ନୂଆଦିଲ୍ଲୀ – ପଞ୍ଜାବର ଖଡୁର ସାହିବରୁ ସାଂସଦ , ଖଲିସ୍ତାନୀ ଅମୃତପାଲ ସିଂହ ନିଜ ଜାମିନ ଆବେଦନକୁ ନେଇ ମଙ୍ଗଳବାର ପଞ୍ଜାବ ଓ ହରିଆଣା ହାଇକୋର୍ଟ ସାମ୍ନାରେ ହାଜର ହୋଇ ଥିଲେ। ଏହାପରେ ୨୦୨୩ରେ ନ୍ୟାସନାଲ ସିକ୍ୟୁରିଟି ଆକ୍ଟ (ଏନଏସଏ) ଅନୁସାରେ ହେପାଜତକୁ ନିଆଯିବା ପରେ ଅମୃତପାଲ ସିଂହଙ୍କ ପ୍ରଥମ ସାର୍ବଜନିକ ଫଟୋ ସାମ୍ନାକୁ ଆସିଛି। ସେ ଭିଡ଼ିଓ କନଫରେନ୍ସିଂ ମାଧ୍ୟମରେ ହାଇକୋର୍ଟରେ ହାଜର ହୋଇ ଥିଲେ, ଯେଉଁଠି ସେ ନିଜର ଦଲିଲ ନିଜେ ଦେଇଥିଲେ। ଏହି ସମୟରେ ଅମୃତପାଲ ସିଂହ କହିଥିଲେ ଯେ, ସେ ଜେଲରେ ରହିବାରୁ ଖଡୁର ସାହିବର ବିକାଶରେ ବାଧା ଉପୁଜୁଛି।

ଏହାସହ ମଧ୍ୟ ପଢନ୍ତୁ : ମେସି ଇଭେଣ୍ଟରେ ମମତା ବାନାର୍ଜୀଙ୍କ ନିକଟତମ ମନ୍ତ୍ରୀ ଦେଲେ ଇସ୍ତଫା , ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ ଖେଳ ମନ୍ତ୍ରୀ

ଏହା ପୂର୍ବରୁ ଓକିଲଙ୍କ ବିକ୍ଷୋଭ ପ୍ରଦର୍ଶନ କାରଣରୁ ଅମୃତପାଲ ସିଂହ ନିଜ କେସ୍ ନିଜେ ଲଢିବାକୁ ନିଷ୍ପତ୍ତି ନେଇଥିଲେ। ସେ ପଞ୍ଜାବରେ ବନ୍ୟା , ଡ୍ରଗ୍ସର ସମସ୍ୟା ଓ ନିଜର ନିର୍ବାଚନ କ୍ଷେତ୍ରର ବିକାଶ ପାଇ MP LAD ଫଣ୍ଡ ଭଳି ମାମଲାକୁ ଉଠାଇବା ପାଇଁ ବର୍ତ୍ତମାନର ସଂସଦୀୟ ଅଧିବେଶନରେ ଯୋଗ ଦେବାକୁ ଅନୁମତି ମଧ୍ୟ ମାଗିଛନ୍ତି। ଆସାମର ଡିବ୍ରୁଗଡ଼ ସେଣ୍ଟ୍ରାଲ ଜେଲ୍ରେ ବନ୍ଦୀ ସାଂସଦ ଅମୃତପାଲ ସିଂହ ହାଇକୋର୍ଟଙ୍କୁ କହିଥିଲେ ଯେ, ତାଙ୍କର ସଂସଦୀୟ କ୍ଷେତ୍ରରେ ସବୁ କାମ ଠପ୍ ହୋଇ ଯାଇଛି।

