ପ୍ରମୂଖ ଖବର
  • ରାୟଗଡ଼ା : ଟ୍ରେଲର ଧକ୍କାରେ ମହିଳା କନେଷ୍ଟବଳଙ୍କ ମୃତ୍ୟୁ, ୨ ଗୁରୁତର
  • ||
  • 'ରାଜ୍ୟରେ ଏବେ ବନ୍ୟା ପରିସ୍ଥିତି ନାହିଁ, ବିପଦ ସଙ୍କେତ ତଳେ ଜଳସ୍ତର': ଜଳ ସମ୍ପଦ ବିଭାଗ ସର୍ବୋଚ୍ଚ ଯନ୍ତ୍ରୀ
  • ||
  • ବୌଦ୍ଧ : ଭାରସାମ୍ୟ ହରାଇ ଓଲଟିଲା ସିମେଣ୍ଟ ବୋଝେଇ ଟ୍ରକ୍‌, ଡ୍ରାଇଭର ଆହତ
  • ||
  • ବାହୁଡ଼ା ଯାତ୍ରା ପାଇଁ ଜନସମୁଦ୍ର ବଡ଼ଦାଣ୍ଡ, ଘଣ୍ଟଘଣ୍ଟା ନାଦରେ ପ୍ରକମ୍ପିତ ଶ୍ରୀକ୍ଷେତ୍ର
  • ||
  • ଜନ୍ମବେଦୀରୁ ବାହୁଡ଼ିବେ ଦାରୁବ୍ରହ୍ମ, ଶରଧାବାଲିରେ ରଥାରୂଢ ଚତୁର୍ଦ୍ଧାମୂର୍ତ୍ତି
  • ||
  • ବୌଦ୍ଧ : ରେଳ ଧାରଣାରେ ଶୋଇ ରିଲ୍ସ ବନାଇଲେ ନାବାଳକ, ସୋସିଆଲ ମିଡିଆରେ ଭିଡିଓ ଭାଇରାଲ
  • ||
  • ନୌସେନାରେ ପ୍ରଥମ ମହିଳା ଫାଇଟର ପାଇଲଟ ହେଲେ ଆସ୍ଥା ପୁନିଆ, ମିଳିଲା ୱିଙ୍ଗ୍ ଅଫ୍‌ ଗୋଲ୍ଡ
  • ||
  • ବାହୁଡ଼ିବେ ଦାରୁଦିଅଁ, ସୁରକ୍ଷା ବଳୟରେ ଶ୍ରୀକ୍ଷେତ୍ର: ପହଣ୍ଡିରେ ୨, ରଥ ସୁରକ୍ଷାରେ ୬ ଆଇପିଏସ୍‌କୁ ଦାୟିତ୍ୱ
  • ||
  • ଆହୁରି ୩ ଦିନ ଭିଜିବ ଓଡ଼ିଶା, ବାହୁଡ଼ାରେ ବର୍ଷା ସମ୍ଭାବନା; ୬ ଜିଲ୍ଲାକୁ ଆଲର୍ଟ
  • ||

