ବାରିପଦା ୨୮/୦୭ : ବାରିପଦା ସହର ଉପକଣ୍ଠ ରଙ୍ଗାମାଟିଆ ସ୍ଥିତ PRM ମେଡ଼ିକାଲ କଲେଜର ୫ମହଲାରୁ ଡେଇଁ ଯୁବକଙ୍କ ମୃତ୍ୟୁ। ଯୁବକ ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି। ହସ୍ପିଟାଲ ରେକର୍ଡ ଅନୁସାରେ ମୃତ ଯୁବକ ଜଣକଙ୍କ ନାମ ସଞ୍ଜୟ ସିଂ ଓ ସେ ବୈଶିଙ୍ଗା ଥାନା ଅନ୍ତର୍ଗତ ଗଦରାଷୋଳର ବାସିନ୍ଦା। ସେ ଗତକାଲି ବେତନଟୀ ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରୁ ରେଫର୍ ହୋଇ ପିଆର ଏମ ଆସିଥିଲେ ।
ଆହୁରି ପଢନ୍ତୁ ;- Crime News: ରାଜଧାନୀରେ ଚାଞ୍ଚଲ୍ୟ, ସ୍ତ୍ରୀକୁ ହତ୍ୟାକଲା ନୃଶଂସ ସ୍ୱାମୀ, ଗଳା ଓ ହାତ ଶିରା କାଟି ପିଆଇଲା ବିଷ
ତେବେ ସିଏ କାହିଁକି ଓ କେଉଁ କାରଣ ପାଇଁ ଏଭଳି ଚରମ ନିଷ୍ପତ୍ତି ନେଲେ ତାହା ଜଣାପଡିନାହିଁ। ମୃତ ଯୁବକ ମାନସିକ ସ୍ତରରେ ସୁସ୍ଥ ନଥିବା କଥା କହିଛନ୍ତି ହସ୍ପିଟାଲ କର୍ମଚାରୀ। ଘଟଣାସ୍ଥଳରେ ମେଡିକାଲ କଲେଜର ସୁପରିଟେନଡେଣ୍ଟ ଏବଂ ଅନ୍ୟାନ୍ୟ କର୍ମଚାରୀ ମାନେ ପହଞ୍ଚି ମୃତଦେହକୁ ଉଦ୍ଧାର କରି ଘଟଣାକୁ ନେଇ ପଚରାଉଚରା କରିଛନ୍ତି।