- କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ହୋଇଥିଲା ଲଙ୍କାକାଣ୍ଡ
- ମେସି ଇଭେଣ୍ଟ ବିବାଦରେ ପଶ୍ଚିମବଙ୍ଗର ଖେଳ ମନ୍ତ୍ରୀଙ୍କ ଇସ୍ତଫା
- ମନ୍ତ୍ରୀ ଏହି ବିଶୃଙ୍ଖଳା ପାଇଁ ଖୁବ୍ ସମାଲୋଚିତ ହୋଇଥିଲେ
- ଖେଳ ନ୍ତ୍ରୀ ଅରୁପ ବିଶ୍ୱାସ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲେଖିଲେ ଚିଠି
କୋଲକାତା – ପଶ୍ଚିମବଙ୍ଗର ଖେଳ ମନ୍ତ୍ରୀ ଅରୁପ ବିଶ୍ୱାସ ମେସି ଇଭେଣ୍ଟ ବିବାଦରେ ଦେଇଛନ୍ତି ଇସ୍ତଫା । କ୍ଷମତାସୀନ ତୃଣମୂଳ କଂଗ୍ରେସ ( ଟିଏମସି)ର ବରିଷ୍ଠ ନେତା କୁଣାଳ ଘୋଷଙ୍କ ମୁତାବିକ୍ ଖେଳ ମନ୍ତ୍ରୀ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଚିଠି ଲେଖି ତାଙ୍କୁ ଖେଳ ମନ୍ତ୍ରଣାଳୟର ଦାୟିତ୍ୱରୁ ମୁକ୍ତ କରିବାକୁ କରିଛନ୍ତି ଅନୁରୋଧ। ବିଶ୍ୱାସ ରାଜ୍ୟ ସରକାରଙ୍କ ଦ୍ୱାରା କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମର ଲିୟୋନେଲ୍ ମେସିଙ୍କ GOAT ଟୁର କାର୍ଯ୍ୟକ୍ରମ ବେଳେ ହୋଇଥିବା ଅରାଜକତା ଘଟଣାର ଯାଞ୍ଚ ଆଦେଶ ପରେ ଇସ୍ତଫା ଦେଇଛନ୍ତି। ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କୁ ଲେଖି ଥିବା ହସ୍ତଲେଖା ଚିଠିରେ ବିଶ୍ୱାସ କହିଛନ୍ତି ଯେ,ସେ ଘଟଣାର ସ୍ୱାଧୀନ ଓ ନିରପେକ୍ଷ ଯାଞ୍ଚ ସୁନିଶ୍ଚିତ କରିବା ପାଇଁ ପଦ ଛାଡ଼ୁଛନ୍ତି। ମନ୍ତ୍ରୀଙ୍କୁ ଏହି ଅରାଜକତା ପାଇଁ ଖୁବ୍ ସମାଲୋଚନାର ସାମ୍ନା କରିବାକୁ ପଡ଼ିଥିଲା।
