ପ୍ରମୂଖ ଖବର
  • ପାରାଦୀପ ଜିରୋ ପଏଣ୍ଟ ପାଖରେ ଗଚ୍ଛିତ ପାଇପରେ ଭୟଙ୍କର ଅଗ୍ନିକାଣ୍ଡ
  • ||
  • ରାଜଧାନୀରୁ ୫ କ୍ୱିଣ୍ଟାଲ ଗଞ୍ଜେଇ ଜବତ, ୨ ଗିରଫ
  • ||
  • ରାଉରକେଲାରେ ପୋଲିସ ଡିଜି ୱାଇବି ଖୁରାନିଆ, ରାଉରକେଲାରେ ଚାଲିଛି ସମୀକ୍ଷା ବୈଠକ
  • ||
  • ପହଲଗାମ ଆତଙ୍କୀ ହମ୍‌ଲା ପରେ ରାଜଧାନୀରେ ହାଇଆଲର୍ଟ, ଭୁବନେଶ୍ୱର ରେଲ୍‌ ୱେ ଷ୍ଟେସନ୍‌ରେ ଫ୍ଲାଗ୍ ମାର୍ଚ୍ଚ
  • ||
  • ରାଜଧାନୀରେ ଦୁର୍ବୃତ୍ତଙ୍କ ଆତଙ୍କରାଜ, ଟଙ୍କା ମାଗିବାରୁ ଦହିବରା ବେପାରୀଙ୍କୁ ନିସ୍ତୁକ ପିଟିଲେ
  • ||
  • ସମ୍ୱଲପୁର : ପାଣିରେ ବୁଡ଼ି ଜୀବନ ହାରିଥିଲେ ଭିସୁଟ୍‌ ଛାତ୍ରୀ: ୧୦୦ ଜଣଙ୍କ ଉପରେ ସର୍ବକାଳୀନ ଛାତ୍ର କାର୍ଯ୍ୟାନୁଷ୍ଠାନ
  • ||
  • ଚଳିବନି ପାକ୍ ପ୍ରୋପାଗଣ୍ଡା, ଭାରତରେ ୧୬ ପାକିସ୍ତାନୀ ୟୁଟ୍ୟୁବ୍ ଚ୍ୟାନେଲ୍ ବ୍ୟାନ୍
  • ||
  • ମେ ୨ରୁ ଓଡ଼ିଶା ଯୁଗ୍ମ ପ୍ରବେଶିକା ପରୀକ୍ଷା, ୧୨ ଯାଏ ୩ଟି ସିଫ୍ଟରେ ହେବ ଏକ୍ସଜାମ୍
  • ||
  • ବାଙ୍ଗିରିପୋଷି-ପୁରୀ ସୁପରଫାଷ୍ଟ ଟ୍ରେନ୍‌ରେ ଏଲଏଚବି କୋଚ୍‌ର ଶୁଭାରମ୍ଭ
  • ||
  • କେନ୍ଦୁଝର : ବାଇକ୍‌କୁ ଧକ୍କା ଦେଲା ଆଡିସନାଲ୍‌ CSOଙ୍କ ବୋଲେରୋ, ବାଇକ୍‌ ଚାଳକ ମୃତ
  • ||
  • ସୋମବାର ଉତ୍କଳ ଗୌରବ ମଧୁସୂଦନ ଦାସଙ୍କ ୧୭୭ ତମ ଜନ୍ମଜୟନ୍ତୀ, ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କଲେ ବିଜେଡି ନେତା ଓ କର୍ମୀ
  • ||
  • ଅନୁଗୁଳ : ୫୫ କେଜିରୁ ଉର୍ଦ୍ଧ୍ୱ ଗଞ୍ଜେଇ ଜବତ, ୨ ଗିରଫ
  • ||
  • IPL 2025: ଆଜି ରାଜସ୍ଥାନ- ଗୁଜରାଟ ଲଢ଼େଇ, ରୟାଲ୍ସ ପାଇଁ ‘କର ବା ମର’
  • ||
  • ତାତି କମିଲା, ଆହୁରି କମିବ: ଆଜି ଘଡ଼ଘଡ଼ି ସହ କୁଆପଥର ବର୍ଷା ଆଶଙ୍କା,୯ ଜିଲ୍ଲାକୁ ଅରେଞ୍ଜ ୱାର୍ଣ୍ଣିଂ
  • ||
  • ସୁନ୍ଦରଗଡ଼ : ବସ୍‌ ଓଲଟି ଜଣେ ମୃତ, ୫ ରୁ ଉର୍ଦ୍ଧ୍ୱ ଗୁରୁତର
  • ||

