ମୁମ୍ବାଇ; ୭/୧ : ବଲିଉଡର ଷ୍ଟାର କପଲ କ୍ୟାଟ୍ରିନା କୈଫ ଏବଂ ଭିକ୍କି କୌଶଲ ସର୍ବଦା ଗଣମାଧ୍ୟମରେ ହେଡଲାଇନ୍ ପାଲଟିଥାନ୍ତି । ନିଜର ଅଭିନୟର ଯାଦୁ ହେଉ ଅବା ବ୍ୟକ୍ତିଗତ ଜୀବନ । ସବୁବେଳେ ଚର୍ଚ୍ଚାରେ ରହି ଆସୁଥିବା କ୍ୟାଟ୍ରିନା କୈଫ ନିଜ ଛୁଆର ନାମ ଫ୍ୟାନ୍ସମାନଙ୍କୁ ଜଣାଇଛନ୍ତି । ୭ ନଭେମ୍ବର ୨୦୨୫ରେ ପୁତ୍ର ସନ୍ତାନ ଜନ୍ମ ଦେଇଥିବା କ୍ୟାଟ୍ରିନା ନିଜ ଛୁଆର ନାଁ ଏଯାବତ ଫ୍ୟାନ୍ସଙ୍କୁ ଜଣାଇନଥିଲେ । ଏବେ ନିଜର ସୋସିଆଲ ମିଡିଆ ପେଜ୍ ଇଷ୍ଟାଗ୍ରାମରେ ପୋଷ୍ଟ କରିଛନ୍ତି । ସେ ଛୁଆର ନାମ ସହ ଏକ ହାତ ଥିବା ଫଟୋ ପୋଷ୍ଟ କରିଛନ୍ତି ।
ପୁଅ ଜନ୍ମ ହେବାର ତିନି ମାସ ପରେ ଫ୍ୟାନ୍ସଙ୍କୁ ପୁଅ ସମ୍ପର୍କରେ ସୂଚନା ଦେଇଛନ୍ତି । କ୍ୟାଟ୍ରିନା ଏବଂ ଭିକ୍କି ତାଙ୍କ ପୁଅର ନାମ ରଖିଛନ୍ତି ବିହାନ କୌଶଲ । ଯାହା ଏକ ସଂସ୍କୃତ ଶବ୍ଦ । ଏହା ଅର୍ଥ ହେଉଛି ସକାଳ, ସୂଯ୍ୟୋଦୟ କିମ୍ବା ନୂତନ ଆରମ୍ଭ । ଏହାସହ ସେ ପୋଷ୍ଟରେ ଲେଖିଛନ୍ତି କି, ଆମ ଜୀବନ ବଦଳି ଯାଇଛି । ନୂତନ କିରଣ ଉଜ୍ଜିବିତ ହୋଇଛି । ସେପଟେ ଏହି ପୋଷ୍ଟରେ ଫ୍ୟାନ୍ସମାନେ କମେଣ୍ଟ କରୁଛନ୍ତି । ଅନେକ ଫ୍ୟାନ୍ସ ତାଙ୍କ ପୁଅର ନାମ ଭଲ ରହିଥିବା କହିଛନ୍ତି । କେବଳ ଫ୍ୟାନ୍ସ ନୁହଁନ୍ତି ଅନେକ ଫିଲ୍ମ ଷ୍ଟାର ମଧ୍ୟ କମେଣ୍ଟ କରିବା ସହ ଲାଇକ୍ ମଧ୍ୟ କରିଛନ୍ତି । ଅଭିନେତ୍ରୀ ପରିଣୀତି ଚୋପ୍ରା ମଦ୍ୟ କମେଣ୍ଟ କରିଥିବା ଦେଖିବାକୁ ମିଳିଛି । କହି ରଖୁଛୁ କି, ୨୦୨୧ ଡିସେମ୍ବର ୯ ତାରିଖରେ କ୍ୟାଟ୍ରିନା- ଭିକ୍କିଙ୍କ ବିବାହ ହୋଇଥିଲା । ତେବେ ୪ ବର୍ଷ ପରେ ସେମାନେ ପିତା-ମାତା ହୋଇଛନ୍ତି । ଉଭୟଙ୍କ ଯୋଡ଼ିକୁ ମଧ୍ୟ ଦର୍ଶକେ ପସନ୍ଦ କରିଥିବା ଦେଖିବାକୁ ମିଳିଛି ।