ଭୁବନେଶ୍ବର,୨୭।୬: ସ୍ପେଶାଲ ସ୍କ୍ୱାଡ୍ କହି ଥାନା ସମ୍ମୁଖରୁ ଯୁବକଙ୍କୁ ଅପହରଣ ଘଟଣାରେ ଦୁଇଜଣଙ୍କୁ ଗିରଫ କରିଛି ମୈତ୍ରୀ ବିହାର ଥାନା ପୋଲିସ। ଗିରଫ ଅଭିଯୁକ୍ତ ହେଲେ ସ୍ଥାନୀୟ ସାଲିଆ ସାହି ଅଞ୍ଚଳର ରାକେଶ ବାରିକ, ରାଜେନ୍ଦ୍ର ବେହେରା।
ସୂଚନାଥାଉକି, ଗତ ମାସ ୫ ତାରିଖରେ ରାକେଶ ଏବଂ ରାଜେନ୍ଦ୍ର ସମେତ ୬ ଜଣ ଜିତେନ୍ଦ୍ର ସାହୁଙ୍କୁ ସ୍ପେଶାଲ ସ୍କ୍ବାଡ କହି ଥାନା ସାମ୍ନାରୁ ଉଠାଇନେଇଥିଲେ। ଜିତେନ୍ଦ୍ରଙ୍କୁ ବନ୍ଦ ଘରେ ନିର୍ଘାତ ମାଡ଼ ମାରି ତାଙ୍କ ଆକାଉଣ୍ଟରୁ ୮୩ ହଜାର ଟଙ୍କା ଉଠାଇନେଇଥିଲେ। ତେବେ ଅପହରଣକାରୀଙ୍କ କବଳରୁ କୌଣସିମତେ ଖସି ଆସିଥିଲେ ଜିତେନ୍ଦ୍ର। ମୈତ୍ରୀବିହାର ଥାନାରେ ଜିତେନ୍ଦ୍ର ଏବଂ ତାଙ୍କ ପତ୍ନୀ ଆସି ଅଭିଯୋଗ କରିଥିଲେ। ପୋଲିସ ଘଟଣାର ତଦନ୍ତ କରି ଦୁଇ ଅଭିଯୁକ୍ତଙ୍କୁ ଗିରଫ କରିଛି।
ଆହୁରି ପଢନ୍ତୁ : ପେଟ୍ରୋଲ ଢାଳି ନିଆଁ ଲଗାଇ ଦେଲା ଦୁର୍ବୃତ୍ତ, ପୋଡି ହୋଇ ଯୁବତୀ ଗୁରୁତର