KBC 17 : ନୂଆ ସିଜନ ସହ ଆସୁଛନ୍ତି ଅମିତାଭ ବଚ୍ଚନ , ଏହି ଦିନରୁ ଆରମ୍ଭ ହେବ ରେଜିଷ୍ଟ୍ରେସନ

Published By : Prameya | April 4, 2025 5:54 PM

ମୁମ୍ୱାଇ : ବଲିଉଡ୍‌ର ଶେହେନସା କୁହାଯାଉ ଥିବା ପ୍ରସିଦ୍ଧ ଅଭିନେତା ଅମିତାଭ ବଚ୍ଚନ ଖୁବ୍‌ ଶୀଘ୍ର ‘କୌନ ବନେଗା କରୋଡପତି’ର ନୂଆ ସିଜନ ସହ ଟିଭିରେ ପ୍ରତ୍ୟାବର୍ତ୍ତନ କରୁଛନ୍ତି। ଶୋ’ କେବେ ଆରମ୍ଭ ହେବ ? ଏହି କଥାର ସୂଚନା ଏବେସୁଦ୍ଧା ସାମ୍ନାକୁ ତ ଆସି ନାହିଁ, କିନ୍ତୁ ରେଜିଷ୍ଟ୍ରେସନର ତାରିଖ ଆସି ଯାଇଛି। କେବିସିର ରେଜିଷ୍ଟ୍ରେସନ ଆଗାମୀ ସପ୍ତାହରେ ଆରମ୍ଭ ହେବ। 

ସୋନି ଟିଭି ନିଜର ସୋସିଆଲ ମିଡ଼ିଆରେ ଭିଡ଼ିଓ ଜାରି କରି ଲେଖିଛି, ପ୍ରସ୍ତୁତ ହୋଇ ଯାଆନ୍ତୁ ୧୪ ଅପ୍ରେଲରୁ ହଟ୍‌ ସିଟ୍‌କୁ ଆସିବା ପାଇଁ। କେବିସିର ରେଜିଷ୍ଟ୍ରେସନ ଓ ଆମର ଏବିଙ୍କ ପ୍ରଶ୍ନ ଆରମ୍ଭ ହେବାକୁ ଯାଉଛି। ଅର୍ଥ କେବେସି ୧୭ ପାଇଁ ରେଜିଷ୍ଟ୍ରେସନ ପ୍ରକ୍ରିୟା ୧୪ ଅପ୍ରେଲରୁ ଆରମ୍ଭ ହେବ। ଯଦି ଆପଣ କେବିସି-୧୭ ପାଇଁ ଆପ୍ଲାଇ କରିବାକୁ ଚାହାନ୍ତି ତ ଆପଣଙ୍କୁ ଅମିତାଭ ବଚ୍ଚନଙ୍କ ଦ୍ୱାରା ପଚରା ଯାଇଥିବା ପ୍ରଶ୍ନର ଜବାବ ଦେବାକୁ ହେବ। ଗତ ସିଜନ ପରି ,ଏହି ଥର ମଧ୍ୟ ଲୋକେ SonyLiv ଆପ୍‌ , SMS, IVR କଲ୍‌ର ମାଧ୍ୟମରେ ରେଜିଷ୍ଟ୍ରେସନ କରି ପାରିବେ।

