ନୂଆଦିଲ୍ଲୀ: କରୁର ଦଳାଚକଟା ଘଟଣାରେ ୪୧ ଜଣଙ୍କ ମୃତ୍ୟୁ ପରେ ଟିଭିକେ ପ୍ରମୁଖ ତଥା ଅଭିନେତା ବିଜୟ କହିଛନ୍ତି ଯେ,"ମୁଁ ମୋ ଜୀବନରେ କେବେ ଏପରି ଯନ୍ତ୍ରଣାଦାୟକ ପରିସ୍ଥିତିର ସମ୍ମୁଖୀନ ହୋଇନାହିଁ। ମୁଁ ଗଭୀର ଦୁଃଖିତ... ସମସ୍ତ ରାଜନୀତିକୁ ଛାଡି, ଆମେ ପୋଲିସକୁ ସବୁବେଳେ ସୁରକ୍ଷିତ ସ୍ଥାନ ପାଇଁ ଅନୁମତି ମାଗିଛୁ। କିନ୍ତୁ ଯାହା ହେବା ଉଚିତ୍ ନଥିଲା ତାହା ଘଟିଛି... ମୁଁ ଶୀଘ୍ର ପୀଡିତ ମାନଙ୍କୁ ଭେଟିବି... କ୍ଷତି ସହିଥିବା ପରିବାର ପ୍ରତି ମୁଁ ମୋର ଗଭୀର ସମବେଦନା ପ୍ରକାଶ କରୁଛି... ମୋ ଦଳର ପଦାଧିକାରୀଙ୍କୁ ପୋଲିସ ଗିରଫ କରିଛି...

ବିଜୟ କହିଛନ୍ତି, "ମୁଖ୍ୟମନ୍ତ୍ରୀ ମହାଶୟ, ମୁଁ ଆପଣଙ୍କୁ ଅନୁରୋଧ କରୁଛି, ଦୟାକରି ମୋ ଦଳର ପଦାଧିକାରୀଙ୍କୁ କ୍ଷତି ପହଞ୍ଚାନ୍ତୁ ନାହିଁ। ଆପଣ ମୋ ଘରକୁ କିମ୍ବା ମୋ କାର୍ଯ୍ୟାଳୟକୁ ଆସି ମୋ ବିରୁଦ୍ଧରେ କୌଣସି କାର୍ଯ୍ୟାନୁଷ୍ଠାନ ନେଇ ପାରିବେ, କିନ୍ତୁ ସେମାନଙ୍କ ବିରୁଦ୍ଧରେ ନୁହେଁ... ଖୁବ୍ ଶୀଘ୍ର ସତ୍ୟ ପ୍ରକାଶ ପାଇବ।"

ସେ ଆହୁରି ମଧ୍ୟ କହିଛନ୍ତି, "ମୁଁ ମଧ୍ୟ ଜଣେ ମଣିଷ। ଯେତେବେଳେ ଏତେ ଲୋକ ପ୍ରଭାବିତ ହୋଇଛନ୍ତି, ମୁଁ ସେମାନଙ୍କୁ ଛାଡି କିପରି ଫେରିପାରିଥାନ୍ତ ? "ମୁଁ ଯାଇ ନଥିଲି କାରଣ ମୁଁ ନିଶ୍ଚିତ କରିବାକୁ ଚାହୁଁଥିଲି ଯେ ଏପରି ଅପ୍ରୀତିକର ଘଟଣା ଯେପରି ପୁଣି ନ ଘଟେ।"

ମୋର ଏହି କଥା କେବେବି ସେମାନଙ୍କ ପ୍ରିୟଜନଙ୍କୁ ହରାଇଥିବା ଲୋକଙ୍କ କ୍ଷତି ପୂରଣ କରିପାରିବ ନାହିଁ। ତଥାପି, ମୁଁ ପରିବାର ପ୍ରତି ମୋର ସମବେଦନା ପ୍ରକାଶ କରୁଛି। ମୁଁ ହସ୍ପିଟାଲରେ ଚିକିତ୍ସାଧୀନ ଥିବା ଲୋକଙ୍କ ଶୀଘ୍ର ଆରୋଗ୍ୟ କାମନା କରୁଛି। ମୁଁ ଖୁବ୍ ଶୀଘ୍ର ଆପଣ ମାନଙ୍କୁ ଭେଟିବି। ଆମର ଦୁଃଖକୁ ବୁଝି, ଆମ ପାଇଁ କଥା ହୋଇଥିବା ଦଳୀୟ ନେତା ମାନଙ୍କୁ ମୁଁ କୃତଜ୍ଞତା ଜଣାଇବାକୁ ଚାହୁଁଛି। ଆମେ ପାଞ୍ଚଟି ଜିଲ୍ଲାରେ ପ୍ରଚାର କରିଥିଲୁ, କିନ୍ତୁ କରୁରରେ ଏହା କାହିଁକି ଏବଂ କିପରି ହେଲା ? ଜନସାଧାରଣ ସବୁକିଛି ଜାଣନ୍ତି । ଜନସାଧାରଣ ଦେଖୁଛନ୍ତି।