ମୁମ୍ୱାଇ : ସିଙ୍ଗର କୈଳାସ ଖେର ନିକଟରେ ଦିଲ୍ଲୀର ତାଜ ପ୍ୟାଲେସରେ ଆୟୋଜିତ ସିକ୍ସ ସିଗମା ଲିଡରସିପ୍ ସମିଟ ଇନ୍ ହେଲଥ କେୟାରର ସପ୍ତମ ସଂସ୍କରଣରେ ଭାଗ ନେଇ ଥିଲେ। ଏହି ଇଭେଣ୍ଟରେ କୈଳାସ ଖେରଙ୍କ ନୂଆ ଭିଡ଼ିଓ ଭାଇରାଲ ହେଉଛି। ଏହି ଭିଡ଼ିଓରେ ଫିମେଲ ହୋଷ୍ଟ କୈଳାସ ଖେରଙ୍କୁ ଗୀତ ଗାଇବାକୁ ଅନୁରୋଧ କରନ୍ତି। ଏହି କଥାରେ କୈଳାସ ଖେର ରାଗି ଯା’ନ୍ତି। କୈଳାସ ଖେର ତାଙ୍କୁ କୁହନ୍ତି ଯେ, ସେ କଣ ସଚିନ ତେନ୍ଦୁଲକରଙ୍କୁ କହିବେ ଯେ, ଗୋଟିଏ ଛକା ମାରି ଦେଖାଅ। କୈଳାସ କହିଛନ୍ତି ଯେ, ଏହି ଅନୁରୋଧ ଆପଣଙ୍କୁ କରିବା ଉଚିତ୍ ନୁହେଁ। ତାଙ୍କର ଏହି ଭିଡ଼ିଓରେ ସୋସିଆଲ ମିଡ଼ିଆରେ ୟୁଜରଙ୍କ ରିଆକ୍ସନ ମଧ୍ୟ ଆସିଛି।
ଭାଇରାଲ ଭିଡ଼ିଓରେ ହୋଷ୍ଟ କୈଳାସ ଖେରଙ୍କୁ ଗୀତ ଗାଇବାକୁ ଅନୁରୋଧ କରନ୍ତି। ଏହି କଥାରେ କୈଳାସ ଖେର ରାଗି ଯା’ନ୍ତି। କୈଳାସ ଖେର ଗୀତ ଗାଇବାକୁ ମନା କରି ଦିଅନ୍ତି। ଏହାପରେ ସେ କୁହନ୍ତି, ଏହା ମୁଁ ବଦଳାଇବାକୁ ଚାହୁଁଛି, ଏହା ମୋ ମନରେ ଇଚ୍ଛା, ଏହା ବଦଳାଇବା କି ଗାୟକଙ୍କୁ, ସଙ୍ଗୀତକୁ ଏମିତି କୁହା ନଯାଉ କି ,ସାର୍ ଦୁଇ ଲାଇନ୍ ଗାଇ ଦିଅନ୍ତୁ, ମୁଡ୍ କରି ଦିଅ। ଏହା ବହୁତ ଭୁଲ। ଏହି ଅନୁରୋଧ କର ନାହିଁ।
ନିଜ କଥାକୁ ଆଗକୁ ନେଇ କୈଳାସ ଖେର କୁହନ୍ତି , ଆପଣ କଣ ସଚିନ ତେନ୍ଦୁଲକରଙ୍କୁ କହିବେ କି , ଛକା ମାରି ଦେଖାଇ ଦିଅନ୍ତୁ ? ଏହି ପୃଥିବୀରେ କେହି ନାହିଁ ଏମିତି କରିବାକୁ। କୌଣସି ଆର୍ମି ଯବାନଙ୍କୁ କହି ପାରିବ କି ଯେ, ନିଜ ପୋଜିସନ ନେଇ ଗୋଟେ ଶଟ୍ ମାରି ଦିଅ ? ଜଣେ କଳାକାରଙ୍କୁ ଜୋକର କରିବାକୁ ଦିଅ ନାହିଁ। ସାଧକଙ୍କୁ ଏଣ୍ଟରଟେନର ହେବାକୁ ଦିଅ ନାହିଁ।
କୈଳାସ ଖେରଙ୍କ ଏହି ଭିଡ଼ିଓରେ ସୋସିଆଲ ମିଡ଼ିଆ ୟୁଜରଙ୍କ ରିଆକ୍ସନ ମଧ୍ୟ ଆସିଛି। କିଛି ଲୋକ କହୁଛନ୍ତି ଯେ, କୈଳାସ ଖେର ଠିକ୍ କରିଛନ୍ତି । ଆଉ କିଛିଙ୍କ ମତରେ ଦୁଇ ଲାଇନ ଗାଇ ଦେଲେ କେହି କଳାକାର ଜୋକର ହୋଇ ଯାଏ ନାହିଁ।