କେନ୍ଦ୍ରାପଡ଼ା ୧୨/୦୮: କେନ୍ଦ୍ରାପଡ଼ାରେ ଚାଞ୍ଚଲ୍ୟ। ପଟ୍ଟାମୁଣ୍ଡାଇରେ ଜଣେ ଛାତ୍ରୀ ଆତ୍ମାହୁତି ଘଟଣା ମନରୁ ନ ଲିଭୁଣ ସାମ୍ନାକୁ ଆସି ଆଉ ଏକ ସାଙ୍ଘାତିକ ଘଟଣା। ଝିଆରୀର ସର୍ବନାଶ କରିଦେଲା ପାପି ପିଉସା। ରାକ୍ଷୀ ପୂର୍ଣ୍ଣିମାରେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଟେକିନେଇ ଗଣଦୁଷ୍କର୍ମ ଅଭିଯୋଗ। ସମ୍ପର୍କୀୟ ପିଉସା ସମେତ ୫ ଅଟକ।
ସୂଚନାନୁଯାୟୀ, ରାଜନଗର ଅଞ୍ଚଳର ଜଣେ ଦଶମ ଶ୍ରେଣୀ ଛାତ୍ରୀଙ୍କୁ ଟେକିନେଇ ଗଣଦୁଷ୍କର୍ମ ଅଭିଯୋଗ ହୋଇଛି। ରାକ୍ଷୀ ପୂର୍ଣ୍ଣିମାରେ ଗଣଦୁଷ୍କର୍ମ ଘଟିଥିବା ଥାନାରେ ଏତଲା ଦିଆଯାଇଛି। ଗଣଦୁଷ୍କର୍ମ ଘଟଣାରେ ନାବାଳିକାଙ୍କ ପିଉସାଙ୍କ ସଂପୃକ୍ତି ଥିବା ଜଣାପଡ଼ିଛି। ସମ୍ପର୍କୀୟ ପିଉସାଙ୍କୁ ଖୁଦୁରୁକୁଣୀ ଓଷା ପାଇଁ ଠାକୁରଙ୍କ ମୂର୍ତ୍ତି କିଣି ଯିବା ପାଇଁ କହିଥିଲେ। ହେଲେ ପିଉସା ମୂର୍ତ୍ତି ବିକ୍ରି ହେଉଥିବା ସ୍ଥାନକୁ ନନେଇ ପଟ୍ଟାମୁଣ୍ଡାଇ ଗ୍ରାମାଞ୍ଚଳ ଥାନା ଅନ୍ତର୍ଗତ କୁନ୍ଦୁପୁରର ଏକ ନିର୍ଜନ ସ୍ଥାନକୁ ନେଇ ଦୁଷ୍କର୍ମ କରିଥିଲେ। ଏହାର ସୁଯୋଗ ନେଇ ଅନ୍ୟ ୪ ଜଣ ଯୁବକ ପହଞ୍ଚି ଡରାଇ ଧମକାଇ ନାବାଳିକାଙ୍କୁ ଦୁଷ୍କର୍ମ କରିଥିଲେ। ପରେ ପିଉସା ଅଧା ବାଟରେ ଛାଡି ଦେଇ ପଳାଇ ଯାଇଥିଲେ। ପୀଡ଼ିତା ରାଜନଗର ଥାନାରେ ଏନେଇ ଅଭିଯୋଗ କରିବା ପରେ ପୁଲିସ ଆକ୍ସନ ମୋଡ଼କୁ ଓହ୍ଲାଇଛି।
ପୁଲିସ ସମ୍ପର୍କୀୟ ପିଉସା ସମେତ ୫ ଜଣଙ୍କୁ ଅଟକ ରଖି ପଚରାପଚାର କରୁଛି। ଥାନାରେ ଅଟକ ଥିବା ୫ ଜଣଙ୍କ ମଧ୍ୟରୁ ୪ ଯୁବକ ପଟ୍ଟାମୁଣ୍ଡାଇ ଅଞ୍ଚଳର ବୋଲି ସୂଚନା ମିଳିଛ। ଏହି ସମ୍ଵେଦନଶୀଳ ଘଟଣା ପରେ ଗଭୀର ଉଦବେଗ ପ୍ରକାଶ ପାଇଛି। ଅଭିଯୁକ୍ତଙ୍କୁ କଠୋର ଦଣ୍ଡ ଦେବାକୁ ଦାବି ହୋଇଛି।