ନୂଆଦିଲ୍ଲୀ,୦୧/୦୩; ଦୀର୍ଘ ଦିନର ଛକାପଞ୍ଝା ଏବଂ ଧମକ ଚମକ ପରେ ବିଶ୍ୱରେ ପୁଣି ଯୁଦ୍ଧର ସାଇରନ ବାଜିଛି । ଯୁଦ୍ଧର କଳାବାଦଲ ମଧ୍ୟପ୍ରାଚ୍ୟକୁ ପୁଣି ଅସ୍ଥିର କରିଛି । ମଧ୍ୟପ୍ରାଚ୍ୟରେ ଆରମ୍ଭ ହୋଇଛି ମହାଲଢ଼େଇ । ଆମେରିକା ଓ ଇସ୍ରାଏଲ ମିଳିତ ଭାବେ ଇରାନ ଉପରେ ଆକ୍ରମଣ କରିଛନ୍ତି । ରାଜଧାନୀ ତେହେରାନ ସମେତ ୧୦ଟି ସହର ଉପରେ ପ୍ରଚଣ୍ଡ ଆକ୍ରମଣ ହୋଇଛି । ଇରାନ ବି ଚୁପ୍ ବସିନାହିଁ । ଇରାନର ଜବାବୀ ହମ୍ଲାରେ ଇସ୍ରାଏଲ, ଦୁବାଇ ଉପରେ ୪୦୦ ମିସାଇଲ୍ ମାଡ ହୋଇଛି । ଇସ୍ରାଏଲ ଏବଂ ଆମେରିକାର ମିଳିତ ଆକ୍ରମଣରେ ଇରାନ ସୁପ୍ରିମ ନେତା ଖାମେନେଇଙ୍କ ମୃତ୍ୟ ହୋଇଛି । ଏହା ସହିତ ତାଙ୍କ ପରିବାରର ୪ ଜଣଙ୍କର ମୃତ୍ୟୁ ହୋଇଛି । ୩୦ଟି ବୋମା, ୩୦ ସେକେଣ୍ଡ ଆଉ ସବୁ କିଛି ଶେଷ । ଖାମେନେଇଙ୍କ ସମେତ ୩୦ ଟପ୍ ଲିଡରଙ୍କର ମୃତ୍ୟୁ ହୋଇଛି । ଏହି ଆକ୍ରମଣ ପରେ, ଇରାନ ପ୍ରତିଶୋଧ ନେବାକୁ ପ୍ରତିଶ୍ରୁତି ଦେଇଛି ।

ଇରାନ ଉପରେ ଆମେରିକା-ଇସ୍ରାଏଲର ମିଳିତ ଆକ୍ରମଣରେ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇ ଏବଂ ତାଙ୍କ ପରିବାରର ଅନେକ ସଦସ୍ୟଙ୍କ ମୃତ୍ୟୁ ହୋଇଛି । ରିପୋର୍ଟ ଅନୁଯାୟୀ, ପ୍ରାରମ୍ଭିକ ୩୦ ସେକେଣ୍ଡର ଆକ୍ରମଣରେ ୩ଟି ସହରକୁ ଟାର୍ଗେଟ କରାଯାଇଥିଲା, ଯେଉଁଥିରେ ୩୦ ଜଣ ପ୍ରମୁଖ ନେତାଙ୍କର ମୃତ୍ୟୁ ହୋଇଥିଲା । ସେମାନଙ୍କ ମଧ୍ୟରେ ପ୍ରମୁଖ ଶାସନ ନେତା ଏବଂ ସାମରିକ କମାଣ୍ଡରଙ୍କୁ ଟାର୍ଗେଟ କରାଯାଇଥିଲା । ୩୦ ସେକେଣ୍ଡ ମଧ୍ୟରେ ୩୦ଟି ସ୍ଥାନକୁ ଟାର୍ଗେଟ କରାଯାଇଥିଲା । ବୋମାଗୁଡ଼ିକର ଓଜନ ମାତ୍ର ୩୦ ଟନ୍ ଥିଲା ।