ଆସାମର ଡିବ୍ରୁଗଡ଼ ସେଣଟ୍ରାଲ ଜେଲ୍ରେ ବନ୍ଦୀ ଥିବା ସାଂସଦ ଅମୃତପାଲ ସିଂହ ହାଇକୋର୍ଟଙ୍କୁ କହିଛନ୍ତି ଯେ,ତାଙ୍କର ସଂସଦୀୟ କ୍ଷେତ୍ରରେ ସାରା କାମ ଠପ୍ ହୋଇ ଯାଇଛି। ଚିଫ୍ ଜଷ୍ଟିସ୍ ଶୀଲ ନାଗୁ ଓ ଜଷ୍ଟିସ୍ ସଞ୍ଜିବ୍ ବେରୀଙ୍କ ପୀଠ ସାମ୍ନାରେ ଦଲିଲ୍ ଦେଇ ଅମୃତପାଲ କହିଛନ୍ତି ଯେ, ଏହି ମାମଲାକୁ ଉଠାଇବା ପାଇଁ ସର୍ତ୍ତମୂଳକ ଜାମିନ ମାଗି ଥିଲେ , କିନ୍ତୁ ତାଙ୍କୁ ଏବେସୁଦ୍ଧା ଜାମିନ ମିଳି ନାହିଁ। ସେ ପୀଠକୁ କହିଥିଲେ –ଭାରତର ଗଣତାନ୍ତ୍ରିକ ସିଷ୍ଟମରେ , ଜଣେ ନିର୍ବାଚିତ ପ୍ରତିନିଧିଙ୍କୁ ସଂସଦ ସାମ୍ନାରେ ପ୍ରସଙ୍ଗ ଉଠାଇବାର ଅଧିକାର ଅଛି। କିନ୍ତୁ ମୋ ଉପରେ ଲାଗିଥିବା ଅଭିଯୋଗକୁ ଆହୁରି ବଢାଇ ଦିଆଯାଇଛି। ଏହି ସବୁ ପ୍ରସଙ୍ଗକୁ ସଂସଦ ସାମ୍ନାରେ ଉଠାଇବାର ଆବଶ୍ୟକ ରହିଛି।

ଉଲ୍ଲେଖନୀୟ ଯେ, ଏହା ପୂର୍ବରୁ ଜାତୀୟ ସୁରକ୍ଷା ଆଇନ ଅନୁସାରେ ,ତାଙ୍କର ଅଟକକୁ ବୃଦ୍ଧି କରିବା ଆଦେଶକୁ ଚ୍ୟାଲେଞ୍ଜ କରି ଅମୃତ ପାଲ ସିଂହ ଗତ ଦିନରେ ପଞ୍ଜାବ-ହରିଆଣା ହାଇକୋର୍ଟରେ ନୂଆ ଆବେଦନ ଦାଖଲ କରିଥିଲେ। ଅମୃତପାଲ ସିଂହ କୋର୍ଟରେ ଯୁକ୍ତି ଦେଇଥିଲେ ଯେ, ହେପାଜତର ନୂଆ ଆଦେଶ ଅସାମ୍ୱିଧାନିକ ଏବଂ ତାଙ୍କର ମୌଳିକ ଅଧିକାରକୁ ଉଲ୍ଲଂଘନ କରୁଛି। ଅମୃତପାଲ ସିଂହ କହିଛନ୍ତି ଯେ, ପଞ୍ଜାବ ସରକାର ଏନଏସଏ ବିସ୍ତାର କରିବା ପାଇଁ ଯେଉଁ ମାମଲାର ଉଲ୍ଲେଖ କରିଛନ୍ତି , ଏଥିରେ ତାଙ୍କର ସିଧାସଳଖ ସଂପୃକ୍ତି ପ୍ରମାଣିତ କରେ ନାହିଁ ଏବଂ ସରକାରଙ୍କ ଡାସିୟରରେ କିଛି ଘଟଣା ଏମିତି ମଧ୍ୟ କୁହାଯାଇଛି , ଯାହା ସେତେବେଳେ ହୋଇଛି ଯେବେ ସେ ପୂର୍ବରୁ ଜେଲରେ ବନ୍ଦୀ ଥିଲେ, ଏଥିପାଇଁ ତାଙ୍କର ଭାଗିଦାରୀ ଅସମ୍ଭବ।

ଆବେଦନରେ ଆହୁରି କୁହାଯାଇଛି ଯେ, ପୁଲିସ ଯେଉଁ ସାକ୍ଷୀମାନଙ୍କ ବୟାନ ଉପରେ ଭରସା କରୁଛି, ତାଙ୍କର ବୟାନ ପରସ୍ପର ଭିତରେ ବିରୋଧାଭାସୀ ଏବଂ ଠୋସ୍ ପ୍ରମାଣର ଅଭାବ।