ନୂଆଦିଲ୍ଲୀ: ନ୍ୟୁଜିଲାଣ୍ଡ କ୍ରିକେଟ ଦଳର ପୂର୍ବତନ ଅଧିନାୟକ ତଥା ବିଶ୍ବର ଜଣାଶୁଣା ବ୍ୟାଟ୍ସମ୍ୟାନ କେନ୍ ଓ୍ବିଲିୟମସନ୍ ଅନ୍ତର୍ଜାତୀୟ କ୍ରିକେଟରୁ ଅବସର ଘୋଷଣା କରିଛନ୍ତି । ୧୬ ବର୍ଷ ଧରି ନ୍ୟୁଜିଲାଣ୍ଡ ପାଇଁ ଅନେକ ଗୌରବ ଆଣିଥିବା ଓ୍ବିଲିୟମସନ ହଠାତ ଅବସର ଘୋଷଣା କରି ସମସ୍ତ କ୍ରିକେଟପ୍ରେମୀଙ୍କୁ ଚକିତ କରି ଦେଇଛନ୍ତି । ତାଙ୍କର ଏହି ନିଷ୍ପତ୍ତି ନ୍ୟୁଜିଲାଣ୍ଡ କ୍ରିକେଟରେ ଏକ ସୁବର୍ଣ୍ଣ ଯୁଗର ଅନ୍ତ ଘଟିଛି । ତେବେ ଏହି ମହାନ ଖେଳାଳିଙ୍କ ବିରାଟଙ୍କ ସହ ରହିଛି ଭଲ ବନ୍ଧୁତ୍ବ ।
୩୫ ବର୍ଷୀୟ କେନ୍ ଓ୍ବିଲିୟମସନ ନ୍ୟୁଜିଲାଣ୍ଡ କ୍ରିକେଟର ସର୍ବାଧିକ ରନ୍ ସ୍କୋରର ଅଟନ୍ତି । ସେ ୩୭୮ଟି ଅନ୍ତର୍ଜାତୀୟ ମୁକାବିଲା ଖେଳିଥିବାବେଳେ ୧୯,୩୪୬ ରନ୍ କରିଛନ୍ତି । ସେ ୪୮ଟି ଶତକ ହାସଲ କରିଛନ୍ତି। ୨୦୧୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିଲେ । ୧୯ ବର୍ଷରୁ କମ ବିଶ୍ବକପ ଦଳରେ ଦମଦାର ପ୍ରଦର୍ଶନ ପରେ ନ୍ୟୁଜିଲାଣ୍ଡ ଦଳରେ ସୁଯୋଗ ପାଇଥିଲେ । ତେବେ ସେ ନିଜର ଆକ୍ରମଣାତ୍ମକ ବ୍ୟାଟିଂ ସାଙ୍ଗକୁ ବଡ଼ ସ୍କୋର ପାଇଁ ଶୀଘ୍ର ସାରା ବିଶ୍ବର କ୍ରିକେଟରଙ୍କ ମଧ୍ୟରେ ସ୍ଥାନ ପାଇଥିଲେ ।
ଜଣେ ଅଧିନାୟକ ଭାବରେ ଓ୍ବିଲିୟମସନ ମଧ୍ୟ ବଡ଼ ଉପଲବ୍ଧି ପାଇଛନ୍ତି । ତାଙ୍କ ଅଧିନାୟକତ୍ବରେ ନ୍ୟୁଜିଲାଣ୍ଡ ୨୦୧୯ ଦିନିକିଆ ବିଶ୍ବକପରେ ଫାଇନାଲ ଖେଳିଥିଲା । ଯଦିଓ ଇଂଲଣ୍ଡଠାରୁ ହାରି ଉପବିଜେତା ହୋଇଥିଲା ତଥାପି ଓ୍ବିଲିୟମସନଙ୍କ ଅଧିନାୟକତ୍ବକୁ ପ୍ରଶଂସା କରାଯାଇଥିଲା । ଏହାସହ ୨୦୨୧ ମସିହାରେ ବଡ଼ ସଫଳତା ଅଧିନାୟକ ଭାବେ ପାଇଥିଲେ ଓ୍ବିଲିୟମସନ୍ । ତାଙ୍କ ଅଧିନାୟକତ୍ବରେ ନ୍ୟୁଜିଲାଣ୍ଡ ବିଶ୍ବ ଟେଷ୍ଟ ଚାମ୍ପିୟନସିପ୍ ଜିତିଥିଲା ।
ଓ୍ବିଲିୟମସନ କେବଳ ନିଜର ପ୍ରଦର୍ଶନ କିମ୍ବା ରେକର୍ଡ ପାଇଁ ଯେତିକି ଚର୍ଚ୍ଚିତ ନଥିଲେ ତାଙ୍କର ବ୍ୟବହାର ପାଇଁ ସମସ୍ତଙ୍କ ପ୍ରିୟ ପାତ୍ର ପାଲଟିଥିଲେ । ନିଜର ଆଚରଣ ଏବଂ ଖେଳୁଆଡ଼ ମନୋଭାବ ତାଙ୍କୁ ଅଧିକ ପରିଚୟ ଦେଇଛି । ମ୍ୟାଚ ଜିତନ୍ତୁ କିମ୍ବା ହାରନ୍ତୁ ସବୁବେଳେ ମୁହଁରେ ହସ ରହିଥାଏ । ନିଜର ଆଚରଣ ପାଇଁ ମଧ୍ୟ ପ୍ରଶଂସିତ ହୋଇଛନ୍ତି ।
ଏହାସହ ପଢ଼ନ୍ତୁ: West Bengal Politics: କୋଲକାତାରେ ମମତାଙ୍କ ନାଁରେ ମାମଲା ରୁଜୁ