ନୂଆଦିଲ୍ଲୀ: ବେଙ୍ଗାଲୁରୁ ଏୟାରପୋର୍ଟର ଅପରେଟିଂ ପ୍ରଣାଳିକୁ ବହୁ ଜଲଦି ପରିବର୍ତ୍ତନ କରିବେ କର୍ଣ୍ଣାଟକ ସରକାର। ଏନେଇ ରାଜ୍ୟ ଗୃହମନ୍ତ୍ରୀ ଜି ପରମେଶ୍ୱର ଆଧିକାରିକ ସ୍ତରରେ ଘୋଷଣା କରିଛନ୍ତି। ଖବର ମୁତାବକ ପୂର୍ବରୁ ଅମଲାତନ୍ତ୍ରର କର୍ଯ୍ୟରତ ଥିବା କର୍ମଚାରୀଙ୍କ ପରିବାର ଓ ବନ୍ଧୁବାନ୍ଧବ ମାନଙ୍କୁ ସାଧାରଣ ସୁରକ୍ଷା ବ୍ୟବସ୍ଥା ଦେଇ ଯିବାକୁ ପଡୁ ନଥିଲା। କିନ୍ତୁ କନ୍ନଡ ଅଭିନେତ୍ତ୍ରୀ ତଥା ଜଣେ ବରିଷ୍ଠ ପୋଲିସ ଅଧିକାରିଙ୍କ ଝିଅ ରାନ୍ୟା ରାଓ ଦୁବାଇରୁ ୧୨ କୋଟି ଟଙ୍କା ମୁଲ୍ୟର ସୁନା ଚୋରା କାରବାର କରିବା ସମୟରେ ଧରାପଡିବା ପରେ ସରକାର ଏହି ନିୟମରେ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି। 

ଆରକ୍ଷୀ ନିର୍ଦ୍ଦେଶକ(ଡିଜିପି)ଙ୍କୁ ନୂତନ ସୁରକ୍ଷା ବ୍ୟବସ୍ଥା ଉପରେ ନଜର ରଖିବାକୁ ମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି। ଏହା ସହ କର୍ମଚାରୀ ଓ ପ୍ରଶାସନ ସସ୍କାର ଉପରେ ମଧ୍ୟ ତୁରନ୍ତ କାର୍ଯ୍ୟ କରିବାକୁ ଡିଜିପିଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ରାନ୍ୟା ରାଓଙ୍କୁ ଜେରା ସମୟରେ ସେ ଏହି କଥା ପ୍ରକାଶ କରିଛନ୍ତି। ସେ ବରିଷ୍ଠ ଆଇପିଏସ ଅଧିକାରୀ ରାମଚନ୍ଦ୍ର ରାଓଙ୍କ ଝିଅ ହୋଇଥିବାରୁ ନିଜ ପିତାଙ୍କ ପରିଚୟ ବ୍ୟବହାର କରି ସେ ସୁରକ୍ଷା ଯାଞ୍ଚକୁ ଏଡାଇ ବିମାନ ଯାତ୍ରା କରିଥାନ୍ତି। ସେ ଏହି ପ୍ରକ୍ରିୟାରେ ୟୁଏଇରୁ ଅନେକ ପରିମାଣର ସୁନା ଆଣି ଭାରତକୁ ଫେରିଥାନ୍ତି। ଏହା ସହ ସେ ଏୟାରପୋର୍ଟରେ ଥିବା ପୋଲିସ ଅଧିକାରିଙ୍କୁ ମଧ୍ୟ ତାଙ୍କ ସୁରକ୍ଷା ପାଇଁ ତାଙ୍କ ସହ ଯିବା ପାଇଁ ବାଧ୍ୟ କରିଥାନ୍ତି ବୋଲି ମଧ୍ୟ ଅଭିଯୋଗ ରହିଛି। 

ମିଳିଥିବା ସୂଚନା ଅନୁଯାୟି ରାନ୍ୟା ରାଓ ବିଗତ ଏକ ବର୍ଷ ମଧ୍ୟରେ ଦୁବାଇକୁ ୩୦ ଥର ଯାତ୍ରା କରିଛନ୍ତି। ସେ ଗତ ମାର୍ଚ୍ଚ ୩ ତାରିଖରେ ଧରାପଡିବା ପୂର୍ବରୁ କିଲୋକିଲୋ ସୁନା ଭାରତକୁ ଚୋରା କାରବାର କରିଛନ୍ତି ବୋଲି ଆଶଙ୍କା ପ୍ରକଶ କରାଯାଉଛି। ଏହା ସହ ଏୟାରପୋର୍ଟରେ କାର୍ଯ୍ୟରତ ଥିବା ଜଣେ ପୋଲିସ କନେଷ୍ଠବଲ ମଧ୍ୟ ତାଙ୍କୁ ସୁରକ୍ଷା ଯାଞ୍ଚ ଏଡାଇବା ପାଇଁ ସହଯୋଗ କରୁଥିଲେ ବୋଲି ପୋଲିସ ବିଭାଗ ଅଭିଯୋଗ ଆଣିଛି। 

ଅଭିନେତ୍ରୀ ଜଣଙ୍କ ନିଜ ଭୁଲ ସ୍ୱିକାର କରିଛନ୍ତି ବୋଲି ରାଜସ୍ୱ ଗୁପ୍ତଚର ନିର୍ଦ୍ଦେଶକ(ଡିଆରଆଇ) ସୂଚନା ଦେଇଛନ୍ତି। ସେ ୧୭ ଟି ସୁନା ବିସ୍କୁଟର ଚୋରାଚାଲାଣ କରୁଥିଲେ ବୋଲି ଅଭିଯୋଗ ସ୍ୱିକାର କରିଛନ୍ତି। ତେବେ ସେ କେବଳ ଯେ ଯୁଏଇ ଯାତ୍ରା କରିଛନ୍ତି ତାହା ନୁହେଁ ସେ ବିଗତ ଏକ ବର୍ଷ ମଧ୍ୟରେ ୟୁରୋପ, ଆମେରିକା ଓ ମଧ୍ୟପ୍ରାଚ୍ୟର ଅନେକ ଦେଶ ଭ୍ରମଣ କରିବାକୁ ଯାଇଛନ୍ତି। ଏଣୁ ସେ ଡିଆରଆଇ ରାଡାରରେ ରହିଛନ୍ତି ବୋଲି ଜଣେ ଅଧିକାରି ନାମ ଗୋପନ ରକି ପ୍ରକାଶ କରିଛନ୍ତି।