ପାଟଣା,୦୫/୦୬: ଖାନ୍ ସାରଙ୍କ ପାଇଁ ବଢ଼ିଲା ମୁସ୍କିଲ୍ । ବନ୍ଧା ହେଲେ ଖାନ୍ ଗ୍ଲୋବାଲ ଏକାଡେମୀର ଅଧ୍ୟକ୍ଷ ଫଇଜୈଲ୍ ଖାନ୍ । ଖାନ୍ ଗ୍ଲୋବାଲ୍ ଏକାଡେମୀ ସାମ୍ନାରେ ହୋଇଥିବା ଫାୟାରିଂ ମାମଲାରେ ବିହାରର ପଟଣା ପୁଲିସ ତାଙ୍କ ନାଁରେ ଏଫଆଇଆର୍ ରୁଜୁ କରିଛି । ଏହା ଖାନ୍ ସାରଙ୍କ ନିଜସ୍ବ ସୁରକ୍ଷାକର୍ମୀଙ୍କୁ ପୁଲିସ ହେପାଜତକୁ ନେଇଛି ।  ପୁଲିସ ସୂଚନା ଅନୁଯାୟୀ, ଗିରଫ ହୋଇଥିବା ଦୁଇ ସୁରକ୍ଷାକର୍ମୀଙ୍କୁ ପଚରାଉଚରା ବେଳେ ଚାଞ୍ଚଲ୍ୟକର ତଥ୍ୟ ସାମ୍ନାକୁ ଆସିଛି । ଖାନ୍ ସାରଙ୍କ ଅନୁମାତିରେ ଦୁଇ ସୁରକ୍ଷାକର୍ମୀ ଭିଡ଼ ଭିତରକୁ ଗୁଳି ଚଳାଇଥିଲେ । ସୋସିଆଲ୍ ମିଡିଆରେ ଫାୟାରିଂ ସମୟରେ ଭିଡିଓ ଭାଇରାଲ୍ ହେବା ପରେ ପୁଲିସ ଖାନ ସାରଙ୍କୁ ତଦନ୍ତ ପରିସରଭୂକ୍ତ କରି ତାଙ୍କ ନାଁରେ ଏକ ମାମଲା ରୁଜୁ କରିଛି । ଭାଇରାଲ୍ ଭିଡିଓରେ କିଛି ଯୁବକ ହାତରେ ରାଇଫଲ୍ ଧରି ଫାୟାରିଂ କରୁଥିବାରୁ ଚିତ୍ର ଦେଖିବାକୁ ମିଳିଛି ।

