ମୁମ୍ୱାଇ : ବଲିଉଡ୍‌ ଅଭିନେତ୍ରୀ କଙ୍ଗନା ରଣାୱତ ବର୍ତ୍ତମାନ ସମୟରେ ନିଜର ଅପକମିଂ ଫିଲ୍ମ ଏମର୍ଜେନ୍ସି କୁ ନେଇ ଖୁବ୍ ଚର୍ଚ୍ଚାରେ। ଦୀର୍ଘ ଦିନରୁ କଙ୍ଗନା ଏହି ଫିଲ୍ମର ରିଲିଜ୍‌କୁ ନେଇ ଲଢେଇ କରି ଆସୁ ଥିଲେ। ଏମର୍ଜେନ୍ସି  ର ଟ୍ରେଲର ରିଲିଜ ପରେ ଏହାକୁ ନେଇ ବିବାଦ ସୃଷ୍ଟି ହୋଇଥିଲା।ଏହି କାରଣରୁ ତାଙ୍କର ରିଲିଜ ଉପରେ ରୋକ୍‌ ଲାଗି ଥିଲା। ଏଥିରେ ଏବେ ପ୍ରଶଂସକଙ୍କ ପାଇଁ ଏକ ବଡ଼ ଓ ଭଲ ଖବର ସାମ୍ନାକୁ ଆସୁଛି। କଙ୍ଗନାଙ୍କ ଏମର୍ଜେନ୍ସି  କୁ ସେନ୍ସର ସାର୍ଟିଫିକେଟ୍ ମିଳି ଯାଇଛି। ଏହି କଥାର ସୂଚନା ନିଜେ ଅଭିନେତ୍ରୀ ସୋସିଆଲ ମିଡ଼ିଆରେ ପୋଷ୍ଟ କରି ଦେଇଛନ୍ତି।

କଙ୍ଗନା ରଣାୱତ ନିଜର ଏକ୍ସ ଆକାଉଣ୍ଟରେ ପୋଷ୍ଟ ସେୟାର କରି ପ୍ରଶଂସକଙ୍କୁ ଗୁଡ୍‌ ନ୍ୟୁଜ୍‌ ଦେଇଛନ୍ତି। ଏମର୍ଜେନ୍ସି କୁ ସବୁଜ ସଙ୍କେତ ମିଳି ଯାଇଛି। କଙ୍ଗନା ଏକ୍ସରେ ଲେଖିଛନ୍ତି , ଆମେ ଏହି ଘୋଷଣା କରି ଖୁସି ହେଉଛୁ କି, ଆମକୁ ଆମର ଫିଲ୍ମ ଏମର୍ଜେନ୍ସି  ପାଇଁ ସେନ୍ସର ସାର୍ଟିଫିକେଟ ମିଳି ଯାଇଛି, ଆମେ ଖୁବ୍‌ ଶୀଘ୍ର ରିଲିଜ୍‌ ତାରିଖ ଘୋଷଣା କରିବୁ। ଆପଣଙ୍କ ଧୈର୍ଯ୍ୟ ଓ ସମର୍ଥନ ପାଇଁ ଧନ୍ୟବାଦ। 

କଙ୍ଗନାଙ୍କ ଏହି ପୋଷ୍ଟରେ ତାଙ୍କର ଖୁସି ସ୍ପଷ୍ଟ ନଜର ଆସୁଛି। ଅଭିନେତ୍ରୀଙ୍କର ଏହି ପୋଷ୍ଟ ଏକ୍ସରେ ଖୁବ୍‌ ଜୋରରେ ଭାଇରାଲ ହେଉଛି। 


ଉଲ୍ଲେଖନୀୟ ଯେ , କଙ୍ଗନା ରଣାୱତଙ୍କ ଫିଲ୍ମ ଏମର୍ଜେନ୍ସି  ପ୍ରଥମେ ୬ ସେପ୍ଟେମ୍ୱର ୨୦୨୪ରେ ରିଲିଜ ହେବାକୁ ଥିଲା। କିନ୍ତୁ ଏହାର ରିଲିଜ ଉପରେ ରୋକ୍‌ ଲଗାଇ ଦିଆଯାଇ ଥିଲା। ଏଥିପାଇଁ ଯେ, ଫିଲ୍ମର ଟ୍ରେଲର ରିଲିଜ ହେବା ପରେ ଶିଖ୍ ସଙ୍ଗଠନମାନେ ଏହାକୁ ବିରୋଧ କରିଥିଲେ। ଏହାପରେ ଫିଲ୍ମର ରିଲିଜ୍‌କୁ ସ୍ଥଗିତ କରିଦିଆ ଯାଇ ଥିଲା। ଶିଖ୍‌ଙ୍କର ଅଭିଯୋଗ ଯେ, ଫିଲ୍ମରେ ତାଙ୍କ ସମାଜର ଭୁଲ୍‌ ଚିତ୍ର ପ୍ରଦର୍ଶିତ କରାଯାଇଛି। କହି ରଖୁଛୁ କି , ୧୪ ଅଗଷ୍ଟରେ ଫିଲ୍ମର ଟ୍ରେଲର ଆସିଥିଲା , ସେବେଠାରୁ ଫିଲ୍ମକୁ ନେଇ ବିବାଦ ସୃଷ୍ଟି ହୋଇଛି।