ପ୍ରମୂଖ ଖବର
  • ବ୍ରହ୍ମପୁର, : ଲାଞ୍ଜିପଲ୍ଲୀ ଜେଲ ଗେଟ୍ ନିକଟରୁ ୩ ବୋମା ଜବତ
  • ||
  • କୋଏଲ ନଦୀରେ ବୁଡି ଛାତ୍ର ମୃତ
  • ||
  • ଭିଜିଲାନ୍ସ ଜାଲରେ ପୁଣି ଜଣେ ଯନ୍ତ୍ରୀ, ୧୦ ହଜାର ଲାଞ୍ଚ ନେବା ବେଳେ କନିଷ୍ଠ ଯନ୍ତ୍ରୀ ଅଶୋକ ଦାସଙ୍କୁ ଧରିଲା ଭିଜିଲାନ୍ସ ଟିମ୍
  • ||
  • ଆସନ୍ତା ୧୯ରୁ ହାଇକୋର୍ଟଙ୍କ ଗ୍ରୀଷ୍ମ ଅବକାଶ, ୮ ଦିନ ବସିବ ଅବକାଶକାଳୀନ ଅଦାଲତ
  • ||
  • ଆସନ୍ତା ୩୧ରେ ଆଇଟିଆଇ ନାମଲେଖା ଆବେଦନ ଶେଷ, ଜୁନ୍‌ ୬ରେ ପ୍ରଥମ ମେଧା ତାଲିକା
  • ||
  • ନିଶ୍ଚିନ୍ତକୋଇଲି ବ୍ଲକ୍‌ ଅଧ୍ୟକ୍ଷାଙ୍କ ବିରୋଧରେ ଅନାସ୍ଥା ଭୋଟ୍‌ ରାଜନୀତି, ୩୦ରେ ଆସ୍ଥା ପ୍ରମାଣିତ କରିବେ ରୋଜି
  • ||
  • ଯାଜପୁରରେ ଟାଟା କରିବ ୬୩ ହଜାର କୋଟିର ପ୍ରକଳ୍ପ, ୩୪ ହଜାର ଲୋକଙ୍କୁ ମିଳିବ ନିଯୁକ୍ତି
  • ||
  • କନ୍ଧମାଳ : ଗାଧେଇବା ବେଳେ ଅଘଟଣ, ପୋଖରୀରେ ବୁଡି ଶିଶୁ ମୃତ
  • ||
  • କେନ୍ଦୁଝର : ନଦୀରେ ବୁଡି ଯୁବକଙ୍କ ମୃତ୍ୟୁ, କ୍ଷତିପୂରଣ ପାଇଁ ସ୍ଥାନୀୟଲୋକଙ୍କ ଦାବି
  • ||
  • Operation Sindoor; ଖୋଲିବ ପାକିସ୍ତାନ ପୋଲ୍, ୭ ସାଂସଦଙ୍କୁ ନେଇ ସର୍ବଦଳୀୟ ଟିମ୍‌ ଗଠନ
  • ||
  • ନୂଆପଡ଼ା: ଜୁଆ ଆଡ୍ଡା ଉପରେ ଚଢ଼ାଉ ବେ​‌ଳେ​‌ ୧୫ ଗିରଫ, ୨୭ ହଜାରୁ ଉର୍ଦ୍ଧ୍ୱ ଟଙ୍କା ଜବତ
  • ||
  • ବରଗଡ଼: ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • ଗଞ୍ଜାମ : ସିନ୍ଦୂରାପଲ୍ଲୀରେ ବୁଲିଲା ଖଣ୍ଡା ଏବଂ ଠେଙ୍ଗା, ୨୦ରୁ ଉର୍ଦ୍ଧ୍ୱ ଆହତ
  • ||
  • କଟକ: ବିସ୍କୁଟ୍ କାରଖାନାରେ ଭୟଙ୍କର ଅଗ୍ନିକାଣ୍ଡ, କୋଟିଏ ଟଙ୍କାର କ୍ଷୟକ୍ଷତି, ବହୁ ଅତ୍ୟାଧୁନିକ ମେସିନ୍ ପୋଡ଼ି ପାଉଁଶ
  • ||
  • ଉପକୂଳରେ କଲବଲ କରୁଛି ଅସମ୍ଭାଳ ଗୁଳୁଗୁଳି, ୫ ଦିନ ଯାଏଁ ନିସ୍ତାର ନାହିଁ
  • ||
  • ଅନୁପ ଶତପଥି ହେଲେ ବରଗଡ ଜିଲ୍ଲା ଅଦାଲତର ଭାରପ୍ରାପ୍ତ ପିପି
  • ||
  • କଟକ : ଧାନ ବିଲକୁ ଯାଇଥିଲେ ବୃଦ୍ଧ, ବିଦ୍ୟୁତ ଆଘାତରେ ଚାଲିଗଲା ଜୀବନ
  • ||
  • କେନ୍ଦୁଝର : ହାଇୱାକୁ ପଛରୁ ପିଟିଲା ମିନି ଟ୍ରକ୍‌, ଦୁଇ ଗୁରୁତର
  • ||
  • ସମ୍ବଲପୁର: ତପସ୍ବନୀ ଏକ୍ସପ୍ରେସ୍‌କୁ ପଥର ମାଡ଼, ଭାଙ୍ଗିଲା ଟ୍ରେନ୍ କାଚ୍
  • ||
  • ରାତି ୨ଟା ୩୦ରେ ମୁନିର ଫୋନ୍ କରିଥିଲେ; କହିଲେ ଭାରତ ହମଲା କରିଦେଲା...ନୂର ଏୟାରବେସ୍‌ରେ ମିସାଇଲ ମାଡ଼କୁ ମାନିଲେ ଶେହବାଜ
  • ||
  • ରବିବାର ଇସ୍ରୋର ୧୦୧ତମ ଉତ୍‌କ୍ଷେପଣ, ଶ୍ରୀହରିକୋଟାରୁ ଲଞ୍ଚ୍‌ ହେବ ଇସ୍ରୋର ଇଓଏସ୍‌-୯ ମିଶନ
  • ||
  • IPL 2025: ୧୦ ଦିନ ପରେ ଫେରିଲା ଫଟାଫଟ୍ କ୍ରିକେଟ୍, ଆଜି ରୟାଲ ଚ୍ୟାଲେଞ୍ଜର୍ସକୁ ଭେଟିବ ନାଇଟ୍‌ ରାଇଡର୍ସ
  • ||
  • ଭୁବନେଶ୍ୱର : ବାଇକ୍‌ରେ ଆସି କାର୍‌ କାଚ ଭାଙ୍ଗିଲେ ଦୁର୍ବୃତ୍ତ, ଅଭିଯୁକ୍ତ ଫେରାର
  • ||
  • ବାସୁଦେବପୁର : ଭୋଜି ଖାଇ ଫେରିବା ବେଳେ ଓଲଟିଲା ଚାରି ଚକିଆ ଗାଡି, ୧୦ରୁ ଉର୍ଦ୍ଧ୍ଵ ଗୁରୁତର
  • ||
  • ମେ' ୨୦ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ, ଏବେ ଚୂଡ଼ାନ୍ତ ପର୍ଯ୍ୟାୟରେ ପ୍ରକ୍ରିୟା
  • ||