ପାଟଣାର କୁମଦକୁଆଁ ଥାନା ଅଧିକାରୀ ଅନିଲ୍ କୁମାର ଲିଖିତ ବୟାନ ଦେବା ପରେ ଖାନ୍ ଶାରଙ୍କ ନାଁରେ ମାମଲା ରୁଜୁ କରିଛି ।  ଏଫଆଇଆରରେ  ଖାନ୍ ସାର୍ ଓରଫ ଫୈଜଲ ଖାନ୍, ତାଙ୍କର ଦୁଇ ସୁରକ୍ଷାକର୍ମୀ ଏବଂ ଜଣେ ଅଜ୍ଞାତ ସହକର୍ମୀଙ୍କ ନାଁ ରହିଛି । ଏହି ମାମଲା ଭାରତୀୟ ନ୍ୟାୟ ସଂହିତା  ଧାରା-୧୦୯ ତଥା ଆର୍ମସ ଆକ୍ଟ ଲାଗିଛି । ପୁଲିସ ଅନୁଯାୟୀ, ୨୦୨୬ ଜୁନ ୪ ତାରିଖରେ ସୋସିଆଲ୍ ମିଡିଆରେ ଭାଇରାଲ୍ ହେଉଥିବା ଭିଡିଓ ଏବଂ କିଛି ଫଟୋର ଯାଞ୍ଚ ପାଇଁ  ଜଣେ ପୁଲିସ ଅଧିକାରୀ ପାଟଣାର ଖାନ ସାର୍ ଗ୍ଲୋବାଲ୍ ଏକାଡେମୀରେ ପହଞ୍ଚି ସେଠାରେ କର୍ମଚାରୀଙ୍କୁ ପଚରାଉଚରା କରିଥିଲେ । ତେବେ ଭିଡିଓ ଦେଖିବାକୁ ମିଳିଥିଲା ଦୁଇ ସୁରକ୍ଷାକର୍ମୀ ଖାନ୍ ସାରଙ୍କ ବ୍ୟକ୍ତିଗତ ବଡିଗାର୍ଡ ବୋଲି କହିଥିଲେ । ସେଦିନ ସେମାନେ ଭିଡ଼ ସମୟରେ ରାଇଫଲ୍ କରି ତିନିରୁ ଚାରି ରାଉଣ୍ଡ ଗୁଳି ଫୁଟାଇଥିଲେ । ଦୁଇ ସୁରକ୍ଷାକର୍ମୀ ଦୁଇ ଦୁଇ ରାଉଣ୍ଡ ଗୁଳି କରିଥିବା କହିଛନ୍ତି ସ୍ଥାନୀୟ ଲୋକ । ଏବାବଦରେ ଖାନ ସାର୍ କହିଛନ୍ତି, ତାଙ୍କ ବ୍ୟକ୍ତିଗତ ସୁରକ୍ଷାକର୍ମୀଙ୍କ ପାଖରେ ଲାଇସେନ୍ସ ପ୍ରାପ୍ତ ରାଇଫଲ୍ ରହିଛି । ସେମାନଙ୍କୁ ନୋଏଡାର ଏକ ସୁରକ୍ଷା ଏଜେନ୍ସି ଦ୍ବାରା ନିଯୁକ୍ତି କରାଯାଇଛି । ସୂଚନା ଅନୁଯାୟୀ, ଖାନ୍ ସାର୍ ନୋଏଡାର ସେହି ସୁରକ୍ଷା ଏଜେନ୍ସିରୁ ମୋଟ୍ ୧୭ଜଣ ଗାର୍ଡଙ୍କୁ ନିଯୁକ୍ତ କରିଛନ୍ତି ।

ସୂଚନା ଅନୁଯାୟୀ, ୨ ଜୁନ୍ ୨୦୨୬ ରାତି ପ୍ରାୟ ସାଢେ ୧୦ଟାରେ କିଛି ଲୋକ ଖାନ ଗ୍ଲୋବାଲ ଏକାଡେମୀ ବାହାରେ ପହଞ୍ଚି ହୋହଲ୍ଲା କରିଥିଲେ । ଗେଟ୍‌ରେ ନିୟୋଜିତ ଥିବା ସୁରକ୍ଷାକର୍ମୀଙ୍କୁ ମାଡ଼ ଆହତ କରିଥିଲେ ।ଏଥିସହ ଗେଟ୍‌ରେ ଲାଗିଥିବା ବ୍ୟାନରକୁ ଚିରି ହଙ୍ଗାମା କରିଥିଲା। ଏହି ସମୟରେ ଖାନ୍ ସାର୍ ଏକାଡେମୀ ଭିତରୁ ବାହାରି ଭିଡ଼ ଲାଗିଥିବା ସ୍ଥାନରେ ପହଞ୍ଚିଥିଲେ ଏବଂ ନିଜ ସୁରକ୍ଷାକର୍ମୀଙ୍କୁ ଗୁଳି ଚଳାଇବା ପାଇଁ ନିର୍ଦ୍ଦେଶ ଦେଇଥିଲେ ବୋଲି ପଚରାଉଚରା ବେଳେ ଦୁଇ ସୁରକ୍ଷାକର୍ମୀ କହିଛନ୍ତି । ଗିରଫ ହୋଇଥିବା ଦୁଇ ବ୍ୟକ୍ତିଗତ ସୁରକ୍ଷାକର୍ମୀ ହେଲେ ପ୍ରଦୀପ କୁମାର ଓ ତାଲେବାର ସିଂହ । ଉଭୟ କାସଗଞ୍ଜ ଜିଲ୍ଲାର ବାସିନ୍ଦା ।...

ଅଧିକ ପଢନ୍ତୁ- Kolkata Politics: ପୁଣି ମମତାଙ୍କୁ ଝଟକା, ଇସ୍ତଫା ଦେଲେ କୋଲକାତାର ଟିଏମସି ମେୟର