ଅଲିମ୍ପିକ୍ସରେ ସାମିଲ ହୋଇପାରେ ଖୋ ଖୋ, କେନ୍ଦ୍ର କ୍ରୀଡାମନ୍ତ୍ରୀଙ୍କ ସୂଚନା

Published By : Ankita S | January 23, 2025 10:47 AM

ନୂଆଦିଲ୍ଲୀ,୨୩/୧: ସଦ୍ୟ ସମାପ୍ତ ଖୋ ଖୋ ବିଶ୍ବକପରେ ଉଭୟ ଭାରତୀୟ ପୁରୁଷ ଓ ମହିଳା ଦଳ ଚାମ୍ପିଅନ ହୋଇ ଦେଶ ପାଇଁ ଗର୍ବ ଓ ଗୌରବ ଆଣିଛନ୍ତି । ଏହା ପରେ ପୁରାତନ ଖେଳ ଖୋ ଖୋକୁ ନେଇ  ଏକ ସଫଳ ସୁନ୍ଦର ଭବିଷ୍ୟତ ଦେଖା ଦେଇଛି । ଏହି ପରିପ୍ରେକ୍ଷୀରେ ଯଦି ଭାରତକୁ ୨୦୩୬ ଅଲିମ୍ପିକ୍ସ ଆୟୋଜନ କରିବାରୁ ଅଧିକାର ଭାରତକୁ ମିଳେ ତେବେ ଏଥିରେ ଖୋ-ଖୋକୁ ସାମିଲ କରାଯିବ । ଖାଲି ସେତିକି ନୁହେଁ ଖୋ-ଖୋ ସମେତ ୬ଟି ସ୍ବଦେଶୀ ଖେଳକୁ ସାମିଲ କରାଯିବାକୁ ଯୋଜନା କରାଯାଉଛି । ଏ ନେଇ ସୂଚନା ଦେଇଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ।

୨୦୩୬ ଅଲିମ୍ପିକ୍ସ ଆୟୋଜନ ଲାଗି ଭାରତ ସରକାର ଅନ୍ତର୍ଜାତୀୟ ଅଲିମ୍ପିକ୍ସ ପରିଷଦକୁ ଆଗ୍ରହ ପତ୍ର ପଠାଇଛନ୍ତି । ଯଦି ଭାରତକୁ ୨୦୩୬ ଅଲିମ୍ପକ୍ସ ଆୟୋଜନ କରିବାର ଅଧିକାର ମିଳେ ତେବେ ଏଥିରେ ଖୋ ଖୋ ସମେତ ୬ଟି ସ୍ବଦେଶୀ ଖେଳକୁ ସାମିଲ କରାଯିବ । ଖୋ ଖୋ ଛଡା ଟ୍ବେଣ୍ଟି-୨୦ କ୍ରିକେଟ, କବାଡି, ଚେସ୍ ଓ ସ୍କ୍ବାସ୍ ଉପରେ ମଧ୍ୟ ନଜର ରହିଛି । ଏ ନେଇ ସରକାର ଯୋଜନା କରୁଥିବା କହିଛନ୍ତି କେନ୍ଦ୍ର କ୍ରୀଡାମନ୍ତ୍ରୀ ମନସୁଖ ମାଣ୍ଡବ୍ୟ ।

ଏହା ବି ପଢନ୍ତୁ...ମହିଳାଙ୍କ ପରେ ଭାରତୀୟ ପୁରୁଷ ଦଳ ରଚିଲା ଇତିହାସ, ପ୍ରଥମ ଖୋ ଖୋ ବିଶ୍ବକପ୍‌ରେ କଲେ ବାଜିମାତ୍‌

ନିକଟରେ ଖୋ ଖୋ ବିଶ୍ବକପର ପ୍ରଥମ ସଂସ୍କରଣ ଆୟୋଜନ ହୋଇଥିଲା । ପ୍ରଥମ ଥର ଭାରତୀୟ ଦଳ ବାଜିମାତ କରିଛି । ଉଭୟ ମହିଳା ଓ ପୁରୁଷ ଦଳ ବିଶ୍ବ ବିଜେତା ହୋଇଛନ୍ତି । ଦିଲ୍ଲୀର ଇନ୍ଦିରା ଗାନ୍ଧୀ ଇନଡୋର ଷ୍ଟାଡିୟମରେ  ଖେଳାଯାଇଥିବା ପ୍ରଥମ ଖୋ-ଖୋ ବିଶ୍ୱକପ ଫାଇନାଲରେ ଭାରତୀୟ ମହିଳା ଏବଂ ପୁରୁଷ ଦଳ ନେପାଳକୁ ପରାସ୍ତ କରି ଟାଇଟଲ ଜିତିଥିଲେ । ଗତକାଲି (ବୁଧବାର) ଖୋ ଖୋ ବିଶ୍ବବିଜୟୀ ଭାରତୀୟ ପୁରୁଷ ଓ ମହିଳା ଦଳକୁ ସମ୍ବର୍ଦ୍ଧିତ କରାଯାଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.