ମୁମ୍ବାଇ,୨୮/୫ : ସିନେ ନିର୍ମାଣ କରଣ ଜୋହର ଇନଷ୍ଟାଗ୍ରାମରେ ବହୁ ଆକ୍ଟିଭ ରହିଥାନ୍ତି । ଇନଷ୍ଟାଗ୍ରାମରେ ସେ ନିଜ ଜୀବନ ସହ ଯୋଡ଼ି ହୋଇଥିବା ପ୍ରତିଟି ଅପଡେଟ୍ସ ବି ଦେଇଥାନ୍ତି । ସେ ନିଜ ପିଲାଙ୍କର ବି କ୍ୟୁଟ୍ ଭିଡ଼ିଓ ସେୟାର କରିଥାନ୍ତି । ତାଙ୍କ ଇନଷ୍ଟାଗ୍ରାମରେ ୧୭.୫ମିଲିୟନ ଫଲୋଅର୍ସ ଅଛନ୍ତି । କିନ୍ତୁ ଏବେ କରଣ ଜୋହର ଇନଷ୍ଟାଗ୍ରାମରେ ଲୋକଙ୍କୁ ଅନଫଲୋ କରିବା ଆରମ୍ଭ କରି ଦେଇଛନ୍ତି ।

ସେ ପ୍ରାୟ ୭୪ଲୋକଙ୍କୁ ଫଲୋ କରୁଛନ୍ତି । ଏକ ରିପୋର୍ଟ ଅନୁସାରେ, କରଣ ଜୋହରଙ୍କ ଘନିଷ୍ଠ ବନ୍ଧୁ ଶାହରୁଖ ଖାନ, ମନୀଷ ମହ୍ଲୋତ୍ରା, ଅନନ୍ୟା ପାଣ୍ଡେ, କାର୍ତ୍ତିକ ଆର୍ୟନଙ୍କ ଭଳି ଷ୍ଟାର୍ସଙ୍କୁ ଅନଫଲୋ କରି ଦେଇଛନ୍ତି । ଏହା ବ୍ୟତୀତ କରୀନା କପୁର, ମଲାଇକା ଅରୋଡ଼ା, ବଋଣ ଧଓ୍ବନ, ସିଦ୍ଧାର୍ଥ ମହ୍ଲୋତ୍ରା, ଆଲିୟା ଭଟ୍ଟଙ୍କ ଭଳି ଷ୍ଟାର୍ସ ବି ତାଙ୍କ ଫଲୋଇଂ ଲିଷ୍ଟରେ ନାହାନ୍ତି । ମାତ୍ର ଆଶ୍ଚର୍ଯ୍ୟର କଥା ଏହା କି ପ୍ରିୟଙ୍କା ଚୋପଡ଼ାଙ୍କୁ ଏବେ ବି ଫଲୋ କରୁଛନ୍ତି । କରଣ ଜୋହର ଇନଷ୍ଟାଗ୍ରାମରେ ଅନଫଲୋ କାହିଁକି କରୁଛନ୍ତି ଏହାକୁ ନେଇ କାରଣ ସାମ୍ନାକୁ ଆସିନାହିଁ ।