ମମତାଙ୍କ ସବୁଠୁ ଭରସାଯୋଗ୍ୟ ସହଯୋଗୀଙ୍କ ମଧ୍ୟରୁ ଜଣେ ଏବଂ ପାର୍ଟିର ଜଣେ ପ୍ରଭାବଶାଳୀ ବ୍ୟକ୍ତି ବିଶ୍ୱାସଙ୍କ ଇସ୍ତଫାରେ ଏହି କଥା ସ୍ପଷ୍ଟ ଯେ, କ୍ଷମତାସୀନ ଟିଏମସି ଆସନ୍ତା ବର୍ଷ ହେବାକୁ ଥିବା ବିଧାନସଭା ନିର୍ବାଚନର କିଛି ମାସ ପୂର୍ବରୁ କୌଣସି ପ୍ରକାରର କିଛି ରିସ୍କ ନେବାକୁ ଚାହିଁ ନାହାନ୍ତି। କହି ରଖୁଛୁ କି , ଗତ ଦିନରେ କୋଲକାତାର ସଲ୍ଟ ଲେକ୍ ଷ୍ଟାଡିୟମରେ ଆର୍ଜେଣ୍ଟିନାର ପ୍ରସିଦ୍ଧ ଫୁଟବଲ ଖେଳାଳି ଲିୟୋନେଲ୍ ମେସିଙ୍କ ସହ ଜଡ଼ିତ ଏକ କାର୍ଯ୍ୟକ୍ରମ ବେଳେ ଖୁବ୍ ଭଙ୍ଗାରୁଜା ହୋଇ ଥିଲା ଏବଂ ହଙ୍ଗାମା ହୋଇଥିଲା। ଏହା ପରେ ଏହି ଘଟଣାର ଯାଞ୍ଚ ପାଇଁ ଚାରି ସଦସ୍ୟବିଶିଷ୍ଟ ବିଶେଷ ଯାଞ୍ଚ ଦଳ (ଏସଆଇଟି)ର ଗଠନ କରାଯାଇଛି।
ଏହାସହ ମଧ୍ୟ ପଢନ୍ତୁ : ମେସିଙ୍କ କାର୍ଯ୍ୟକ୍ରମର ଆୟୋଜକ ଗିରଫ , କୋଲକାତା ପୁଲିସ ଟିକେଟ୍ର ରିଫଣ୍ଡ ନେଇ ଦେଲେ ପ୍ରତିଶ୍ରୁତି
ପଶ୍ଚିମବଙ୍ଗର ମୁଖ୍ୟ ସଚିବ ମନୋଜ ପନ୍ତ ବରିଷ୍ଠ ଆଇପିଏସ୍ (ଭାରତୀୟ ପୁଲିସ ସେବା) ଅଧିକାରୀଙ୍କ ଚାରି ସଦସ୍ୟ ବିଶିଷ୍ଟ ଏସଆଇଟି ଗଠନ କରିଛନ୍ତି। ମୁଖ୍ୟ ସଚିବ କହିଛନ୍ତି ଯେ, ବର୍ତ୍ତବ୍ୟରେ ଅବହେଳା ପାଇଁ ଡିସିପି (ପୁଲିସ ଉପାୟୁକ୍ତ) ବିଧାନନଗର ଅନିଶ ସରକାରହ୍କୁ ନିଲମ୍ୱିତ କରିଦିଆ ଯାଇଛି ଏବଂ ବିଭାଗୀୟ କାର୍ଯ୍ୟବାହୀ ଆରମ୍ଭ କରିଦିଆ ଯାଇଛି। ସେ କହିଛନ୍ତି ଯେ, ବଙ୍ଗଳାର ଖେଳ ସଚିବ ରାଜେଶ କୁମାର ସିହ୍ନାକୁ କାରଣ ଦର୍ଶାଅ ନୋଟିସ୍ ଜାରି କରାଯାଇଛି ଏବଂ ସଲ୍ଟଲେକ୍ ଷ୍ଟାଡିୟମର ମୁଖ୍ୟ କାର୍ଯ୍ୟକାରୀ ଅଧିକାରୀ ଡି କେ ନନ୍ଦଙ୍କର ସେନା ପ୍ରତ୍ୟାହାର କରି ନିଆଯାଇଛି।
