ପ୍ରମୂଖ ଖବର
  • ବିହାର ଭୋଟର ତାଲିକାରୁ କଟିପାରେ ୩୪ ଲକ୍ଷ ମତଦାତାଙ୍କ ନାଁ, କାରଣ କହିଲେ ନିର୍ବାଚନ ଆୟୋଗ
  • ||
  • ବିହାର ରାଜନୀତିରେ ବଡ଼ ଟ୍ବିଷ୍ଟ, ଖୁବଶୀଘ୍ର ନୂଆ ଦଳ ଘୋଷଣା କରିପାରନ୍ତି ତେଜ ପ୍ରତାପ ଯାଦବ
  • ||
  • ଜନ୍ମଦିନରେ ଛତିଶଗଡ଼ ପୂର୍ବତନ ମୁଖ୍ୟମନ୍ତ୍ରୀଙ୍କ ପୁଅ ଗିରଫ; ଅବକାରୀ ଦୁର୍ନୀତି ମାମଲାରେ ବନ୍ଧିଲା ଇଡି
  • ||
  • ସକାଳେ ଗୁଳୁଗୁଳି, ଅପରାହ୍ନରେ ବର୍ଷା: ଭିଜିବ ଉପକୂଳରୁ ନେଇ ଆଭ୍ୟନ୍ତରୀଣ ଓଡ଼ିଶା, ୨୨ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ
  • ||
  • FM କଲେଜରେ ପହଞ୍ଚିଲେ ୟୁଜିସି ଫ୍ୟାକ୍ଟ ଫାଇଣ୍ଡିଂ ଟିମ୍, ତଦନ୍ତ କରୁଛନ୍ତି ୪ ଜଣିଆ ଦଳ
  • ||
  • ଚାକିରି ଆଶା ଦେଖାଇ ଯୁବତୀଙ୍କୁ ନିର୍ଯାତନା: ରାଜସ୍ଥାନରୁ ଉଦ୍ଧାର ପରେ ଘରକୁ ଫେରିଲେ ଝିଅ
  • ||
  • ରାଜଧାନୀରେ ବିଭତ୍ସ ହତ୍ୟାକାଣ୍ଡ, ଯୁବକଙ୍କୁ ପଥରରେ ଛେଚି ମାରିଦେଲେ ବାଇକ୍ ଚୋର
  • ||
  • ଦିଲ୍ଲୀରେ ପୁଣି ୨୦ ଅଧିକ ବୋମା ଧମକ,ଆସିଥିଲା ଧମକପୂର୍ଣ୍ଣ ମେଲ୍, ପୁଲିସର ତଦାଘନା
  • ||
  • ଭୂକମ୍ପ ଝଟକାରେ ଥରିଲା ଚିଲି, ରିକ୍ଟର ସ୍କେଲରେ ତୀବ୍ରତା ୫.୭ ରେକର୍ଡ଼
  • ||
  • ଏଫ୍‌ଏମ୍‌ କଲେଜ ଛାତ୍ରୀ ଆତ୍ମାହୁତି ଘଟଣା: ଆଜି ବାଲେଶ୍ୱରରେ ଉଚ୍ଚଶିକ୍ଷା ବିଭାଗ କମିଟିର ତଦନ୍ତ, ଉପସ୍ଥିତ ରହିବେ ଆଇସିସିର ସମସ୍ତ ସଦସ୍ୟ
  • ||
  • TRFକୁ ଆତଙ୍କୀ ସଂଗଠନ ଘୋଷଣା କଲା ଆମେରିକା, ପହଲଗାମ ଆତଙ୍କୀ ଆକ୍ରମଣ ପାଇଁ କଲା ଦାୟୀ
  • ||

