ମୁମ୍ବାଇ ୨୪/୦୯: ଖୁବ୍‌ଶୀଘ୍ର ମାହେବେ ବଲିଉଡ୍‌ ଅଭିନେତ୍ରୀ କ୍ୟାଟ୍ରିନା କୈଫ୍‌ । ନିଜ ଗର୍ଭାବସ୍ଥାର ଫଟୋ ପୋଷ୍ଟ୍‌ କରି ଫ୍ୟାନ୍‌ଙ୍କୁ ସେ ଖୁସି ଖବର ଦେଇଛନ୍ତି । ନିଜ ଇନ୍‌ଷ୍ଟାଗ୍ରାମ୍‌ ହ୍ୟାଣ୍ଡେଲ୍‌ରେ ଏକ କଳା-ଧଳା ଫଟୋ ପୋଷ୍ଟ୍‌ କରିଛନ୍ତି । ଏଥିରେ ସ୍ୱାମୀ ଭିକି କୌଶଲ ତାଙ୍କ ସହ ନଜର ଆସିଛନ୍ତି । ଫଟୋ ସହିତ କ୍ୟାଟ୍ରିନା କ୍ୟାପ୍‌ସନ ଲେଖିଛନ୍ତି ଆମେ ଜୀବନର ସବୁଠୁ ସୁନ୍ଦର ଅଧ୍ୟାୟ ଆରମ୍ଭ କରିବାକୁ ଯାଉଛୁ । ହୃଦୟ ଖୁସି ଓ କୃତଜ୍ଞତାରେ ଭରିଛି ।

କ୍ୟାଟ୍ରିନାଙ୍କ ଗର୍ଭଧାରଣ ଖବର ଚଳିତ ମାସ ଆରମ୍ଭରୁ ଚର୍ଚ୍ଚାରେ ରହିଆସିଛି । କିଛି ସମୟ ପୂର୍ବରୁ ତାଙ୍କ ବେବି ବମ୍ପ ପ୍ରଦର୍ଶନ କରିବାର ଏକ ଫଟୋ ଭାଇରାଲ ହୋଇଥିଲା। ଯାହା ପରେ ଚର୍ଚ୍ଚା ଜୋର୍‌ ଧରିଥିଲା। ବର୍ତ୍ତମାନ ଏହି ଦମ୍ପତି ପ୍ରଶଂସକଙ୍କ ସହ ଖୁସି ଖବର ସେୟାର କରିଛନ୍ତି। ଯାହାପରେ ଉଭୟଙ୍କୁ ଅଭିନନ୍ଦନସୁଅ ଛୁଟୁଛି। ଅନେକ ଗଣମାଧ୍ୟମରେ ଦାବି ହେଉଛି, ଆସନ୍ତା ଅକ୍ଟୋବର- ନଭେମ୍ବରରେ ସେ ମାହୋଇପାରନ୍ତି । କିନ୍ତୁ ଉଭୟଙ୍କ ତରଫରୁ ଏ ବିଷୟରେ କିଛି ସୂଚନା ମିଳିନାହିଁ