ମୁମ୍ବାଇ,୮/୨ : ଅଭିନେତ୍ରୀ କରୀନା କପୁର ଖାନ, ତାଙ୍କୁ କିଏ ବା ନ ଜାଣେ । ସେ ତାଙ୍କ ଅଭିନୟ ପାଇଁ ଯେତିକି ଚର୍ଚ୍ଚା ତାଙ୍କ ଲୁକକୁ ନେଇ ମଧ୍ୟ ବେଶ୍ ଚର୍ଚ୍ଚାରେ ରହିଥାନ୍ତି । ବର୍ତ୍ତମାନ ସେ ତାଙ୍କ କୋ ଆକ୍ଟରଙ୍କୁ କରିଥିବା ନିଆରା ବାର୍ଥ ଡେ ଓ୍ବିଶକୁ ବେଶ୍ ଚର୍ଚ୍ଚା ସାଉଣ୍ଟିଛନ୍ତି । ଅଭିନେତ୍ରୀ କରୀନା କପୁର ଖାନ ନିଜ ଫିଲ୍ମ ‘ଜାନେ ଜାନ’ର କୋ- ଷ୍ଟାର୍ ଜୟଦୀପ ଅହଲଓ୍ବାତଙ୍କ ଲାଗି ସୋସିଆଲ ମିଡ଼ିଆରେ ଏକ ବହୁତ ଖାସ୍ ପୋଷ୍ଟ ସେୟାର କରିଛନ୍ତି । ସେ ଜୟଦୀପଙ୍କ ବ୍ଲାକ୍ ଏଣ୍ଡ୍ ହ୍ବାଇଟ୍ ଫଟୋ ସେୟାର କରି ଲେଖିଛନ୍ତି, "ଜନ୍ମଦିନର ଶୁଭେଚ୍ଛା ପ୍ରଫେସର... ତୁମେ ବେଷ୍ଟ୍.. ବହୁତ ଭଲ ପାଇବା..." ଫ୍ୟାନ୍ସମାନେ ଏହି ପୋଷ୍ଟକୁ ଖୁବ୍ ପସନ୍ଦ କରିଥିଲେ ଏବଂ ଉଭୟଙ୍କ କେମେଷ୍ଟ୍ରିକୁ ବି ତାରିଫ୍ କରିଛନ୍ତି ।
"ଜାନେ ଜାନ" ଫିଲ୍ମ କରୀନା ଏବଂ ଜୟଦୀପଙ୍କ ପ୍ରଥମ ପ୍ରୋଜେକ୍ଟ ଥିଲା । ଯେଉଁଥିରେ ଉଭୟେ ସ୍କ୍ରିନ୍ ସେୟାର କରିଥିଲେ । ସୁଜୋୟ ଘୋଷଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମରେ ବିଜୟ ବର୍ମା ମୁଖ୍ୟ ଭୂମିକାରେ ଅଭିନୟ କରିଥିଲେ। ଯାହାକି ସୌରଭ ସଚଦେବା, ଲିନ୍ ଲୈଶରାମ ଏବଂ ନାୟଶା ଖନ୍ନା ସପୋର୍ଟିଂ ଭୂମିକାରେ ନଜର ଆସିଥିଲେ। ଫିଲ୍ମ ମାଧ୍ୟମରେ କରୀନା ପୁଣି ଥରେ ତାଙ୍କର ଅଭିନୟ ବହୁମୁଖୀ ପ୍ରତିଭା ପ୍ରଦର୍ଶନ କରିଥିଲେ।
ଏହି ଫିଲ୍ମ ୧୨ତମ ଷ୍ଟ୍ରିଟ୍ ଏଣ୍ଟରଟେନମେଣ୍ଟ ଏବଂ ନାର୍ଦନ ଲାଇଟ୍ସ ଫିଲ୍ମ୍ସର ବ୍ୟାନର ଏବଂ କ୍ରସ୍ ପିକ୍ଚର୍ସ ଏବଂ ବାଲାଜୀ ମୋଶନ୍ ପିକ୍ଚର୍ସ ସହ ମିଳିତ ଭାବରେ ନିର୍ମିତ ହୋଇଥିଲା। ଜୟ ଶେୱାକରମାନୀ, ଅକ୍ଷୟ ପୁରୀ, ହ୍ୟୁନୱୁ ଥମସ କିମ୍, ଶୋଭା କପୁର ଏବଂ ଏକତା କପୁର ଏହି ପ୍ରଡ଼କ୍ସନ ଟିମର ଭାଗିଦାରୀ ଥିଲେ। ଫିଲ୍ମର ମ୍ୟୁଜିକ ସଚିନ- ଜିଗର ଦେଇଥିଲେ । ଯାହାକି ସିନେମାଟୋଗ୍ରାଫି ଅବିକ୍ ମୁଖୋପାଧ୍ୟାୟ ଏବଂ ଏଡ଼ିଟିଂ ଉର୍ବଶୀ ସକ୍ସେନାଙ୍କ ଦ୍ୱାରା କରାଯାଇଥିଲା।