ବେଙ୍ଗାଲୁରୁ : ଶୁକ୍ରବାରଠାରୁ ଆରମ୍ଭ ହେବାକୁ ଯାଉଛି ଆଇପିଏଲ ୨୦୨୬ । ଉଦଘାଟନୀ ମ୍ୟାଚରେ ଆରସିବିକୁ ଭେଟିବ ହାଇଦ୍ରାବାଦ । ବେଙ୍ଗାଲୁରୁର ଚିନ୍ନାସ୍ବାମୀ ଷ୍ଟାଡିୟମରେ ଖେଳାଯିବ ଉଦଘାଟନୀ ମ୍ୟାଚ୍ । ଏହି ମ୍ୟାଚ ଦେଖିବାକୁ ଦର୍ଶକଙ୍କ ଭିଡ ଜମିବ । ୨୦୨୫ ବିଜୟ ଉତ୍ସବ ସମୟରେ ହୋଇଥିବା ଅଘଟଣ ପାଇଁ ଅନେକ ନିନ୍ଦା ସହିବାକୁ ପଡ଼ିଥିଲା । ମାତ୍ର ଏଥର ସରକାର ପ୍ରସ୍ତୁତ ହୋଇଛନ୍ତି । ମ୍ୟାଚ୍ ପୂର୍ବରୁ ସୁରକ୍ଷା ବ୍ୟବସ୍ଥାକୁ କଡ଼ାକଡ଼ି କରିଥିବାବେଳେ ଦର୍ଶକଙ୍କ ଯେଭଳି କୌଣସି ଅସୁବିଧା ନହୁଏ ସେ ଉପରେ ଗୁରୁତ୍ବ ଦେଇଛନ୍ତି ।

"ଆସନ୍ତାକାଲିଠାରୁ ଆରମ୍ଭ ହେଉଥିବା IPL ଟୁର୍ଣ୍ଣାମେଣ୍ଟକୁ ଦୃଷ୍ଟିରେ ରଖି, କର୍ଣ୍ଣାଟକ ସରକାରଙ୍କ ମୁଖ୍ୟ ସଚିବ କର୍ଣ୍ଣାଟକ ରାଜ୍ୟ କ୍ରିକେଟ୍ ସଂଘର ସମ୍ପୃକ୍ତ ଅଧିକାରୀ ଏବଂ ପଦାଧିକାରୀଙ୍କ ସହିତ ଏକ ବୈଠକ କରିଥିଲେ । ଏହି ବୈଠକରେ ସୁରକ୍ଷା ସମ୍ପର୍କରେ ପରାମର୍ଶ ଏବଂ ନିର୍ଦ୍ଦେଶ ଜାରି କରିଥିଲେ ।"କ୍ରିକେଟ ପ୍ରେମୀଙ୍କ ସୁରକ୍ଷା ପାଇଁ ଷ୍ଟାଡିୟମ ଭିତରେ ଏବଂ ଚାରିପାଖରେ କରାଯାଇଥିବା ସୁରକ୍ଷା ବ୍ୟବସ୍ଥା, ସହରର ଟ୍ରାଫିକ୍ ବ୍ୟବସ୍ଥାରେ ପରିବର୍ତ୍ତନ, ପାର୍କିଂ ବ୍ୟବସ୍ଥା, ଷ୍ଟାଡିୟମ ଭିତରେ ପାନୀୟ ଜଳର ଉପଲବ୍ଧତା ଏବଂ ଅନ୍ୟାନ୍ୟ ଆବଶ୍ୟକୀୟ ଜିନିଷ ବିଷୟରେ ତାଙ୍କୁ ଅବଗତ କରାଯାଇଥିଲା।"ଯେଭଳି ଦର୍ଶକଙ୍କ କୌଣସି ଅସୁବିଧା ନହୁଏ ସେ ଉପରେ ଗୁରୁତ୍ବ ଦିଆଯାଇଛି । ଏହାସହ ମେଟ୍ରୋ ଷ୍ଟେସନରେ ମଧ୍ୟ ସୁରକ୍ଷା ବ୍ୟବସ୍ଥାକୁ ବଢ଼ାଯାଇଛି ।

ମୁଖ୍ୟ ସଚିବ ସ୍ପଷ୍ଟ କରିଛନ୍ତି ଯେ ସରକାରଙ୍କ ଦ୍ୱାରା ସ୍ଥିର କରାଯାଇଥିବା ସର୍ତ୍ତାବଳୀକୁ କଡ଼ାକଡ଼ି ପାଳନ କରିବାକୁ ପଡିବ। ଏଥିରେ ଆହୁରି କୁହାଯାଇଛି, "ସେ ବୈଠକରେ ନିର୍ଦ୍ଦେଶ ଦେଇଛନ୍ତି ଯେ ଟୁର୍ଣ୍ଣାମେଣ୍ଟ ଆୟୋଜନ ପାଇଁ ସରକାର ଦ୍ୱାରା ସ୍ଥିର କରାଯାଇଥିବା ସର୍ତ୍ତାବଳୀ ଏବଂ ସତର୍କତାମୂଳକ ପଦକ୍ଷେପଗୁଡ଼ିକୁ କଡ଼ାକଡ଼ି ପାଳନ କରିବାକୁ ପଡିବ।"କହି ରଖୁଛୁ କି, ୨୦୨୫ ଆରସିବିର ବିଜୟ ଉତ୍ସବରେ ବହୁ ସଂଖ୍ୟକ ଫ୍ୟାନ୍ସ ଯୋଗ ଦେଇଥିଲେ । ଏଥିରେ ଦଳଚକଟା ହୋଇଥିବାବେଳେ ଫ୍ୟାନ୍ସମାନେ ପ୍ରାଣ ହରାଇଥିଲେ । ଯେଉଁ କାରଣରୁ ଚଳିତବର୍ଷ ମ୍ୟାଚ ଆରମ୍ଭରୁ ସୁରକ୍ଷା ଉପରେ ଦୃଷ୍ଟି ଦିଆଯାଇଛି ।

ଏହାସହ ପଢ଼ନ୍ତୁ : ‘ଧୁରନ୍ଧର-୨’ ସଫଳତା ଭିତରେ ଭାଇରାଲ ହେଉଛି ସଞ୍ଜୟ ଦତ୍ତଙ୍କ ଏହି ଭିଡିଓ