
ଏହି କାର୍ଯ୍ୟକ୍ରମରେ ଅତିରିକ୍ତ ଏସପି ସଚିନ ପାଟିଲ, ସୂଚନା ଓ ଲୋକ ସମ୍ପର୍କ ଉପ ନିର୍ଦ୍ଦେଶକ ସନ୍ତୋଷ କୁମାର ସେଠୀ, ଜିଲ୍ଲା କ୍ରୀଡ଼ା ଅଧିକାରୀ ଚନ୍ଦନ ସାହୁ, ଟ୍ରାଫିକ ଇନ୍ସପେକ୍ଟର ଜୟଦୀପ ମହାନ୍ତି, ଜିଲ୍ଲା ସଂସ୍କୃତି ଅଧିକାରୀ ହେମନ୍ତ ବେହେରା ପ୍ରମୁଖ ଯୋଗଦେଇ ଟ୍ରଫି ଉନ୍ମୋଚନରେ ସାମିଲ ହୋଇଥିଲେ । ପରେ ଟ୍ରଫିର ଫଟୋ ସେସନ କରାଯାଇଥିଲା । ଏହି ଅବସରରେ କ୍ରୀଡ଼ା ବିଭାଗ ପକ୍ଷରୁ ହରେଶ ମିଶ୍ର, ହକି କୋଚ ଗୌତମ ବେହେରା, ଜିଲ୍ଲା ସ୍କୁଲର ପୂର୍ବତନ ପିଇଟି ଗୋପାଳଚନ୍ଦ୍ର ବେହେରା ଓ ହକି ଖେଳାଳୀମାନେ ଉପସ୍ଥିତ ଥିଲେ। ପରେ ବ୍ଲୁ ଫ୍ଲାଗ ବିଚରେ ଟ୍ରଫିର ଫଟୋ ସେସନ କରାଯାଇଥିଲା ।