ନୂଆଦିଲ୍ଲୀ : ଆମେରିକା ଓ ଇସ୍ରାଏଲ ଗତ ୨୮ ଫେବ୍ରୁଆରୀରେ ଇରାନ ଉପରେ ବର୍ତ୍ତମାନ ସୁଦ୍ଧା ସବୁଠୁ ବଡ଼ ଆକ୍ରମଣ କରିଥିଲେ, ଯେଉଁଥିରେ ଇରାନର ସର୍ବୋଚ୍ଚ ନେତା ଅୟାତୁଲ୍ଲା ଅଲୀ ଖାମେନିଙ୍କ ମୃତ୍ୟୁ ହୋଇ ଥିଲା। ଏହି ଅପରେସନରେ ଇରାନର ଅନେକ ବରିଷ୍ଠ ନେତା ଓ ରଣନୀତିକ ଠିକଣାକୁ ଟାର୍ଗେଟ୍ କରାଯାଇ ଥିଲା। ଏବେ ଏହି ଆକ୍ରମଣକୁ ନେଇ ଅନେକ ପ୍ରମୁଖ ଖୁଲାସା ହୋଇଛି। ଅନେକ ରିପୋର୍ଟ ମୁତାବିକ , ଏହି ଆକ୍ରମଣରେ ଇସ୍ରାଏଲ ସବୁଠୁ ବିପଜ୍ଜନକ ଭାବେ ଜଣାଶୁଣା ‘ବ୍ଲୁ ସ୍ପାରୋ ମିସାଇଲ’ର ବ୍ୟବହାର କରି ଥିଲା।

ରିପୋର୍ଟ ମୁତାବିକ, ଏହି ମିସାଇଲ ପ୍ରଥମେ ପୃଥିବୀର ବାୟୁମଣ୍ଡଳର ନିକଟତର ହୁଏ ଏବଂ ଏହାପରେ ଖୁବ୍ ଦ୍ରୁତ ଗତିରେ ନିଜର ଲକ୍ଷ୍ୟ ସ୍ଥଳକୁ ଫେରିଥାଏ। ଏଥିରେ ଏହାକୁ ରୋକିବା ଖୁବ୍ ମୁସ୍କିଲ ହୋଇଥାଏ। ଏହି କାରଣରୁ ଏହାକୁ ‘ମିସାଇଲ ଫ୍ରମ୍ ସ୍ପେସ୍’ର ନାମ ମଧ୍ୟ ଦିଆ ଯାଇଛି। ଅଭିଯୋଗ ଆଧାରରେ ଇରାନ ଏହି ମିସାଇଲ ସେତେବେଳେ ମାଡ଼ କରିଥିଲା ,ଯେବେ ତେହରାନରେ ସେନା ନେତୃତ୍ୱଙ୍କର ଏକ ପ୍ରମୁଖ ବୈଠକ ଚାଲିଥିଲା।

‘ବ୍ଲୁ ସ୍ପାରୋ ମିସାଇଲ’ କଣ ?

‘ବ୍ଲୁ ସ୍ପାରୋ ମିସାଇଲ’କୁ ଇସ୍ରାଏଲ ହିଁ ପ୍ରସ୍ତୁତ କରିଛି। ଏହା ଏକ ଆଡଭାନ୍ସ ଏୟାର ଲଞ୍ଚଡ୍ ବାଲିଷ୍ଟିକ୍ ମିସାଇଲ। ଦ ଟେଲିଗ୍ରାଫର ଏକ ରିପୋର୍ଟ ଅନୁସାରେ , ଏହି ମିସାଇଲର ଆକ୍ରମଣାତ୍ମକ ଦୂରତ୍ୱ ପ୍ରାୟ ୧,୨୪୦ ମାଇଲ ଅର୍ଥାତ୍ ପ୍ରାୟ ୨,୦୦୦ କିଲୋମିଟର। ମିସାଇଲର ଲମ୍ୱ ପ୍ରାୟ ୬.୫ ମିଟର ଏହଂ ଏହାର ଓଜନ ପ୍ରାୟ ୧.୯ ଟନର ପାଖାପାଖି।

ଆହୁରି ମଧ୍ୟ ପଢନ୍ତୁ : ତାଣ୍ଡବ ରଚୁଛି ଇରାନର କ୍ଲଷ୍ଟର୍‌ ବମ୍‌ ମିସାଇଲ, ଛାନିଆ ଇସ୍ରାଏଲ- ଆମେରିକା

ଇସ୍ରାଏଲ ତେହରାନରେ ଯେଉଁ ସଠିକତାରେ ଆକ୍ରମଣ କରିଥିଲା , ଏଥିରେ ଏହା ସ୍ପଷ୍ଟ ଯେ , ଏହା ଏକ ଖୁବ୍ ସମନ୍ୱିତ ଅପରେସନ ଥିଲା ,ଯେଉଁଥିରେ ଗୁଇନ୍ଦା ସୂଚନା , ଅନୁଧ୍ୟାନ ଓ ସଠିକ୍ ଅସ୍ତ୍ରଶସ୍ତ୍ରର ବ୍ୟବହାର କରାଯାଇ ଥିଲା। ରିପୋର୍ଟ ଅନୁସାରେ ୨୮ ଫେବ୍ରୁଆରୀ ସକାଳ ସମୟ ପ୍ରାୟ ସାଢେ ୭ଟାରେ ଇସ୍ରାଏଲୀୟ F-15 ଯୁଦ୍ଧ ବିମାନ ଓ ଅନ୍ୟ ବିମାନ ମିଶନରେ ପଠାଯାଇ ଥିଲା। ଏହାର ପ୍ରାୟ ଦୁଇ ଘଣ୍ଟା ପରେ ଏହି ସବୁ ବିମାନ ଖାମେନିଙ୍କ ସହ ଜଡ଼ିତ ପରିସର ଉପରେ ପ୍ରାୟ ୩୦ଟି ମିସାଇଲ ମାଡ଼ କରିଥିଲା, ଯେଉଁଥିରେ ବ୍ଲୁ ସ୍ପାରୋ ସିଷ୍ଟମ ମଧ୍ୟ ସାମିଲ ଥିଲା। ଏହି ସମୟରେ ପରିସରରେ ଇରାନର ଅନେକ ବରିଷ୍ଠ ରାଜନୀତିକ ଓ ସେନା ଅଧିକାରୀ ଉପସ୍ଥିତ ଥିଲେ। ଆକ୍ରମଣରେ ଖାମେନିଙ୍କ ମୃତ୍ୟୁ ହୋଇଥିଲା।