ଗୁପ୍ତଚର କରିବା ଅଭିଯୋଗରେ ଲୋକପ୍ରିୟ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ

Published By : Prameya | May 17, 2025 5:45 PM

ନୂଆଦିଲ୍ଲୀ,୧୭/୫ :  ପାକିସ୍ତାନ ଲାଗି ଗୁପ୍ତଚର କରିବା ଅଭିଯୋଗରେ ହରିୟାଣାର ଲୋକପ୍ରିୟ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରା ଗିରଫ । ୟୁଟ୍ୟୁବ ସହ ଇନଷ୍ଟାଗ୍ରାମରେ ବି ଜ୍ୟୋତି @travelwithjo1 ନାମରେ ଆକାଉଣ୍ଟ ଖୋଲିଛନ୍ତି । ଏଥି‌ରେ ‌ସେ ନିଜର ପାକିସ୍ତାନ ଟ୍ରିପର କେତେକ ଭିଡ଼ିଓ ଏବଂ ରିଲ୍ସ ପକାଇଛନ୍ତି । ଇନଷ୍ଟାଗ୍ରାମ ଆକାଉଣ୍ଟରେ ସେ ଏକ ଫଟୋ ପକାଇଛନ୍ତି ଯେଉଁଥିରେ ଉର୍ଦ୍ଧୁରେ ଲେଖାଯାଇଛି କି, ଇସ୍କ ଲାହୋର । 

