ନୂଆଦିଲ୍ଲୀ, ୧୧/୦୪ : ଅମାନିଆ ଶିଖାଇବେ ଟ୍ରାଫିକ୍ ନିୟମ। ବେପରୁଆ ଡ୍ରାଇଭିଂକୁ ନେଇ କର୍ଣ୍ଣାଟକ ହାଇକୋର୍ଟଙ୍କ ବଡ଼ ରାୟ। ରାସ୍ତାରେ ଝାଡ଼ୁ ମାରିବେ ଲାମ୍ବୋର୍ଗିନି ମାଲିକ। ଗାଡି ମାଲିକଙ୍କ ବିରୋଧରେ ରୁଜୁ ହୋଇଥିବା ଏଫଆଇଆର ରଦ୍ଦ କରିବା ବଦଳରେ କୋର୍ଟ ଏଭଳି ଅଦ୍ଭୁତ ସର୍ତ୍ତ ରଖିଛନ୍ତି। ସମାଜ ସେବା କଲେ ଯାଇ କ୍ଷମା ମିଳିବ ବୋଲି କୋର୍ଟ କହିଛନ୍ତି। ଜଷ୍ଟିସହ ଏମ.ନାଗପ୍ରସନ୍ନାଙ୍କ ବେଞ୍ଚ ଏହି ସର୍ତ୍ତ ରଖିଛନ୍ତି।

ସୂଚନାନୁଯାୟୀ, ୨୦୨୫ ଡିସେମ୍ଵର ମାସରେ ସୋସିଆଲ ମିଡିଆରେ ଏକ ଭିଡିଓ ଖୁବ୍ ଜୋରରେ ଭାଇରାଲ୍ ହୋଇଥିଲା। ଚିରନ୍ତ ବି.ଆର ନାମକ ଜଣେ ଯୁବକ ତାଙ୍କର ସବୁଜ ରଙ୍ଗର ଲାମ୍ବୋର୍ଗିନି କାରରେ ବେପରୁଆ ଗାଡ଼ି ଚାଳନା କରୁଥିଲେ। ଏହି କାରରେ ଶବ୍ଦ ପ୍ରଦୂଷଣ କରୁଥିବା ଏକ ସାଇଲେନ୍ସର ବି ଲଗା ହୋଇଥିଲା। ପୁଲିସ ଏହି ଗାଡିର ଚାଲାଣ କାଟିଥିଲା। ହେଲେ ଯୁବକ ଜଣଙ୍କ ପରେ ଏହି ସାଇଲେନ୍ସର କାଢି ନଥିଲେ। ଫଳରେ କେଙ୍ଗେରି ପୁଲିସ ଏକ ଏଫଆଇଆର ରୁଜୁ କରିଥିଲା। ଚିରନ୍ତ ଏଫଆଇଆର ରଦ୍ଦ କରିବାକୁ ହାଇକୋର୍ଟଙ୍କ ଦ୍ଵାରସ୍ଥ ହୋଇଥିଲେ ଏବଂ ସାଇଲେନ୍ସର ବଦଳାଇ ଦେଇଥିବା କହିଥିଲେ। ହେଲେ କୋର୍ଟ ଏଥିରେ ସହମତ ହୋଇନଥିଲେ। ଜଷ୍ଟିସ୍ ନାଗପ୍ରସନ୍ନା କହିଥିଲେ ଯେ, ଏବେ ଆପଣ ଆପଙ୍କ କାରରେ ଯିବେ ଏବଂ ରାସ୍ତାରେ ଝାଡ଼ୁ ମାରିବେ। କାମ ସାରିବା ପରେ ନିଜ କାରରେ ଫେରିବେ।

ଯୁବକଙ୍କ ଓକିଲ ଏଥିରେ ଅସହମତି ପ୍ରକାଶ କରିଥିଲେ। ଯୁବକ ଜଣଙ୍କ ସ୍କୁଲରେ ମାଗଣା ଟ୍ରାଫିକ୍ ରୁଲ୍ ଶିଖାଇବେ ବୋଲି କହିଥିଲେ। କୋର୍ଟ ଏଥିରେ ଅସହମତି ପ୍ରକାଶ କରି କହିଥିଲେ ଯେ, ପ୍ରଥମେ ନିୟମ ଭାଙ୍ଗବି ତାପରେ ପିଲାଙ୍କୁ ଟ୍ରାଫିକ୍ ନିୟମ ଶିଖାଇବ। ପିଲା ତୁମଠୁ କଣ ଶିଖିବେ ? ତେବେ କୋର୍ଟ କହିଛନ୍ତି ଯେ, ଖୁବଶୀଘ୍ର ଏକ ବିସ୍ତୃତ ନିର୍ଦ୍ଦେଶନାମା ଜାରି କରାଯିବ। ଆଭିଯୁକ୍ତ ଚିରନ୍ତ କଣ ସମାଜ ସେବା କରିବେ ଏଥିରେ ଉଲ୍ଲେଖ କରାଯିବ।

ଏହି ଖବରଟିକୁ ପଢନ୍ତୁ- ଫ୍ରାନ୍ସ ସହ ବଡ଼ ପ୍ରତିରକ୍ଷା ଡିଲ୍ :୧୧୪ ନୂଆ ରାଫେଲ୍ କିଣିବ ଭାରତ, ସ୍ୱଦେଶୀରେ ତିଆରି ହେବ ୯୬ଟି ଜେଟ୍