ପ୍ରମୂଖ ଖବର
  • ରବିବାର ଖୋଲିବ ହୀରାକୁଦ ଜଳଭଣ୍ଡାର ଗେଟ୍, ନିଷ୍କାସିତ ହେବ ପ୍ରଥମ ବନ୍ୟା ଜଳ, ୧୨ ଜିଲ୍ଲାକୁ କରାଗଲା ସତର୍କ
  • ||
  • ମହଣ ମହଣ ସୁନାରେ ଝଟକିବେ ଦାରୁବ୍ରହ୍ମ, ରଥାରୂଢ଼ ଶ୍ରୀଜିଉଙ୍କ ରାଜରାଜେଶ୍ୱର ବେଶ ଦର୍ଶନ କରିବେ ଶ୍ରଦ୍ଧାଳୁ
  • ||
  • ଆମେରିକା ଟେକ୍ସାସରେ ଭୟଙ୍କର ବନ୍ୟା ସ୍ଥିତି, ୪୩ ମୃତ ୨୩ ନିଖୋଜ
  • ||
  • ଟ୍ରମ୍ପଙ୍କୁ ସିଧା ଟକ୍କର ଦେବେ ଏଲନ ମସ୍କ; ନୂଆ ଦଳର କଲେ ଘୋଷଣା
  • ||
  • ଲଘୁଚାପ ରୂପ ନେଇପାରେ ଘୂର୍ଣ୍ଣିବଳୟ: ଆସନ୍ତା ୩ ଦିନ ପ୍ରବଳ ବର୍ଷା ସମ୍ଭାବନା, ୮ରୁ ଉପକୂଳରେ କମିବ
  • ||

୬ରୁ ଯାତ୍ରା ମହାକୁମ୍ଭ, ଅଶ୍ଳୀଳ ନୃତ୍ୟକୁ ନା

Published By : Rasmita Pradhan | January 15, 2025 11:53 AM

ଭୁବନେଶ୍ଵର, ୧୫/୦୧ : ଏଥର ଖଣ୍ଡଗିରି ମେଳାରେ ଦୁଇଟି ପର୍ଯ୍ୟାୟରେ ୬ଟି ପେଣ୍ଡାଲରେ ୧୨ଟି ଅପେରା ପାର୍ଟି ଯାତ୍ରା ପରିବେଷଣ କରିବେ । ଏଥର ଖଣ୍ଡଗିରି ଯାତ୍ରା ମହାକୁମ୍ଭରେ ସ୍ୱଚ୍ଛତା ଓ ସୁରକ୍ଷାକୁ ଅଧିକ ଗୁରୁତ୍ୱ ଦିଆଯିବ । ଯାତ୍ରାରେ ଅଶ୍ଳୀଳ ନୃତ୍ୟକୁ ସଂପୂର୍ଣ୍ଣ ରୂପେ ବ୍ୟାନ୍‌ କରାଯିବା ପାଇଁ ଯାତ୍ରା କମିଟି ଓ ପୁଲିସ ପ୍ରଶାସନ ପକ୍ଷରୁ ନିଷ୍ପତ୍ତି ହୋଇଛି । ଯାତ୍ରା ସହ ଯୋଡ଼ି ହୋଇଯାଇଥିବା ଅଶ୍ଳୀଳ ନୃତ୍ୟକୁ ନେଇ ସାରା ଓଡ଼ିଶାରେ ଚର୍ଚ୍ଚା ହେଉଥିବା ବେଳେ ଖଣ୍ଡଗିରିର ପବିତ୍ର ଭୂମିରେ ଏଥର କୌଣସି ଅଶ୍ଳୀଳତାକୁ ପ୍ରଶ୍ରୟ ଦିଆଯିବ ନାହିଁ ବୋଲି ନିଷ୍ପତ୍ତି ହୋଇଛି । ଆଇଟମ୍‌ ନୃତ୍ୟ ପରିବେଷଣ ଉପରେ ସଂପୂର୍ଣ୍ଣ ରୋକ ଲାଗିବ ବୋଲି ଯାତ୍ରା କମିଟି ଗୁଡ଼ିକ ପକ୍ଷରୁ ନିଷ୍ପତ୍ତି ହୋଇଥିବା ଜଣାପଡ଼ିଛି । 

