ପ୍ରମୂଖ ଖବର
  • ରାଜଧାନୀରେ ଧରାପଡ଼ିଲେ ନକଲି DSP, ୨ଲକ୍ଷରୁ ଅଧିକ ନକଲି ଟଙ୍କା ସହ ପୋଲିସ ୟୁନିଫର୍ମ ଜବତ
  • ||
  • ବିଧାନସଭା ବଜେଟ୍ ଅଧିବେଶନ: ଆଜି ବି ଚାଲିପାରିଲାନି ପ୍ରଶ୍ନକାଳ, ୧୨ଟା ୯ ମିନିଟ୍ ଯାଏ ଗୃହ ମଲତବୀ
  • ||
  • ଗଞ୍ଜାମ : ପାହାଡ଼ ତଳୁ ନରକଙ୍କାଳ ଉଦ୍ଧାର ଘଟଣା: ମିଳିଲା ନାବାଳିକାଙ୍କ ପରିଚୟ, ଦୁଷ୍କର୍ମ ପରେ ହତ୍ୟା ସନ୍ଦେହ
  • ||
  • ଉଦଳା : ବନ କର୍ମଚାରୀଙ୍କୁ ଶିକାରୀଙ୍କ ଗୁଳିମାଡ଼: ୪ ଶିକାରୀ ଗିରଫ
  • ||
  • ଆମେରିକାର ଏକଚାଟିଆ ନୀତିକୁ କରାଯିବନି ବରଦାସ୍ତ: ୟୁରୋପର ଦୀର୍ଘମିଆଦୀ ରଣନୀତି, ଅସ୍ତ୍ର ଭଣ୍ଡାର ୩୦% ବଢ଼ାଯିବ
  • ||
  • ଦୁଇ ଦିନର ବିରତି ପରେ ସରଗରମ ହେବ ବିଧାନସଭା, ନାରୀ ନିର୍ଯାତନା ପ୍ରସଙ୍ଗରେ କମ୍ପିବ ଗୃହ
  • ||
  • ଆଇପିଏଲ୍‌ ୨୦୨୫: ଆଜି କ୍ୟାପିଟାଲ୍ସ- ସୁପରଜାଏଣ୍ଟ୍‌ସ ଫାଇଟ୍, ପୁରୁଣା ଦଳ, ନୂଆ ପ୍ରତିଦ୍ୱନ୍ଦ୍ୱୀ ମଧ୍ୟରେ ହେବ ଟକ୍କର
  • ||
  • ଓଡ଼ିଶା ଆସୁଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ, ଆଜି କଣ୍ଟିଲୋରେ ମହାପ୍ରଭୁ ଶ୍ରୀନୀଳମାଧବଙ୍କୁ କରିବେ ଦର୍ଶନ
  • ||
  • ସୋମବାର ଉପକୂଳ ଓଡ଼ିଶାର ବିଭିନ୍ନ ସ୍ଥାନରେ ବର୍ଷା ସମ୍ଭାବନା, ମଙ୍ଗଳବାରଠାରୁ ବଢ଼ିବ ତାତି
  • ||

ରାଜ୍ୟରେ ଲାଗୁ ହେବ ‘କଳିକା’ ପଲିସି: କାମକୁ ଯିବେ ମହିଳା, ଶିଶୁଙ୍କ ଯତ୍ନ ନେବ କ୍ରେଚ୍‌

Published By : Prameya | March 1, 2025 2:57 PM

ଭୁବନେଶ୍ୱର, ୦୧/୦୩: କର୍ମଜୀବୀ ମହିଳାଙ୍କ ଶିଶୁ ଚିନ୍ତା ଦୂର  କରିବେ ରାଜ୍ୟ ସରକାର । ରାଜ୍ୟରେ ପ୍ରଥମ ଥର ଆରମ୍ଭ ହେବାକୁ ଯାଉଛି ଶିଶୁ ଯତ୍ନ କେନ୍ଦ୍ର (କ୍ରେଚ୍‌) ଲାଗି  କଳିକା ପଲିସି । ଏହାର ଡ୍ରାଫ୍ଟିଂ  ସରିଥିବା ବେଳେ ଜନସାଧାରଣଙ୍କ ମତ ଲୋଡିଛି ମହିଳା ଓ ଶିଶୁ ବିକାଶ ବିଭାଗ । ରାଜ୍ୟର ସମସ୍ତ ସରକାରୀ,  ବେସରକାରୀ କ୍ରେଚ୍‌ ଏହି ପଲିସି  ଆଧାରରେ ପରିଚାଳିତ ହେବ । 

କର୍ମଜୀବୀ ମହିଳାଙ୍କୁ ସହଯୋଗ  କରିବା, ଶିଶୁ ସୁରକ୍ଷା ଏବଂ ବିକାଶକୁ  ସୁନିଶ୍ଚିତ କରିବା, ଅର୍ଥନୀତିରେ  ମହିଳାଙ୍କ ଭାଗିଦାରୀକୁ ପ୍ରୋତ୍ସାହିତ  କରିବା ଏବଂ ଶିଶୁଙ୍କ ପ୍ରାରମ୍ଭିକ ଶିକ୍ଷାକୁ  ସହଜ କରିବା ଏହି ନୀତିର ମୂଳ  ଉଦ୍ଦେଶ୍ୟ । ଏହା ଦ୍ୱାରା ପରିଚାଳିତ  କ୍ରେଚ୍‌ଗୁଡିକରେ ୬ ମାସରୁ  ୬ ବର୍ଷ ଶିଶୁଙ୍କ ଲାଳନପାଳନ  ବ୍ୟବସ୍ଥା ଉପଲବ୍ଧ ହେବ । ଏଠାରେ  ଶିଶୁମାନଙ୍କ ବାଲ୍ୟ ବିକାଶ, ଖାଦ୍ୟ,  ଅଭିବୃଦ୍ଧି ମନିଟରିଂ, ନିଦ୍ରା ଓ ବିଶ୍ରାମ,  ସ୍ୱାସ୍ଥ୍ୟ ଏବଂ ସ୍ୱତନ୍ତ୍ର ଯତ୍ନ ପ୍ରଦାନ  କରାଯିବ । କର୍ମଜୀବୀ ତଥା ଏକାକୀ  ମା’ ଓ ଅଭିଭାବକମାନେ ଏଠାରେ  ନିଜର ଶିଶୁଙ୍କୁ ଚିନ୍ତାମୁକ୍ତ ହୋଇ  ଛାଡିପାରିବେ । ପ୍ରାରମ୍ଭିକ ପର୍ଯ୍ୟାୟରେ  ଲୋକସେବା ଭବନ ପରିସରରେ ଏକ  କ୍ରେଚ୍‌ ସେବା ଆରମ୍ଭ ହୋଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.