କଳାହାଣ୍ଡି,୧୧/୧୨: ମହିଳାଙ୍କୁ ଦୁର୍ବ୍ୟବହାର ଅଭିଯୋଗ । ଗାଁରେ ବସିଲା କଙ୍ଗାରୁ କୋର୍ଟ । ବୃଦ୍ଧଙ୍କୁ ଲଣ୍ଡା କରିବା ସହିତ ଚପଲ ମାଳ ଦେଇ ଗାଁରେ ବୁଲାଇଲେ ଗାଁ ଲୋକ। କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦର ଥାନା ଅନ୍ତର୍ଗତ ବାଦଳୀ ଗାଁର ଚଞ୍ଚରାପଡା ଗାଁରୁ ଏହି ଘଟଣା ସାମ୍ନାକୁ ଆସିଛି।
ସୂଚନା ମୁତାବକ, ଗତ ୭ ତାରିଖ ଦିନ ଜଣେ ମହିଳା ପାଣି ଆଣିବା ପାଇଁ ଯାଇଥିଲେ। ସେହି ସମୟରେ ଜଣେ ବୃଦ୍ଧ ବ୍ୟକ୍ତି ଉକ୍ତ ମହିଳାକୁ ଦୁର୍ବ୍ୟବହାର କରିଥିଲେ । ଏନେଇ ଅଭିଯୋଗ ପରେ ଗାଁର ଲକ୍ଷ୍ମୀପୂଜା ମଣ୍ଡପରେ କଙ୍ଗାରୁ କୋର୍ଟ ବସିଥିଲା । ଉକ୍ତ କଙ୍ଗାରୁ କୋର୍ଟର ନିଷ୍ପତି ହିସାବରେ ବୃଦ୍ଧ ବ୍ୟକ୍ତିଙ୍କୁ ପ୍ରଥମେ ଲଣ୍ଡା କରାଯାଇ ଚପଲ ମାଳ ଦେଇ ଗାଁରେ ଚଲେଇ ଥିଲେ। ଅନେକ ଫଟୋ ଓ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ଅଞ୍ଚଳରେ ଆଲୋଡନ ସୃଷ୍ଟି ହୋଇଛି । ତେବେ ଗାଁରେ ପାତିଆରି ଥିବା ବ୍ୟକ୍ତିମାନେ ସାମିଲ ଥିବାରୁ ଥାନାକୁ ଯାଇ ଅଭିଯୋଗ କରି ପାରୁ ନାହାନ୍ତି ପୀଡିତ ବ୍ୟକ୍ତି।