ଅଧିକ ପଢନ୍ତୁ-ଫେବ୍ରୁଆରୀ ୪ରୁ ଖଣ୍ଡଗିରି କୁମ୍ଭମେଳା, ଆଜି ଜରୁରି ବୈଠକ

ତେବେ କିଛି କମିଟି କର୍ମକର୍ତ୍ତା ଏହି ନିଷ୍ପତ୍ତିକୁ ବିରୋଧ କରୁଥିବା ଜଣାପଡ଼ିଛି । ସେମାନଙ୍କ କହିବା ଅନୁଯାୟୀ, ପ୍ରଶାସନ ଅନ୍ୟ କମିଟି ଗୁଡ଼ିକୁ ୫/୬ ହଜାର ସିଟ୍‌ ପକାଇବା ପାଇଁ ଅନୁମତି ଦେଉଥିବା ବେଳେ ଆମର ସ୍ଥାନ ଅଭାବରୁ ଆମକୁ ୩ ହଜାର ସିଟ୍‌ ପକାଇବାକୁ ଅନୁମତି ଦିଆଯାଉଛି । ଆମର ଦର୍ଶକଙ୍କ ସଂଖ୍ୟା କମ୍‌ ରହୁଥିବାରୁ ଆମେ ଅଧିକ କ୍ଷତି ସହୁଛୁ । ତେଣୁ ଆମେ ମଞ୍ଚରେ ଅଶ୍ଳୀଳ ନୃତ୍ୟକୁ ବାଧ୍ୟ ହୋଇ ପ୍ରଶୟ ଦେଉଛୁ । ତେଣୁ ପ୍ରଶାସନ ସମସ୍ତଙ୍କୁ ସମାନ ସିଟ୍‌ ପକାଇବା ପାଇଁ ଅନୁମତି ଦେବା ଦରକାର ବୋଲି ସେମାନେ ଦାବି କରିଛନ୍ତି ।

ମେଳା ଆଗ୍ରହ କମୁଛି, ଯାତ୍ରା ନାଟ ତାମସା ବଢ଼ୁଛି

ଏହି ପ୍ରସିଦ୍ଧ ମେଳାରେ ଖଣ୍ଡଗିରି ନିକଟସ୍ଥ ଜାଗମରା, ଗଣ୍ଡମୁଣ୍ଡା, ଆଇଗିଣିଆ, ଡୁମୁଡୁମା, ବରମୁଣ୍ଡା, ଘାଟିକିଆ ଓ ଭରତପୁର ଆଦି ଗ୍ରାମ ଓତୋପ୍ରୋତଃ ଭାବେ ଜଡ଼ିତ । ଧାନ ଅମଳ ସମୟ ହୋଇଥିବାରୁ ଏହିମେଳା ଚାଷୀମାନଙ୍କ ପାଇଁ ପ୍ରକୃଷ୍ଟ ସମୟ ବୋଲି ବିବେଚନା କରାଯାଏ । ରାଜ୍ୟର ବିଭିନ୍ନ ଅଞ୍ଚଳରୁ କଂସାବାସନ, କାଠ ସାମଗ୍ରୀ, ମାଟି ଦ୍ରବ୍ୟ, ବାଉଁଶ ତିଆରି ଜିନିଷ ଓ ବିଭିନ୍ନ ଅଞ୍ଚଳର କାରିଗରି ଜିନିଷର ହାଟ ବସେ । ମିନା ବଜାର ଠାରୁ ଆରମ୍ଭକରି ସର୍କସ୍‌ ପାର୍ଟି, ମନୋହରି ଦୋକାନ, ରାଜ୍ୟର ବିଭିନ୍ନ ଅଞ୍ଚଳର ପ୍ରସିଦ୍ଧ ଖାଦ୍ୟଦ୍ରବ୍ୟର ମଧ୍ୟ ଦୋକାନ ବସେ । ପୂର୍ବରୁ ଗାଁ ଗଣ୍ଡାର ଲୋକମାନେ ତାଟ ଶଗଡ଼ରେ ଆସି ମୁଣ୍ଡିଆରେ ଭୋଜିଭାତ କରିବା ସହିତ ଘରକରଣା ଜିନିଷ କିଣୁଥିଲେ । ତେବେ ପୂର୍ବଭଳି ତାଟ ଶଗଡ଼ ଆଉ ଦେଖିବାକୁ ମିଳୁନାହିଁ । ଆଗ ଅପେକ୍ଷା ମେଳା ପ୍ରତି ଲୋକଙ୍କ ଆଗ୍ରହ କମି ଯାଉଥିବା ବେଳେ ଯାତ୍ରା ଓ ନାଟତାମସା ପ୍ରତି ଆଗ୍ରହ ବଢ଼ୁଥିବା ଲକ୍ଷ୍ୟ କରାଯାଉଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.