ପ୍ରମୂଖ ଖବର
  • ଗୁଗୁଲ୍-ମେଟାକୁ ଇଡ଼ି ନୋଟିସ୍‌, ଅନ୍‌ଲାଇନ୍ ବେଟିଂ ଆପ୍‌ ମାମଲାରେ ସମନ୍‌
  • ||
  • ପୁରୀ: ବଳଙ୍ଗା ଥାନା ଅଞ୍ଚଳରେ ଅଭାବନୀୟ ଘଟଣା, ନାବାଳିକାଙ୍କୁ ନିଆଁ ଲଗାଇ ପୋଡ଼ି ଦେଲେ ୩ ଦୃର୍ବୃତ୍ତ
  • ||
  • ଢେଙ୍କାନାଳ ଗଉଡ଼କାଟେଣିରେ ଟ୍ରକ୍-‌ହାୱାଇ ମୁହାଁମୁହିଁ ଧକ୍କା, ହାୱାଇ ଡ୍ରାଇଭର ଗୁରୁତର
  • ||
  • ଶିକ୍ଷକ ଅଭାବରୁ ସ୍କୁଲରେ ତାଲା ପକାଇଲେ ଗ୍ରାମବାସୀ, ଧାରଣାରେ ଛାତ୍ରଛାତ୍ରୀ
  • ||
  • ମାଲକାନଗିରି: ଏନ୍‌କାଉଣ୍ଟରରେ ୬ ମାଓବାଦୀ ନିହତ, AK-47, SRL ରାଇଫଲ୍ ସମେତ ବିପୁଳ ବିସ୍ଫୋରକ ଜବତ
  • ||
  • କେନ୍ଦ୍ରକୁ ସୁପ୍ରିମକୋର୍ଟଙ୍କ ଚେତାବନୀ, ଏନ୍‌ଆଇଏ ମାମଲା ପାଇଁ ସ୍ୱତନ୍ତ୍ର କୋର୍ଟ ବନାଅ...
  • ||
  • ଜଳେଶ୍ବର: ଟ୍ରକ୍‌କୁ ଧକ୍କା ଦେଲା ବସ୍‌; ୩୦ ଜଣ ଯାତ୍ରୀ ଆହତ
  • ||
  • ଶନିବାରଠୁ ଚାଷୀ ପଞ୍ଜୀକରଣ, ଅଗଷ୍ଟ ୨୦ ଯାଏ ଚାଲିବ ପ୍ରକ୍ରିୟା: ନଭେମ୍ବର ପ୍ରଥମ ସପ୍ତାହରୁ ଧାନକିଣା
  • ||
  • ୨୩ରେ ଲଘୁଚାପ, ୨୫ରେ ନେଇପାରେ ଅବପାତ ରୂପ: ଆଜିଠୁ ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ଆଶଙ୍କା
  • ||

୧୨ ବର୍ଷ ପରେ ମିଥୁନ ରାଶିରେ ଗୋଚର କରିବେ ବୃହସ୍ପତି, ଏହି ୩ ରାଶିଙ୍କ ପାଇଁ ବଢିବ ସମସ୍ୟା...

Published By : Harapriya Sethi | May 10, 2025 7:07 AM

ଦୀର୍ଘ ୧୨ ବର୍ଷ ପରେ ଗୁରୁ ବା ବୃହସ୍ପତି ମିଥୁନ ରାଶିରେ ପ୍ରବେଶ କରିବାକୁ ଯାଉଛନ୍ତି । ଚଳିତ ମାସ ୧୪ ତାରିଖ ଅର୍ଥାତ ମେ ୧୪ ତାରିଖରେ ଦେବଗୁରୁ ବୃହସ୍ପତି ମିଥୁନ ରାଶିରେ ଗୋଚର କରିବେ । ଜ୍ୟୋତିର୍ବିଦ୍‌ଙ୍କ ମତ ଅନୁଯାୟୀ ମିଥୁନ ରାଶିରେ ଗୁରୁଙ୍କ ଗୋଚର ୩ ଟି ରାଶିଙ୍କ ପାଇଁ ସମସ୍ୟା ଆଣିପାରେ । ଏହି ରାଶିଗୁଡ଼ିକ ବିଷୟରେ ଆସନ୍ତୁ ଜାଣିବା ।

ବିଛା ରାଶି- ବିଛା ରାଶିର ବ୍ୟକ୍ତିଙ୍କୁ ଏହି ସମୟରେ ସାବଧାନ ରହିବାକୁ ହେବ । ଆପଣଙ୍କୁ କୌଣସି ଆଘାତ ଲାଗିପାରେ କିମ୍ୱା କୌଣସି ଦୁର୍ଘଟଣାର ସାମ୍ନା ହେବାକୁ ପଡ଼ିପାରେ । ଏହି ସମୟରେ ଆପଣଙ୍କ ଆର୍ଥିକ ସ୍ଥିତି ମଧ୍ୟ ପ୍ରଭାବିତ ହୋଇପାରେ । ତେଣୁ ଆପଣଙ୍କୁ ଦୀର୍ଘ ଯାତ୍ରାରୁ ଦୂରେଇ ରହିବା ଉଚିତ୍ । ମାନସିକ ଅଶାନ୍ତି ଏବଂ ବାଦ ବିବାଦ ଲାଗି ରହିବ । ଯାହା ଦ୍ୱାରା ଆପଣଙ୍କ ମନ ବିଚଳିତ ରହିବ । ଆପଣଙ୍କ ସମ୍ପର୍କୀୟଙ୍କ ସହ ସମ୍ପର୍କ ବିଗିଡ଼ିପାରେ । 

ମକର ରାଶି- ଶତ୍ରୁ ଆପଣଙ୍କ ଉପରେ ଆକ୍ରମଣ କରିପାରେ । ତେଣୁ କଳହ ଏବଂ ବିବାଦ ଆଦିରୁ ଦୂରେଇ ରହିବା ଉଚିତ୍‌ । କୋର୍ଟ କଚେରୀ ମାମଲା ଆପଣଙ୍କ ଚିନ୍ତା ବଢାଇପାରେ । ଆପଣଙ୍କ ଦୈନନ୍ଦିନ କାମରେ ହଠାତ ବାଧା ଉପୁଜିପାରେ । ଆପଣଙ୍କୁ ଅସୁସ୍ଥତା, ମାନସିକ ଚିନ୍ତା ଏବଂ ଚାପ ପରି ସମସ୍ୟାର ସମ୍ମୁଖୀନ ହେବାକୁ ପଡ଼ିପାରେ । 

ମୀନ ରାଶି- ଘରେ ବିବାଦର ପରିସ୍ଥିତି ଲାଗି ରହିବ । ଆର୍ଥିକ ସ୍ଥିତି ପ୍ରଭାବିତ ହେବ । ନିବେଶ କିମ୍ୱା ଖର୍ଚ୍ଚ ଇତ୍ୟାଦି ମାମଲାରେ ସାବଧାନତାର ସହ ନିସ୍ପତ୍ତି ନେବା ଉଚିତ୍‌ । ଘରେ ମାତା ପିତା ଏବଂ ବୟସ୍କଙ୍କ ସ୍ୱାସ୍ଥ୍ୟ ପ୍ରତି ବିଶେଷ ଧ୍ୟାନ ଦେବାକୁ ହେବ । କର୍ମସ୍ଥଳରେ ସହକର୍ମୀଙ୍କ ସହ ସମ୍ପର୍କ ବିଗିଡ଼ିପାରେ । ତେଣୁ ସତର୍କ ରୁହନ୍ତୁ । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.