ନୂଆଦିଲ୍ଲୀ – ପଞ୍ଜାବର ମୋହାଲିର ସୋହାନା ଅଞ୍ଚଳରେ ସୋମବାର ସେହି ସମୟରେ ଆତଙ୍କ ଖେଳି ଯାଇଛି,ଯେବେ ଏକ ପ୍ରାଇଭେଟ୍‌ କବାଡି ଟୁର୍ଣ୍ଣାମେଣ୍ଟ ବେଳେ ମୋଟରସାଇକେଲରେ ଆସି ୨-୩ ଜଣ ଅଜଣା ଆକ୍ରମଣକାରୀ ଖୁବ୍‌ ଗୁଳି ବର୍ଷା କରିଥିଲେ। ଏହି ଫାୟାରିଂରେ କବାଡି ଖେଳାଳି ଓ ପ୍ରମୋଟର ରାଣା ବଲାଚୌରିଆଙ୍କ ମୁହଁ ଓ ଶରୀରର ଉପର ଭାଗରେ ଚାରିରୁ ପାଞ୍ଚଟି ଗୁଳି ଲାଗି ଥିଲା। ତାଙ୍କୁ ତୁରନ୍ତ ହସ୍ପିଟାଲକୁ ନିଆଯାଇ ଥିଲା, ହେଲେ ସେଠାରେ ତାଙ୍କର ମୃତ୍ୟୁ ହୋଇଥିଲା।

ମୋହାଲିର ପୁଲିସ ଅଧିକାରୀ ହରମନଦୀପ ହଂସଙ୍କ ମୁତାବିକ , ଆକ୍ରମଣକାରୀ ସେଲ୍ଫି ଉଠାଇବା ବାହାନାରେ ଖେଳାଳିଙ୍କ ପାଖକୁ ଆସିଥିଲା। ଯେମିତି ରାଣା ବଲାଚୌରିଆ ରହିଲେ , ସେ ହଠାତ୍‌ ଫାୟାରିଂ ଆରମ୍ଭ କରିଦେଲା। ତାଙ୍କୁ ତୁରନ୍ତ ମୋହାଲିର ଫୋର୍ଟିସ ହସ୍ପିଟାଲ ନିଆ ଯାଇ ଥିଲା , ଯେଉଁଠି ତାଙ୍କର ସ୍ୱାସ୍ଥ୍ୟାବସ୍ଥା ଗୁରୁତର ରହିଥିଲା। କିଛି ସମୟର ଚିକିତ୍ସା ପରେ ତାଙ୍କର ମୃତ୍ୟୁ ହୋଇ ଯାଇ ଥିଲା। ପୁଲିୟ ଯାଞ୍ଚରେ ଜଣାପଡ଼ିଛି ଯେ, ଗୁଳି ଖୁବ୍‌ ନିକଟରୁ କରାଯାଇଛି।

ପୁଲିସ ଅନୁସାରେ, ଆକ୍ରମଣକାରୀ ଏଭଳି କାଣ୍ଡ ଘଟାଇବାର ପରେ, ମୋଟରସାଇକେଲରେ ସେଠାରୁ ଫେରାର ହୋଇ ଯାଇଥିଲା। ପୁଲିସ ସଂପୃକ୍ତି ଅଞ୍ଚଳରେ ସୁରକ୍ଷା କଡ଼ା କଡ଼ି କରିଛି ଏବଂ ସିସିଟିଭି ଫୁଟେଜ୍‌ ସହ ସୋସିଆଲ ମିଡ଼ିଆରୁ ଗତିବିଧିକୁ ମଧ୍ୟ ଯାଞ୍ଚ କରୁଛି। ଉକ୍ତ ହତ୍ୟାକାଣ୍ଡ ପଛରେ ଗ୍ୟାଙ୍ଗଷ୍ଟର ଲିଙ୍କର ଆଶଙ୍କା ମଧ୍ୟ ଯାଞ୍ଚର ପରିସରରେ ରହିଛି। ହେଲେ ଏହି ଦୁର୍ଘଟଣା ପଛରେ ବମ୍ୱିହା ଗ୍ୟାଙ୍ଗ୍‌ର ନାଁ ସାମ୍ନାକୁ ଆସୁଛି,କିନ୍ତୁ ପୁଲିସ ଏହାକୁ ନେଇ କୌଣସି ଆନୁଷ୍ଠାନିକ ସ୍ପଷ୍ଟ କରିନାହିଁ।