ଖାମେନେଇଙ୍କ କମ୍ପାଉଣ୍ଡରେ ୩୦ଟି ବୋମା ପଡ଼ିଥିଲା- ଆକ୍ରମଣରେ ଆମେରିକା ଏବଂ ଇସ୍ରାଏଲ ସର୍ବୋଚ୍ଚ ନେତା ଆୟାତୋଲ୍ଲା ଅଲି ଖାମେନେଇଙ୍କୁ ଟାର୍ଗେଟ କରିଥିଲେ । ଏହା ନିଜେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ନିଶ୍ଚିତ କରିଥିଲେ । ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଆମେରିକା ଏବଂ ଇସ୍ରାଏଲ ଖାମେନେଇ ରହୁଥିବା ସ୍ଥାନରେ ୩୦ ଟି ବୋମା ପକାଇଥିଲେ । ଏହି ବୋମାଗୁଡ଼ିକ ଦ୍ୱାରା ଖାମେନେଇଙ୍କୁ ଟାର୍ଗେଟ କରାଯାଇଥିଲା । ଆକ୍ରମଣ ସମୟରେ ଖାମେନେଇ ତାଙ୍କ ଅଫିସ୍‌ରେ କାମ କରୁଥିଲେ ।
​​​​​​​ଏହା ବି ପଢନ୍ତୁ...ପାହାଡ଼ ତଳେ ମିସାଇଲ୍ ଘାଟି: ସୁଡ଼ଙ୍ଗ ଭିତରେ ୧୦୦ ସାମରିକ ଡ୍ରୋନ୍, ଅସ୍ତ୍ରଶସ୍ତ୍ର ଦେଖି ଉପସାଗରୀୟ ଦେଶ ଛାନିଆ   

ଖାମେନେଇ ମୃତ୍ୟୁ ପୂର୍ବରୁ କାହାକୁ ଭେଟିଥିଲେ ? ଗଣମାଧ୍ୟମ ରିପୋର୍ଟରେ ଏହା ମଧ୍ୟ ଦାବି କରାଯାଇଛି ଯେ, ସର୍ବୋଚ୍ଚ ନେତା ତାଙ୍କର ପୂର୍ବ ନିର୍ଦ୍ଧାରିତ କାର୍ଯ୍ୟ କରୁଥିଲେ ।  ଆକ୍ରମଣ ଆରମ୍ଭ ହେବାର କିଛି ସମୟ ପୂର୍ବରୁ, ସେ ତାଙ୍କର ସହଯୋଗୀ ଅଲି ଶାମଖାନି ଏବଂ ସର୍ବୋଚ୍ଚ ଜାତୀୟ ସୁରକ୍ଷା ପରିଷଦର ସଚିବ ଅଲି ଲାରିଜାନିଙ୍କ ସହ ଏକ ସୁରକ୍ଷିତ ସ୍ଥାନରେ ସାକ୍ଷାତ କରିଥିଲେ । ଇସ୍ରାଏଲୀ ଗଣମାଧ୍ୟମ ଚ୍ୟାନେଲ ୧୨ ଅନୁଯାୟୀ, ଖାମେନେଇ ସେହି ସ୍ଥାନରେ ଅଣ୍ଡରଗ୍ରାଉଣ୍ଡ ଥିଲେ କିନ୍ତୁ ଦୁଇଟି ଗଭୀର ବଙ୍କର ମଧ୍ୟରୁ ଗୋଟିଏରେ ବି ନଥିଲେ, ଯାହାକୁ କେବଳ ଆମେରିକୀୟ ବୋମା ଭେଦ କରିପାରିବ ।

ଇସ୍ରାଏଲ ଖାମେନେଇଙ୍କ ଘର ଉପରେ ପ୍ରାୟ ୩୦ଟି ବୋମା ପକାଇଥିଲା । ବୋମାଗୁଡ଼ିକ ଏତେ ମାରାତ୍ମକ ଥିଲା ଯେ ସମ୍ପୂର୍ଣ୍ଣ ଘରଟି ଧ୍ୱଂସ ହୋଇଯାଇଥିଲା, ସବୁଠି ଭଗ୍ନାବଶେଷ ପଡ଼ିଥିଲା । ଆକ୍ରମଣରେ ଖାମେନେଇଙ୍କ ଝିଅ, ନାତି, ଜ୍ୱାଇଁ ଏବଂ ବୋହୂ ମଧ୍ୟ ପ୍ରାଣ ହରାଇଛନ୍ତି ।