ଭୁବନେଶ୍ୱର, ୧୪/୧୨: ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍‌ ବେଲା ଏମ୍‌ ତ୍ରିବେଦୀଙ୍କୁ ମହାନଦୀ ଜଳବିବାଦ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ନିଯୁକ୍ତ କରାଯାଇଛି ।  ଗତ ୭ ମାସ ଧରି ଟ୍ରିବ୍ୟୁନାଲର  ଅଧ୍ୟକ୍ଷ ପଦ ଖାଲି ଥିଲା । ସୁପ୍ରିମକୋର୍ଟ  ମୁଖ୍ୟ ବିଚାରପତି ଜଷ୍ଟିସ୍‌ ତ୍ରିବେଦୀଙ୍କୁ ଟ୍ରିବ୍ୟୁନାଲର ଅଧ୍ୟକ୍ଷ ନିଯୁକ୍ତ କରିଛନ୍ତି ।  ଏହି ନିଯୁକ୍ତି ପରେ ମହାନଦୀ ମାମଲାର  ଶୁଣାଣି ପୁଣି ଆରମ୍ଭ ହେବ । ଏହି  ବିବାଦର ଶୀଘ୍ର ସମାଧାନ ହୋଇପାରେ  ବୋଲି ଆଶା କରାଯାଉଛି । 

ସୂଚନାଯୋଗ୍ୟ  ଯେ, ଓଡ଼ିଶା ଓ ଛତିଶଗଡ଼ ମଧ୍ୟରେ  ମହାନଦୀକୁ ନେଇ ଜଳ ବିବାଦ ସୃଷ୍ଟି  ହେବା ପରେ ମାମଲା ସୁପ୍ରିମକୋର୍ଟରେ ପହଞ୍ଚିଥିଲା । ରାଜ୍ୟ ସରକାର ସର୍ବୋଚ୍ଚ  ନ୍ୟାୟାଳୟଙ୍କ ଆଶ୍ରୟ ନେଇଥିଲେ ।  ୨୦୧୮ରେ ସୁପ୍ରିମକୋର୍ଟ ଜଳ ବିବାଦର  ସମାଧାନ ପାଇଁ ଟ୍ରିବ୍ୟୁନାଲ ଗଠନ  କରିଥିଲେ । କିନ୍ତୁ ଗତ ମାର୍ଚ୍ଚ ମାସରୁ  ଅଧ୍ୟକ୍ଷ ପଦ ଫାଙ୍କା ପଡ଼ିଥିଲା । ଫଳରେ  ମାମଲାର ଶୁଣାଣି ହୋଇପାରୁ ନଥିଲା ।