ପ୍ରମୂଖ ଖବର
  • ବୌଦ୍ଧ : ବାପାଙ୍କ ମୃତ୍ୟୁ ଖବର ଶୁଣି ଘରକୁ ଯାଉଥିଲେ ଦମ୍ପତି, ଦୁର୍ଘଟଣାରେ ଚାଲିଗଲା ଜୀବନ
  • ||
  • ବାଲେଶ୍ୱର : ବିପଦ ସଂକେତ ତଳେ ସୁବର୍ଣ୍ଣରେଖା, ଏବେବି ପାଣି ଘେରରେ ୨୦ରୁ ଅଧିକ ଗାଁ
  • ||
  • ୭ ଯାଏ ବର୍ଷା, ପଶ୍ଚିମ ଓଡ଼ିଶାରେ ପ୍ରବଳ ଛେଚିବ
  • ||
  • ଇଣ୍ଡୋନେସିଆ ବାଲିରେ ଅଘଟଣ, ୬୫ ଯାତ୍ରୀଙ୍କୁ ନେଇ ଯାଉଥିବା ଡଙ୍ଗା ବୁଡ଼ି ୪ ମୃତ, ଅନେକ ନିଖୋଜ
  • ||

ଢେମସା ତାଳେ ତାଳେ ନାଚିଲେ ସହକାରୀ ଜିଲ୍ଲାପାଳ, ରେଣ୍ଡୋମାଝୀ ମଞ୍ଚରେ କଲେ ନୃତ୍ୟ ପରିବେଷଣ

Published By : Rasmita Pradhan | January 17, 2025 8:40 AM

କଳାହାଣ୍ଡି, ୧୭/୦୧ : କୋରାପୁଟିଆ ଢେମସା ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ ମହିଲେ କୋରାପୁଟର ସହକାରୀ ଜିଲ୍ଲାପାଳ ମମତା ଦାସ। କୋରାପୁଟର ଏକ ଘରୋଇ ସ୍କୁଲର ଛୋଟଛୋଟ ଛାତ୍ରୀମାନଙ୍କୁ ନିଜେ ଢେମସା ନୃତ୍ୟ ଶିକ୍ଷା ଦେଇ ତାଙ୍କ ଗ୍ରୁପ କଳାହାଣ୍ଡି ଉତ୍ସବର ରେଣ୍ଡୋମାଝୀ ମଞ୍ଚରେ ନୃତ୍ୟ ପରିବେଷଣ କରିଛନ୍ତି।

ଏନେଇ ସହକାରୀ ଜିଲ୍ଲାପାଳ କହିଛନ୍ତି ଯେ, କାର୍ଯ୍ୟ ବ୍ୟସ୍ତତା ଥିଲେ ମଧ୍ୟ ପ୍ୟାସନ ଥିଲେ ଯେକୌଣସି କାର୍ଯ୍ୟ କରିହେବ। ମୁଁ ଜଣେ ପ୍ରଶାସନିକ ଅଧିକାରୀ ହୋଇଥିଲେ ବି ମୋ ପ୍ୟାସନ ଡ୍ୟାନ୍ସ କରିବା। 

ଅଧିକ ପଢନ୍ତୁ-ଓଡ଼ିଶା ଆସୁଛନ୍ତି ସିଙ୍ଗାପୁର ରାଷ୍ଟ୍ରପତି, ସ୍ୱାକ୍ଷର ହେବ ୮ ଚୁକ୍ତି

କଳାହାଣ୍ଡି ଜିଲ୍ଲା ପ୍ରଶାସନ ତଥା ଜିଲ୍ଲା ସଂସ୍କୃତି ପରିଷଦ ପକ୍ଷରୁ ଆୟୋଜିତ ୨୭ତମ କଳାହାଣ୍ଡି ଉତ୍ସବ ଘୁମୁରାରେ ନିଜର ଉଚ୍ଚ କଳା ପ୍ରଦର୍ଶନ କରି ଏଥର ଜିଲ୍ଲାର ଦୁଇଜଣ ମହିଳା ଅଧିକାରୀ ଚର୍ଚ୍ଚା ପାଲଟିଛନ୍ତି । ଉତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ଭବାନୀପାଟଣା ତହସିଲଦାର ଶୁଭସ୍ମିତା ମିଶ୍ର ଓଡ଼ିଶୀ ନୃତ୍ୟ ପରିବେଷଣ କରିଥିଲେ । ସେହିପରି ଉତ୍ସବର ତୃତୀୟ ସଂଧ୍ୟାରେ ସହକାରୀ ଜିଲ୍ଲାପାଳ ମମତା ଦାସ କୋରାପୁଟର ଢେମସା ନୃତ୍ୟ ପରିବେଷଣ କରି ଦର୍ଶକଙ୍କ ମନ କିଣିଥିଲେ । 

କଳାହାଣ୍ଡି ଉତ୍ସବ ଘୁମୁରା କଳା ସଂସ୍କୃତି ଓ ପରମ୍ପରାର ଉତ୍ସବ। ଚଳିତ ବର୍ଷ ଭବାନୀପାଟଣା ଲାଲବାହାଦୁରି ଷ୍ଟାଡିୟମରେ ଆୟୋଜିତ ରେଣ୍ଡୋମାଝୀ ମଞ୍ଚରେ କଳାହାଣ୍ଡି ଉତ୍ସବ ଘୁମୁରା-୨୦୨୫ ଅନୁଷ୍ଠିତ ହୋଇଛି। ଜିଲ୍ଲା ତଥା ରାଜ୍ୟ ବାହାରୁ ୨ ହଜାରରୁ ଅଧିକ ଗ୍ରୁପ ନିଜ କଳା ପ୍ରଦର୍ଶନ କରିବେ। ତେବେ ଉତ୍ସବର ତୃତୀୟ ସନ୍ଧ୍ୟାରେ ପ୍ରଶାସନିକ ମହିଳା ଅଧିକାରୀମାନେ ନିଜ କଳା ପରିବେଷଣ କରି ଦର୍ଶକଙ୍କ ମନ ମୋହିଛନ୍ତି।


 


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.