ପୁଲିସ ଏହା ମଧ୍ୟ ଯାଞ୍ଚ କରୁଛି ଯେ, ଏହି ହତ୍ୟାକାଣ୍ଡରେ କୌଣସି ପ୍ରସିଦ୍ଧ ପଞ୍ଜାବୀ ସିଙ୍ଗର ସହ କିଛି  କନେକ୍ସନ ଅଛି କି ,ଯିଏ ଫାୟାରିଂର କିଛି ସମୟ ପୂର୍ବରୁ କାବାଡି ଭେନ୍ୟୁକୁ ଆସିବାର ଥିଲା। ସେଠାରେ ବମ୍ୱିହା ଗ୍ୟାଙ୍ଗର ନାମରେ ଏକ ପୋଷ୍ଟ ସୋସିଆଲ ମିଡ଼ଆରେ ଭାଇରାଲ ହେଉଛି, ଯେଉଁଠି ସୋହାନାରେ ରାଣା ବଲାଚୌରିଆଙ୍କ ହତ୍ୟାନେଇ ଦାୟୀ କରାଯାଉଛି। ଏହି ଘଟଣାକୁ ସିଦ୍ଧୁ ମୁସେୱାଲାଙ୍କ ହତ୍ୟାର ପ୍ରତିଶୋଧ ଯୋଡ଼ା ଯାଇଛି।

ପ୍ରତ୍ୟକ୍ଷଦର୍ଶୀଙ୍କ କହିବାନୁସାରେ ଆରମ୍ଭରେ ଲୋକଙ୍କୁ ଲାଗିଲା ଯେ, ବାଣ ଫୁଟା ଯାଉଛି। ଆକ୍ରମଣକାରୀ ମାନେ ଦର୍ଶକଙ୍କ ମଧ୍ୟରେ ଆତଙ୍କ ପ୍ରସାର କରିବା ପାଇଁ ଫାଙ୍କା ଗୁଳି କରିଥିଲେ। କୁହାଯାଉଛି ଯେ, ଟୁର୍ଣ୍ଣାମେଣ୍ଟରେ ସନ୍ଧ୍ୟାର ମ୍ୟାଚ୍‌ ବେଳେ ପୁରସ୍କାର ବିତରଣ ପାଇଁ ଜଣେ ପ୍ରସିଦ୍ଧ ପଞ୍ଜାବୀ ସିଙ୍ଗରଙ୍କ ଆସିବାର ଆଶା ଥିଲା , ଯେଉଁଥି ପାଇଁ ମୈଦାନରେ ପ୍ରବଳ ଭିଡ଼ ଲାଗିଥିଲା।  ବର୍ତ୍ତମାନ ପୁଲିସ ପୂରା ମାମଲାର ଗୁରୁତ୍ୱପୂର୍ଣ୍ଣ ଭାବେ ଯାଞ୍ଚ କରୁଛି।  

ଏହାସହ ମଧ୍ୟ ପଢନ୍ତି : ରାଲି କରିବାର ଅଛି ତ ପ୍ରଥମେ ମାନିବାକୁ ହେବ ୮୪ଟି ସର୍ତ୍ତ ... ; ଅଭିନେତାରୁ ନେତା ହୋଇଥିବା ବିଜୟଙ୍କ ସାମ୍ନାରେ ରହିଛି ଅନେକ କଣ୍ଡିସନ୍ସ ?