ଖପ୍ରାଖୋଲ, ୧୪/୧୦: ପରିବାର ପ୍ରତିପୋଷଣ ପାଇଁ କାମ ସନ୍ଧାନରେ ଯାଇଥିଲେ ବାହାର ରାଜ୍ୟକୁ। ଚାଲିଗଲା ଯୁବକଙ୍କ ଜୀବନ। ଖପ୍ରାଖୋଲ ବ୍ଲକ୍ ଲାଠୋର ଥାନା ପିଙ୍ଗକମୁଣ୍ଡା ଗାଁର ଇଶ୍ଵର ରାଏଙ୍କ ମୃତ୍ୟୁ ହୋଇଛି। ଗାଁ ଅଭିମୁଖେ ତାଙ୍କର ମୃତଦେହ ଫେରୁଥିବା ଜଣାପଡ଼ିଛି।
ସୂଚନାନୁଯାୟୀ, ପିଙ୍ଗକମୁଣ୍ଡା ଗ୍ରାମର ଇଶ୍ଵର ରାଏ ଗୁଜରାଟ ଗାନ୍ଧିନଗର ଏକ କମ୍ପାନୀରେ ଏକ ମାସରୁ ଉର୍ଦ୍ଧ୍ଵ ହେବ କାମ କରୁଥିଲେ। ସେଠାରେ କୌଣସି କାରଣରୁ ତାଙ୍କର ମୃତ୍ୟୁ ଘଟିଛି । ଇଶ୍ଵରଙ୍କ ମୃତଦେହ ଏବେ ଗାଁ ଅଭିମୁଖେ ଫେରୁଛି । ରୋଜଗାରକ୍ଷମ ପୁଅକୁ ହରାଇ ଇଶ୍ଵରଙ୍କ ପରିବାର ଭାଙ୍ଗି ପଡ଼ିଛନ୍ତି। କାନ୍ଦ ବୋବାଳିରେ ଘର ଫାଟି ପଡୁଛି। ପ୍ରଶାସନ ଏଥିପ୍ରତି ଧ୍ୟାନ ଦେଇ ଆବଶ୍ୟକ ସହଯୋଗ କରିବା ପାଇଁ ଦାବି ହେଉଛି ।