ଜମି ଦୁର୍ନୀତି ମାମଲା: ସିଦ୍ଧରମୈୟା ପ୍ରମାଣ ନଷ୍ଟ ପାଇଁ ଚେଷ୍ଟା କରୁଥିବା ଅଭିଯୋଗ

Published By : Tapas Panda | October 3, 2024 5:30 PM

Image Courtesy: indiatoday

ବେଙ୍ଗାଲୁରୁ: କର୍ଣ୍ଣାଟକ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ଅଡ଼ୁଆ ବଢ଼ିବାରେ ଲାଗିଛି । ମୁଦା ଦୁର୍ନୀତି ମାମଲାରେ ସିଦ୍ଧରମୈୟାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ମାମଲା ରୁଜୁ କରିସାରିଛି । ଏହାରି ମଧ୍ୟରେ ଆଜି ଜଣେ ଅଭିଯୋଗକାରୀ ମୁଖ୍ୟମନ୍ତ୍ରୀଙ୍କ ବିରୋଧରେ ସଙ୍ଗୀନ ଅଭିଯୋଗ ଆଣିଛନ୍ତି । ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟା ଏବଂ ଅନ୍ୟମାନେ ମୁଦା ମାମଲାରେ ପ୍ରମାଣ ନଷ୍ଟ କରିବାକୁ ଚେଷ୍ଟା କରୁଛନ୍ତି ଏବଂ ସେମାନଙ୍କ ବିରୋଧରେ ଶୀଘ୍ର ତଦନ୍ତ ଆରମ୍ଭ କରିବାକୁ ଇଡିକୁ ଅନୁରୋଧ କରିଛନ୍ତି ଅଭିଯୋଗକାରୀ ପ୍ରଦୀପ କୁମାର ଏସ୍‌ପି । 

ଏହା ପୂର୍ବରୁ ସେପ୍ଟେମ୍ବର ୨୭ରେ ଏକ ସ୍ବତନ୍ତ୍ର କୋର୍ଟଙ୍କ ନିର୍ଦ୍ଦେଶ କ୍ରମେ ଲୋକାୟୁକ୍ତ ପୋଲିସ ସିଦ୍ଧରମୈୟା, ତାଙ୍କ ପତ୍ନୀ ପାର୍ବତୀ ବିଏମ, ଶଳା ମଲ୍ଲିକାର୍ଜୁନ ସ୍ବାମୀ, ଦେବରାଜୁଙ୍କ ବିରୋଧରେ ଏଫଆଇଆର ରୁଜୁ କରିଥିଲା । ଦେବରାଜୁଙ୍କ ପାଖରୁ ଜମି କିଣି ଭଉଣୀ ପାର୍ବତୀଙ୍କୁ ଉପହାର ଦେଇଥିଲେ ମଲ୍ଲିକାର୍ଜୁନ ସ୍ବାମୀ । 

ସେପଟେ ପ୍ରବର୍ତ୍ତନ ନର୍ଦ୍ଦେଶାଳୟ ମୁଖ୍ୟମନ୍ତ୍ରୀ ସିଦ୍ଧରମୈୟାଙ୍କ ବିରୋଧରେ ଆର୍ଥିକ ଅନିୟମିତାତ ନେଇ ମାମଲା ରୁଜୁ କରିଥିଲା । ସିଦ୍ଧରମୈୟା ମହୀଶୂର ସହରୀ ବିକାଶ ପ୍ରାଧିକରଣ (MUDA) ସହାୟତାରେ ତାଙ୍କ ପତ୍ନୀଙ୍କୁ ୧୪ଟି ପ୍ଲଟ୍‌ ଆବଣ୍ଟନ କରିଥିବା ଅଭିଯୋଗ ରହିଛି । ମଙ୍ଗଳବାର ମୁଦା ସିଦ୍ଧରମୈୟାଙ୍କ ପତ୍ନୀଙ୍କ ପାଖରୁ ଆବଣ୍ଟିତ ୧୪ଟି ପ୍ଲଟ୍‌ ଫେରାଇ ଆଣିବାକୁ ନିଷ୍ପତ୍ତି ନେଇଛି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.