ପ୍ରମୂଖ ଖବର
  • ପୁରୀରେ ଗଡ଼ିଲା ମୁଣ୍ଡ: ମଶାଣି ଚଣ୍ଡୀ କମିଟି ସମ୍ପାଦକଙ୍କୁ ବିଭତ୍ସ ହତ୍ୟା, କ୍ରାଇମ୍ ସ୍ପଟ୍‌ରୁ ୩ ଚାପଡ଼ ଜବତ
  • ||

ରାଧାକୃଷ୍ଣଙ୍କ ବିଗ୍ରହ ପ୍ରତିଷ୍ଠା ଲାଗି କଳସ ଯାତ୍ରା

Published By : Prameya | May 1, 2025 7:47 PM

ଗୋପାଳପୁର ୧/୫ ;  ଭଞ୍ଜବିହାର ନିକଟସ୍ଥ ମାଣ୍ଡିଆପଲ୍ଲୀ ସାବତ କଲୋନୀ ଜଗନ୍ନାଥ ବିହାର ସ୍ଥିତ ଶ୍ରୀ ଜଗନ୍ନାଥଙ୍କ ଜିନ୍ନୋଦ୍ଧାର ନୂତନ ପ୍ରlସାଦ ଏବଂ ରାଧାକୃଷ୍ଣଙ୍କ ବିଗ୍ରହ ପ୍ରତିଷ୍ଠା ପାଇଁ ଗୁରୁବାର କଳସ ଯାତ୍ରା ଅନୁଷ୍ଠିତ ହୋଇଥିଲା l ପୁରୋହିତ ସତ୍ୟବାଦୀ ଶତପଥୀ କର୍ତ୍ତା ଭାବେ ଉପସ୍ଥିତ ରହି ସକାଳୁ ନୀତିକାନ୍ତି ଭାବେ ପୂଜା ଅର୍ଚ୍ଚନା କରିଥିଲେ।

ଅପରାହ୍ନରେ ନିକଟସ୍ଥ ପୋଖରୀରୁ ଜଳ ଆଣି ମନ୍ଦିର ନିକଟରେ ଭକ୍ତମାନେ ପହଞ୍ଚିଥିଲେ। ଚଳିତ ମାସ ୧ ତାରିଖ ଠାରୁ ୪ ତାରିଖ ପର୍ଯ୍ୟନ୍ତ ବିଭିନ୍ନ ପୂଜାର୍ଚ୍ଚନା କରାଯାଇ ପ୍ରତିଷ୍ଠା କରାଯିବ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.