ଉଲ୍ଲେଖନୀୟ ଯେ, ଏକ ସାକ୍ଷାତକାରରେ ଅମିତାଭ ବଚ୍ଚନ ତାଙ୍କର ଖରାପ ସମୟ ବିଷୟରେ କହିଥିଲେ। ଯେତେବେଳେ ତାଙ୍କୁ ପଚରାଯାଇ ଥିଲା ଯେ, ତାଙ୍କ ଘର ଜବତ କରାଯିବାର ଥିଲା। ଏହାର ପ୍ରଶ୍ନରେ ସେ କହିଥିଲେ ଆଜ୍ଞା ହଁ ଏହା ସତ୍ୟ ଥିଲା। ତାଙ୍କୁ ପ୍ରାୟ ୯୦କୋଟି ଟଙ୍କା ଦେବାକୁ ଥିଲା ଏବଂ ପ୍ରାୟ ୫୫ଟି ମାମଲା ରୁଜୁ ହୋଇଥିଲା। ପ୍ରତିଦିନ ଋଣଦାତାମାନେ ତାଙ୍କ ଘରକୁ ଆସୁଥିଲେ । ଏହା ତାଙ୍କ ପାଇଁ ଖୁବ୍‌ ଲଜ୍ଜାକର ଥିଲା।

ଯେଭଳି ତାଙ୍କର ଏବିସିଏଲ୍ କମ୍ପାନୀ ବନ୍ଦ ହୋଇଗଲା  ଏଥିରେ ତାଙ୍କ ଅଭିନୟ କ୍ୟାରିୟର ବି ବନ୍ଦ ହୋଇ ଯାଇ ଥିଲା । ଏହି ସାକ୍ଷାତକାରରେ ସେ ଏହି ବିଷୟରେ କହିଥିଲେ କି, ଏହି ଘଟଣା ଗୁଡ଼ିକ ସାମୂହିକ ଭାବେ ହୋଇ ଥିଲା। ସେ କହିଥିଲେ କି, ଯେତେବେଳେ ଗୋଟିଏ ବିଭାଗରେ କିଛି ଭୁଲ ହୁଏ, ସେତେବେଳେ ତୁମ ଚାରିପାଖରେ ଥିବା ଅନ୍ୟ ସବୁକିଛି ଭୁଶୁଡ଼ି ପଡ଼ିଥାଏ। 

ସବୁକିଛି ସହି ଅମିତାଭ ବଚ୍ଚନ ପୁଣି କମବ୍ୟାକ୍ କରିଥିଲେ। ‌ତାହା ଟେଲିଭିଜନ ହିଁ ଥିଲା। ଯାହା ତାଙ୍କୁ ଲାଇଫ୍ ଲାଇନ୍ ଦେଇଥିଲା । ସେ କୋନ ବନେଗା କରୋଡ଼ପତି ହୋଷ୍ଟ କରିବା ଲାଗି ପ୍ରସ୍ତୁତ ହୋଇଥିଲେ ଏବଂ ଏହି ଗୋଟିଏ ନିଷ୍ପତ୍ତି ତାଙ୍କୁ ସବୁ ଅସୁବିଧାରୁ ବାହାର କରି ଦେଇଥିଲା । ଶୋ’ର ଅପୂର୍ବ ସଫଳତା ତାଙ୍କୁ ପୁଣି ଥରେ ଷ୍ଟାରଡମ୍ ଦେଇଥିଲା । ପରେ ପରେ ସେ ପୁଣି ଥରେ ଭାରତୀୟ ସିନେମାର ସବୁଠାରୁ ଅଧିକ ଡିମାଣ୍ଡିଂ ଅଭିନେତା ହୋଇଗଲେ । ଆଜି ୮୨ବର୍ଷ ବୟସରେ ବି ଅମିତା ବଚ୍ଚନ କେବିସି ହୋଷ୍ଟ କରୁଛନ୍ତି ଏବଂ ଫିଲ୍ମରେ ବି ଆକ୍ଟିଭ ଅଛନ୍ତି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.