ନୂଆଦିଲ୍ଲୀ – ଏହି ସମୟରେ ଭାରତରେ ଡିଜିଟାଲ ଖୁବ୍‌ ଜୋରରେ ଆଗେଇ ଚାଲିଛି। ଗ୍ରୋସରୀ ସାମଗ୍ରୀ ଅର୍ଡର କରିବା ଠାରୁ ନେଇ ଆଧାର ଓ ପ୍ୟାନ କାର୍ଡ ଭଳି ଗୁରୁତ୍ତ୍ୱପୂର୍ଣ୍ଣ କାଗଜପତ୍ରକୁ ଅପଡେଟ୍ କରିବା ଯାଏ, ପ୍ରତି ସେବା ଏବେ ଅନଲାଇନ୍‌ରେ ଉପଲବ୍ଧ ହେଉଛି। ଏହା ସ୍କାମରମାନଙ୍କ ପାଇଁ ଠକିବାର ନୂଆ ଉପାୟ ପାଲଟି ଯାଇଛି। ଏବେ ଏକ ନୂଆ ଫ୍ରଡ୍‌ ସାମନାକୁ ଆସିଛି। ଜଣେ ବ୍ୟକ୍ତି ଅନ୍‌ଲାଇନ୍‌ରେ ପ୍ୟାନ କାର୍ଡ ଆପ୍ଲାଇ କରୁଥିବା ବେଳେ ସେ ହୋଇଛନ୍ତି ଠକାମୀର ଶିକାର।

ଲାଇଭ ହିନ୍ଦୁସ୍ତାନରେ ପ୍ରକାଶିତ ଖବର ଅନୁସାରେ, କାନପୁରର ଜଣେ ବୟସ୍କ ବ୍ୟକ୍ତି ନିଜର ଅଣ ନାତି ପାଇଁ ଅନଲାଇନ୍‌ ପ୍ୟାନ କାର୍ଡ କରୁଥିଲେ ଏବଂ ଏହି ସମୟରେ ସାଇବର ଠକମାନେ ତାଙ୍କ ଠାରୁ ୭.୭ ଲକ୍ଷ ଟଙ୍କା ଠକି ନେବାରେ ସଫଳ ହୋଇଛନ୍ତି। 

ଉକ୍ତ ଘଟଣା ସେତେବେଳେ ଘଟିଛି , ଯେତେବେଳେ ସର୍ବୋଦୟ ନଗରର ନବଶୀଳ ମୋତି ବିହାର ନିବାସୀ ପୀଡ଼ିତ ସୁରେଶ ଚନ୍ଦ୍ର ଶର୍ମା ନିଜର ଅଣନାତି କନିଷ୍କ ପାଣ୍ଡେ ,( ଯିଏ ୟୁଏଇରେ ରୁହନ୍ତି ) ତାଙ୍କ ପାଇଁ ପ୍ୟାନ କାର୍ଡ ଆପ୍ଲାଇ କରିବାକୁ ଚେଷ୍ଟା କରୁଥିଲେ। ୧୦ ନଭେମ୍ୱରରେ ଶର୍ମା ପ୍ୟାନ୍‌ ଆପ୍ଲାଇ କରିବାକୁ ଏକ ହେଲ୍ପଲାଇନ୍‌ ନମ୍ୱରରେ କଲ୍‌ କରିଥିଲେ , ଏହି ସମୟରେ ତାଙ୍କ ସହ ଫ୍ରଡ୍‌ ହୋଇଥିଲା, ସାଇବର ଠକମାନେ ଆବେଦନ ପ୍ରକ୍ରିୟାକୁ ପୂରା କରିବା ବାହାନାରେ ତାଙ୍କର ଆଧାର କାର୍ଡ, ପ୍ୟାନ କାର୍ଡ ଓ ବ୍ୟାକିଂ ଡିଟେଲ୍ସ ମାଗି ନେଇ ଥିଲେ ଏବଂ ଏହାପରେ ତାଙ୍କ ଠାରୁ ଲକ୍ଷ ଲକ୍ଷ ଟଙ୍କା ଚୂନ ଲଗେଇ ଥିଲେ। 

ଦୁଇ ଜଣ ଠକ ତାଙ୍କ ଆକାଉଣ୍ଟରୁ ପ୍ରଥମେ ୧,୪୦,୦୭୧ ଟଙ୍କା ଓ ଏହାପରେ ୬,୩୦,୦୭୧ ଟଙ୍କା  , ଏମିତି ମୋଟରେ ୭.୭ ଲକ୍ଷ ଟଙ୍କା କାଢି ନେଇଥିଲେ । ନିଜର ଆକାଉଣ୍ଟରୁ ଟଙ୍କା କଟିବା ପରେ ବୟସ୍କ ବ୍ୟକ୍ତି ଠକାମୀର ଶିକାର ହୋଇଥିବା ଜାଣି ପାରିଥିଲେ।

ଅନଲାଇନ୍‌ ଫ୍ରଡ୍‌ରୁ ସୁରକ୍ଷିତ ରହିବା ପାଇଁ ଏହି ଉପାୟ ଆପଣାନ୍ତୁ –

୧- ସର୍ବଦା ୱେବସାଇଟ୍‌ ବା ଗ୍ରାହକ ସେବା ନମ୍ୱରର ପ୍ରାମାଣିକତାର ଡବଲ ଯାଞ୍ଚ କରନ୍ତୁ। ପ୍ୟାନ କାର୍ଡ ସମ୍ୱନ୍ଧିତ ସେବା ଗୁଡ଼ିକ ପାଇଁ ଏନଏସଡିଏଲ ବା ୟୁଟିଆଇଟିଏସଏଲ ଭଳି ଅଫିସିଆଲି ସରକାରୀ ପୋର୍ଟାଲର ବ୍ୟବହାର କରନ୍ତୁ।

୨-ଆଧାର ବା ପ୍ୟାନ କାର୍ଡ ଡିଟେଲ ଓ ବ୍ୟାଙ୍କିଂ କ୍ରେଡେନ୍ସିଆଲ ଭଳି ସମ୍ୱେଦନଶୀଳ ସୂଚନା କୌଣସି ବ୍ୟକ୍ତି ବା ପ୍ଲାଟଫର୍ମ ସହ ସେୟାର କରନ୍ତୁ ନାହିଁ।

୩-ଗ୍ରାହକ ସହାୟତାର ଦାବି କରୁଥିବା ଅଜଣା କଲ୍‌ ବା ମେସେଜ୍‌ ଠାରୁ ସାବଧାନ ରୁହନ୍ତୁ।

୪- ସନ୍ଦେହର ସ୍ଥିତି ବା ଯଦି ଆପଣ କୌଣସି ଘୋଟାଲାର ଶିକାର ହେଉଛନ୍ତି , ତ ପୋଲିସ ବା ସାଇବର ଅପରାଧ ରିପୋର୍ଟିଂ ପୋର୍ଟଲ-cybercrime.gov.in ରେ ଏହାର ରିପୋର୍ଟ କରନ୍ତୁ।