ଏହା ପୂର୍ବରୁ ଜଣେ ଅଧିକାରୀ କହିଥିଲେ ଯେ, ମାମଲର ଯାଞ୍ଚ କରୁଥିବା କମିଟି ଏହି ଘଟଣାର ଗହନ ଯାଞ୍ଚ ପାଇଁ ଏସଆଇଟି ଗଠନ କରାଯିବାକୁ ସୁପାରିଶ କରିଛି। ଅଧିକାରୀ କହିଛନ୍ତି ଯେ, ଅବସରପ୍ରାପ୍ତ ଜଷ୍ଟିସ୍ ଅସିମ୍ କୁମାର ରାୟଙ୍କ ଅଧ୍ୟକ୍ଷତାରେ କମିଟି ତିନି ଦିନ ଭିତରେ ସୋମବାର ନିଜର ପ୍ରାରମ୍ଭିକ ରିପୋର୍ଟ ପ୍ରଦାନ କରିଛି। କମିଟିର ଜଣେ ସଦସ୍ୟ ପ୍ରାରମ୍ଭିକ ନିଷ୍କର୍ଷ ଅନୁସାରେ , କହିଛନ୍ତି , ଏହି ଘଟଣାର ଗହନ ଓ ସ୍ୱତନ୍ତ୍ର ଯାଞ୍ଚ ହେବା ଉଚିତ୍।ଦାୟିତ୍ୱ ସ୍ଥିର କରିବା ଏବଂ ଅବହେଳା ବିଷୟରେ ଜାଣିବା ପାଇଁ ଆମେ ଏସଆଇଟିର ଗଠନ ନେଇ ସୁପାରିଶ କରିଛୁ।
ଏହାସହ ମଧ୍ୟ ପଢନ୍ତୁ : 'ଯଦି ଭାରତୀୟ ଖେଳାଳିଙ୍କ ପାଇଁ ଏତେ ଟଙ୍କା ଖର୍ଚ୍ଚ ହୋଇଥାନ୍ତା..', ମେସିଙ୍କ ଭାରତ ଗସ୍ତ ନେଇଏମିତି କଟାକ୍ଷ କଲେ ଅଲିମ୍ପିଆନ୍ ଅଭିନବ ବିନ୍ଦ୍ରା
ଉକ୍ତ କମିଟି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ ଗଠନ କରାଯାଇ ଥିଲା। କମିଟିର ଅଧ୍ୟକ୍ଷତା ବିଚାରପତି ରାୟ କରୁଛନ୍ତି ଏବଂ ଏଥିରେ ମୁଖ୍ୟ ସଚିବ ମନୋଜ ପନ୍ତ ତଥା ଗୃହ ସଚିବ ନନ୍ଦିନୀ ଚକ୍ରବର୍ତ୍ତୀ ସଦସ୍ୟ ଅଛନ୍ତି। ମେସିଙ୍କ କୋଲକାତା ଗସ୍ତରେ ୧୩ ଡିସେମ୍ୱରରେ ଷ୍ଟାଡିୟମରେ ଅବ୍ୟବସ୍ଥାର ସ୍ଥିତି ସୃଷ୍ଟି ହେବା ପରେ ଏହି କମିଟି ଗଠନ କରାଯାଇ ଥିଲା। ଅଧିକାରୀ କହିଛନ୍ତି ଯେ, ରିପୋର୍ଟରେ ମାନକ ସଞ୍ଚାଳନ ପ୍ରକ୍ରିୟା (ଏସଓପି) ର ଉଲ୍ଲଙ୍ଘନ , ବିଶେଷକରି ଷ୍ଟାଡିୟମ ଭିତରକୁ ପାଣି ବୋତଲ ନେଇ ଯିବା ସମ୍ୱନ୍ଧିତ ନିୟମକୁ ନେଇ ଗୁରୁତର ପ୍ରଶ୍ନ ଉଠାଯାଇଛି। କମିଟିର ସଦସ୍ୟ କହିଛନ୍ତି , ବର୍ତ୍ତମାନର ନିୟମ ଅନୁସାରେ ,ଦର୍ଶକଙ୍କୁ ଷ୍ଟାଡିୟମର ଭିତରେ ପାଣିର ବୋତଲ ନେଇଯିବାକୁ ଅନୁମତି ନାହିଁ। ପୁଣି ଷ୍ଟାଡିୟମ ଭିତରେ ପାଣି ବୋତଲ କେମିତି ଆସିଥିଲା ? ରିପୋର୍ଟ ସୋମବାର ରାତିରେ ପ୍ରଦାନ କରାଯାଇଛି।