ବ୍ରହ୍ମପୁର,୧୦/୦୫: ଚିକିଟି ବ୍ଲକ୍ ମାଆ ରତନେଶ୍ୱରୀ ମନ୍ଦିର ସମ୍ମୁଖ ପାହାଡ଼ରେ କଲରାପତରିଆ ବାଘ ବୁଲୁଥିବାର ଭିଡିଓ ସାମାଜିକ ଗଣମାଧ୍ୟମରେ ଘୁରି ବୁଲୁଛି । ଏ ନେଇ ବନ ବିଭାଗକୁ ଯୋଗାଯୋଗ କରାଯାଇଥିବା ବେଳେ କୌଣସି ପ୍ରତିକ୍ରିୟା ମିଳିନାହିଁ ।

ସୂଚନା ମୁତାବକ, ଶନିବାର ରାତି ୯.୫୦ରେ ଉକ୍ତ ପାହାଡ଼ ପାଦ ଦେଶରେ ଥିବା ଏକ ପଥର ଉପରେ ବାଘଟି ଶୋଇଥିଲା । ସେହି ରାସ୍ତାରେ କାର୍ ଓ ବାଇକ୍ରେ ଯାଉଥିବା ବାଟୋଇ ଏହାକୁ ଦେଖିଥିଲେ । ଗାଡ଼ି ଲାଇଟ୍ କିଛି ସମୟ ପଡ଼ି ରହିବା ପରେ ବାଘଟି ନିକଟସ୍ଥ ଜଙ୍ଗଲକୁ ଚାଲି ଯାଇଥିବା ପତ୍ୟକ୍ଷଦର୍ଶୀ କହିଛନ୍ତି । ଅନ୍ୟପଟେ ପାଖାପାଖି ମାସେ ହେଲା ଉକ୍ତ ଅଞ୍ଚଳରେ ଏହି ବାଘଟି ଘୁରି ବୁଲୁଥିବା ସ୍ଥାନୀୟ ଲୋକେ ଦେଖିବା ସହିତ ବନ ବିଭାଗକୁ ଜଣାଇଥିବା କହିଛନ୍ତି । ପୂର୍ବରୁ ପଡ଼ୋଶୀ ପାତ୍ରପୁର ଅଞ୍ଚଳରେ ମଧ୍ୟ ବାଘ ଥିବା ଭିଡିଓ, ଫଟୋ ସୋସିଆଲ୍ ମିଡିଆରେ ଭାଇରାଲ୍ ହୋଇଥିଲା । ଏଯାବତ୍ ବନ ବିଭାଗ ବାଘର ଅବସ୍ଥିତି ନେଇ କୌଣସି ସୂଚନା ସ୍ପଷ୍ଟ କରିନାହିଁ ।

ଅଧିକ ପଢ଼ନ୍ତୁ :-Cyclone Fear : ଓଡ଼ିଶାକୁ ଘାରିଲା ବାତ୍ୟା ଭୟ ! ୧୧ରେ ଲଘୁଚାପ ସମ୍ଭାବନା, ୧୩ ତାରିଖ ସୁଦ୍ଧା ସ୍ପଷ୍ଟ ହେବ ଚିତ୍ର