ଜ୍ୟୋତିଙ୍କ ଇନଷ୍ଟାଗ୍ରାମ ହ୍ୟାଣ୍ଡେଲରେ ପାକିସ୍ତାନ ସହ ଯୋଡ଼ି ହୋଇଥିବା କେତେକ ରିଲ୍ସ ଏବଂ ଭିଡ଼ିଓ ପୋଷ୍ଟ କରାଯାଇଛି । ପାକିସ୍ତାନରେ କରାଯାଇଥିବା ଟ୍ରାଭେଲ୍ ବ୍ଲଗିଂରେ ଯୋଡ଼ିହୋଇଥିବା ରିଲ୍ସ ଏବଂ ଭିଡ଼ିଓ ମାଧ୍ୟମରେ ଜ୍ୟୋତି ସେଠାକାର କେତେକ ପଜିଟିଜ ଜିନିଷ ଦେଖାଇବାକୁ ପ୍ରୟାସ କରିଛନ୍ତି । ସୂଚନା ଅନୁଯାୟୀ, ଜ୍ୟୋତିଙ୍କ ବିରୋଧରେ ପାକିସ୍ତାନୀ ଗୁଇନ୍ଦା ଏଜେଣ୍ଟମାନଙ୍କୁ ସମ୍ବେଦନଶୀଳ ସୂଚନା ଦେବାର ଗମ୍ଭୀର ଅଭିଯୋଗ ରହିଛି। ୨୦୨୩ ମସିହାରେ ଜ୍ୟୋତି ମାଲହୋତ୍ରା କମିଶନ ମାଧ୍ୟମରେ ପାକିସ୍ତାନ ଭିସା ପାଇଥିଲେ ଏବଂ ସେ ସେଠାକୁ ଯାଇଥିଲେ। ଏହି ସମୟ ମଧ୍ୟରେ, ସେ ପାକିସ୍ତାନ ହାଇକମିଶନରେ କାର୍ଯ୍ୟରତ କର୍ମଚାରୀ ଦାନିଶଙ୍କ ସହ ଘନିଷ୍ଠ ସମ୍ପର୍କ ଗଢ଼ି ଉଠିଥିଲା। ଏହିଠାରୁ ତାଙ୍କର ପାକିସ୍ତାନୀ ଗୁଇନ୍ଦା ବିଭାଗ ସହିତ ସମ୍ପର୍କ ଆରମ୍ଭ ହୋଇଥିଲା। 

ଗୁଇନ୍ଦା ସଂସ୍ଥାଗୁଡ଼ିକ ଦାବି କରିଛନ୍ତି ଯେ ଭାରତ ଫେରିବା ପରେ ମଧ୍ୟ ଜ୍ୟୋତି ପାକିସ୍ତାନୀ ଏଜେଣ୍ଟମାନଙ୍କ ସହିତ ନିରନ୍ତର ଯୋଗାଯୋଗରେ ଥିଲେ। ଭାରତ ସହ ଜଡିତ ସମ୍ବେଦନଶୀଳ ସୂଚନା ବାଣ୍ଟି ଚାଲିଥିଲେ। ଏହି କାର୍ଯ୍ୟକଳାପ ଦେଶର ଆଭ୍ୟନ୍ତରୀଣ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିଥିଲା। କୁହାଯାଉଛି ଯେ ୟୁଟ୍ୟୁବର ପାକିସ୍ତାନରୁ ଫେରିବା ପରେ ଭାରତୀୟ ଗୁଇନ୍ଦା ଏଜେନ୍ସିଗୁଡ଼ିକ ତାଙ୍କ ନଜରରେ ରଖିଥିଲେ। ତାଙ୍କର ଅନଲାଇନ୍ କାର୍ଯ୍ୟକଳାପ, ବିଦେଶ ଯାତ୍ରା ଏବଂ ସମ୍ପର୍କଗୁଡ଼ିକୁ କିଛି ସମୟ ଧରି ତଦନ୍ତ କରାଯାଉଥିଲା। ପର୍ଯ୍ୟାପ୍ତ ପ୍ରମାଣ ପାଇବା ପରେ ତାଙ୍କୁ ଗିରଫ କରାଯାଇଛି। ହରିୟାଣା ପୋଲିସ ଆଇଏସଆଇ ପାଇଁ ଗୁପ୍ତଚର ଅଭିଯୋଗରେ ମୋଟ ୬ ଜଣଙ୍କୁ ଗିରଫ କରିଛି। ଏଥିରେ YouTuber ଜ୍ୟୋତି ମାଲହୋତ୍ରା ମଧ୍ୟ ସାମିଲ ଅଛନ୍ତି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.